ସଲମାନ ଗାଇଲେ ଲତାଙ୍କ ‘ଲଗ୍ ଯା ଗଲେ’ ଗୀତ
ଲତା ମଙ୍ଗେସକରଙ୍କ ଗୀତ ଗାଇ ଆବେଗପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବଲିଉଡ୍ ତାରକା ସଲମାନ ଖାନ। ଗତ ଶନିବାର ରାତିରେ ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମ୍ରେ ସଲମାନ ଲତା ଗାଇଥିବା ‘ଲଗ୍ ଯା ଗଲେ’ ଗୀତଟିକୁ ନିଜ କଣ୍ଠରେ ଗାଇ ଛାଡ଼ିଥିଲେ। ଭିଡିଓ ସହିତ ସଲମାନ ଲେଖିଥିଲେ: ‘ଆପଣଙ୍କ ଭଳି କେହି ନ ଥିଲେ କିମ୍ବା କେହି ହେବେ ନାହିଁ ଲତାଜୀ’। ଏହା ପ୍ରଶଂସକମାନଙ୍କୁ ଭାବପ୍ରବଣ କରିଦେବାକୁ ଯଥେଷ୍ଟ ଥିଲା। ଅନେକ ସଲମାନଙ୍କ ଗୀତ ଗାଇବା ଦକ୍ଷତାକୁ ମଧ୍ୟ ପ୍ରଶଂସା […]