ନଦୀରେ ବିପଦପୂର୍ଣ୍ଣ ଯାତ୍ରା: ନିର୍ମାଣ ହୋଇପାରୁନି ବରଡ଼ିହା ପୋଲ, ଡଙ୍ଗା ଭରସା
ଗାନ୍ଧିଛକ: ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଯାତାୟାତ ସୁଗମ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସଡ଼କ ଓ ସେତୁ ନିର୍ମାଣ କରୁଛନ୍ତି। ମାତ୍ର ଏମିତି ବି ଗାଁ ଅଛି ଯେଉଁଠି ଏସବୁ ଯୋଜନା ଅପହଞ୍ଚ। ସ୍ଥାୟୀ ପୋଲ ନିର୍ମାଣ ପାଇଁ ନେତା ଓ ମନ୍ତ୍ରୀ ପ୍ରତିଶ୍ରୁତି ଦେଇ ଭୁଲି ଯାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ସଦର ବ୍ଲକ୍ ଶ୍ରୀରାମପୁର ପଞ୍ଚାୟତର ବରଡ଼ିହା ଘାଟରେ। ଜଳକା ନଦୀର ଏହି ଘାଟ ଶ୍ରୀରାମପୁର ଓ ସାର୍ଥା […]