ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ: ରାଜ୍ୟ ପରିବହନ କର୍ତ୍ତୃପକ୍ଷ( ଏସ୍ଟିଏ) ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ମୃତ୍ୟୁ ଶୂନ୍ୟ ସପ୍ତାହ ଅଭିଯାନର ତୃତୀୟ ଦିନରେ ଚଢଉ ଜୋରଦାର କରାଯାଇଛି। ତୃତୀୟ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦ ଜଣଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ତୃତୀୟ ଦିନରେ ଅନୁଗୁଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗଜପତିରେ ୧, ଗଂଜାମରେ ୨, ବାଲେଶ୍ବରରେ ୧, ମୟୁରଭଞ୍ଜରେ ୧, ବରଗଡ଼ରେ ୨, ଝାରସୁଗୁଡାରେ ୧ ଓ ଭୁବନେଶ୍ବରରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ଦୁଇ ଦିନରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଦିନରେ ମୋଟ ୧୯ଜଣଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି।
ତୃତୀୟ ଦିନରେ ରାଜ୍ୟବ୍ୟାପୀ ହୋଇଥିବା ଯାଞ୍ଚ୍ରେ ମୋଟ ୭୦୨୦ଟି ଚାଲାଣ କଟାଯାଇଛି। ସମୁଦାୟ ୧୮ଲକ୍ଷ ୩୪ ହଜାର ୧୮୩ ଟଙ୍କା ଜରିମାନା ଆଦାୟ କରାଯାଇଛି। ଦ୍ରୁତ ଗତିରେ ଗାଡି ଚାଳନା ପାଇଁ ୬୭୦ଟି ଚାଲାଣ କଟାଯାଇଛି। ବିନା ହେଲ୍ମେଟରେ ଗାଡି ଚାଳନା ପାଇଁ ୪୨୦୪ଟି ଚାଲାଣ, ବିନା ସିଟ୍ ବେଲ୍ଟରେ ଗାଡି ଚାଳନା ପାଇଁ ୪୭୩ଟି ଚାଲାଣ, ଗାଡି ଚଳାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର ପାଇଁ ୧୩୩ଟି ଚାଲାଣ, ମଦ୍ୟପାନ କରି ଗାଡି ଚାଳନା ପାଇଁ ୨୯୩ଟି ଚାଲାଣ, ମାଲ ପରିବହନ ଗାଡିରେ ଯାତ୍ରୀ ପରିବହନ ପାଇଁ ୧୬ଟି ଚାଲାଣ, ଓଭରଲୋଡ ପାଇଁ ୧୨୩ଟି ଚାଲାଣ, ତିନି ଜଣିଆ ଗାଡି ଚାଳାନା ପାଇଁ ୨୪୪ ଚାଲାଣ, ଭୁଲ ମାର୍ଗରେ ଗାଡି ଚାଳନା ପାଇଁ ୩୮ଟି ଚାଲାଣ, ଜୁଭେନାଇଲ ଗାଡି ଚାଳନା ପାଇଁ ୧୬ଟି ଚାଲାଣ କଟାଯାଇଛି। ଆଜି ୫୨୯ ଡ୍ରାଇଭିଂ ଲାଇସେନ୍ସ ବାତିଲ ପାଇଁ ସୁପାରିସ କରାଯାଇଛି। ଏଥି ସହିତ ୧୨୧ଟି ଗାଡି ଜବତ କରାଯାଇଥିବା ଜଣାପଡିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l