କୋଣାର୍କରେ ବାଲିମାଫିଆ ସକ୍ରିୟ: ବୋହି ନେଲେ ଶହଶହ ଟ୍ରିପ୍ ବାଲି, ବେଳାମାର୍ଗ ପ୍ରତି ବଢ଼ୁଛି ବିପଦ
କୋଣାର୍କ : କୋଣାର୍କରେ ବାଲିମାଫିଆ ସକ୍ରିୟ। ପ୍ରଶାସନକୁ ଚ୍ୟାଲେଞ୍ଜ କରି ବାଲି ମାଫିଆମାନେ ଡ୍ରୋଜର ଲଗାଇ ରାତିଅଧିଆ ଶହଶହ ଟ୍ରିପ୍ ବାଲି ଚୋରା ଚାଲାଣ କରୁଛନ୍ତି। କୋଣାର୍କ ହେଲିପ୍ୟାଡ୍, ଭଗବତୀ ମନ୍ଦିର ପଛପାର୍ଶ୍ବ, କୋଣାର୍କ କଲେଜ ପଛପାର୍ଶ୍ବ, ନୋଳିଆସାହି ସଲଗ୍ନ ଅଞ୍ଚଳ, ନଳକଣ ଦାସସାହି ପଛ ବେନୁସାଗରବନ୍ତ ଭଳି ସ୍ଥାନରୁ ସବୁଦିନ ଅବାଧରେ ବାଲି ଚୋରାଚାଲାଣ ହେଉଛି। ଗୁରୁତ୍ବପୂର୍ଣ୍ଣ ହେଉଛି କୋଣାର୍କ-ପୁରୀ ବେଳାମାର୍ଗକୁ ଦଶନ୍ଧିଦଶନ୍ଧି ଧରି ସୁରକ୍ଷିତ ରଖି ଆସିଥିବା ପ୍ରାକୃତିକ ବାଲିବନ୍ତକୁ ମଧ୍ୟ ବାଲିମାଫିଆମାନେ ତାଡ଼ି […]