ଶେଷହେଲା ଜ୍ଞାନବାପି ମସ୍ଜିଦ୍ ସର୍ବେକ୍ଷଣ; କୂଅ ଭିତରୁ ମିଳିଲା ଶିବଲିଙ୍ଗ: ଓକିଲ
ନୂଆଦିଲ୍ଲୀ: ଅଦାଲତଙ୍କ ଆଦେଶକ୍ରମେ ଚାଲିଥିବା ଜ୍ଞାନବାପି ମସ୍ଜିଦ୍ର ସର୍ବେକ୍ଷଣ ଆଜି ତୃତୀୟ ଦିବସରେ ଶେଷ ହୋଇଛି ଏବଂ ସେଠାରେ ଥିବା ଗୋଟାଏ କୂଅରୁ ଏକ ଶିବଲିଙ୍ଗ ମିଳିଛି ବୋଲି ଓକିଲ ବିଷ୍ଣୁ ଜୈନ୍ କହିଛନ୍ତି। ଉକ୍ତ ଶିବଲିଙ୍ଗର ସୁରକ୍ଷା ନିମନ୍ତେ ସେ ସିଭିଲ୍ କୋର୍ଟକୁ ଯିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତକାଲି ୬୫% ସର୍ବେକ୍ଷଣ କାର୍ଯ୍ୟ ଶେଷ ହୋଇଥିଲା। କଡ଼ା ନିରାପତ୍ତା ମଧ୍ୟରେ ଆଜି ସକାଳ ୮ଟା ବେଳେ ୫୮ଜଣ ସଦସ୍ୟବିଶିଷ୍ଟ ସର୍ବେକ୍ଷଣ ଟିମ୍ ଆଡ୍ଭୋକେଟ୍ କମିସନର୍ […]