କେନ୍ଦ୍ରାପଡ଼ା କଲେଜରେ ଜିଲ୍ଲା ପ୍ରଶାସନର ମନମାନି, କୋଭିଡ୍ ଆଳରେ ଛାତ୍ରୀନିବାସ ବି କବ୍ଜା
କେନ୍ଦ୍ରାପଡ଼ା: କେବଳ ବାଣିଜ୍ୟ ବ୍ଲକ୍ ନୁହେଁ; ଶହେ ଶଯ୍ୟାବିଶିଷ୍ଟ ଏକ ଛାତ୍ରୀନିବାସ (ଗାର୍ଲସ୍ ହଷ୍ଟେଲ୍)କୁ ବି ଜିଲ୍ଲା ପ୍ରଶାସନ ମାଡ଼ି ବସି ରଖିଛି। ଗଲା ପ୍ରାୟ ବର୍ଷେ ହେବ ଏହି ହଷ୍ଟେଲ୍କୁ ପ୍ରଶାସନ ତାଲା ମାରି ରଖିଥିବାରୁ ଛାତ୍ରୀମାନେ ରହିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆବଶ୍ୟକତାଠାରୁ ଅଧିକ ଛାତ୍ରୀ ଖୁନ୍ଦାଖୁନ୍ଦି ହେଇ ଅନ୍ୟ ହଷ୍ଟେଲ୍ରେ ରହିବାକୁ ବାଧ୍ୟ ହେଉଛନ୍ତି। ଅଥଚ, କରୋନାକୁ ଗଣ୍ଠି କରି ପ୍ରଶାସନ ହଷ୍ଟେଲ୍ ଛାଡ଼ିବାର ନାଁ ଧରୁନାହିଁ। କରୋନା ସ˚କ୍ରମଣ […]
