ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଜୟପୁର: ବେଆଇନ ବ୍ଲାଷ୍ଟିଂ କରି ମନଇଚ୍ଛା ଖୋଳି ଚାଲିଥିଲେ ପଥର ମାଫିଆ। ଟାଙ୍ଗରା ହୋଇଯାଇଥିଲା ସବୁଜିମାରେ ଭର୍ତ୍ତି ପାହାଡ଼। ଯଦି ଠିକ୍ ସମୟରେ ପ୍ରଶାସନ ଅକ୍ତିଆରକୁ ନେଇନଥାନ୍ତା ହୁଏତ ଚିହ୍ନବର୍ଣ୍ଣ ବୋଲି କିଛି ରହିନଥାନ୍ତା। ଏହାପରେ ବିଷଣ୍ଣ ରୂପର କଳେବର ଚାଲିଛି। ଆଉ କିଛି ମାସ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ ବୋଲି ସୂଚନା ମିଳିଛି।
ଜୟପୁର-ବୋରିଗୁମ୍ମା ବ୍ଲକ୍ ସୀମାରେ ତଥା ଜୟନ୍ତଗିରି ଆଦର୍ଶ ବିଦ୍ୟାଳୟ ଏବଂ ବୋରିଗୁମ୍ମା ଭୈରବ ମହାବିଦ୍ୟାଳୟ ସମ୍ମୁଖ ପାହାଡ଼କୁ ବହୁ ବର୍ଷ ଧରି ଅକ୍ତିଆର କରିଥିଲେ ପଥର ମାଫିଆ। ବେଫିକର ହୋଇ ପଥର ବୋହି ଚାଲିଥିବା ବେଳେ ସରକାର ରାଜସ୍ବ ହରାଉଥିଲେ। ‘ସମ୍ବାଦ’ରେ ଖବର ପରିବେଷଣ ପରେ ଉଭୟ ବୋରିଗୁମ୍ମା ଏବଂ ଜୟପୁର ତହସିଲ ପକ୍ଷରୁ ମିଳିତ ଚଢ଼ଉ ହୋଇଥିଲା। ଏହି ପାହାଡ଼କୁ ଜବରଦଖଲ ମୁକ୍ତ କରିବା ସହ ଆଖପାଖ ପାହାଡ଼ ପାଇଁ ହୋଇଥିବା ନିଲାମକୁ ମଧ୍ୟ ରଦ୍ଦ କରାଯାଇଥିଲା। ଦୁଇଟି ବ୍ଲକ୍ର ସୀମାକୁ ଲାଗି ତଥା ୨୬ନମ୍ବର ଜାତୀୟ ରାଜପଥଠାରୁ ଅଳ୍ପ ଦୂରରେ ରହିଥିବାରୁ ଏହି ପାହାଡ଼କୁ ନୂଆ ରୂପ ଦେବାକୁ ପରିକଳ୍ପନା କରିଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ତେଣୁ ବୋରିଗୁମ୍ମା ବ୍ଲକ୍ ପ୍ରଶାସନକୁ ଏଥିପାଇଁ ପରାମର୍ଶ ଦେଇଥିଲେ। ପର୍ଯ୍ୟଟନ କ୍ଷେତ୍ରର ସମ୍ଭାବନା ରହିଥିବାରୁ ବ୍ଲକ୍ ପ୍ରଶାସନ ନିଜ ଅଧୀନକୁ ନେଇଥିଲା। ବିଶାଖାପାଟଣାର କୈଳାସଗିରି ପାର୍କ ଶୈଳୀରେ ଏଠାରେ ପର୍ଯ୍ୟଟନସ୍ଥଳ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ବିଧାୟକଙ୍କ ପାଣ୍ଠି ଏବଂ ସରକାରଙ୍କ ବିଭିନ୍ନ ଯୋଜନାକୁ ସମ୍ମିଳିତ କରି ବର୍ତ୍ତମାନ ପାହାଡ଼କୁ ନୂଆ ରୂପ ଦିଆଯାଉଛି।
ସୂଚନା ଅନୁସାରେ, ଜାତୀୟ ରାଜପଥରୁ ପାହାଡ଼ର ଶୀର୍ଷ ପର୍ଯ୍ୟନ୍ତ ଫୁଟ୍ପାଥ ନିର୍ମାଣ କରାଯାଉଛି। ଗାଡ଼ି ପାର୍କିଂ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ପାହାଡ଼ ଶୀର୍ଷରେ ୧୨ଫୁଟ ଉଚ୍ଚ ଶିବ-ପାର୍ବତୀଙ୍କ ମୂର୍ତ୍ତି ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାବ୍ୟତୀତ ଡାଇନୋସର ପ୍ରତିକୃତି, ଆଦିମ ଜନଜାତିଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ଯୋଜନା ହୋଇଛି। ଏଥିସହିତ, ସଂପୂର୍ଣ୍ଣ ପାହାଡ଼କୁ ସୁନ୍ଦର ଆଲୋକସଜ୍ଜା ସହ ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ସୁବିଧା ଯୋଗାଇ ଦେବାକୁ ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହେବ। ବଡ଼କଥା ହେଲା ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଏହି ପାର୍କର ସଂପୂର୍ଣ୍ଣ ପରିଚାଳନା ଦାୟିତ୍ବ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l