ରାଜ୍ୟ ସ୍ପେଶାଲ ରିପୋର୍ଟ

ଆକାଶରୁ ନିଆଁ ବର୍ଷିଲା: ୧୬ ଯାଏ ଜଳିବ ଓଡ଼ିଶା, ୧୩ରୁ ୧୫ ଯାଏ ଗ୍ରୀଷ୍ମ ଲହରି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର: ସକାଳୁ ସକାଳୁ ଆକାଶରୁ ନିଆଁ ବର୍ଷିବା ଆରମ୍ଭ ହୋଇଯାଇଥିଲା। ଟିକେ ଖରାକୁ ବାହାରିଲେ ହାତ, ମୁହଁ ପୋଡ଼ିଗଲା ଭଳି ଲାଗୁଥିଲା। ଭୁବନେଶ୍ବରର ତାପମାତ୍ରା ସକାଳ ସାଢ଼େ ୮ଟା ସୁଦ୍ଧା ୩୨ ଡିଗ୍ରି ଓ ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ୩୯ ଡିଗ୍ରିରେ ପହଞ୍ଚି ଯାଇଥିଲା। ଖାଲି ଭୁବନେଶ୍ବର ନୁହେଁ, ଦିନ ଦି’ପହର ବେଳକୁ ରାଜ୍ୟର ୯ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିସାରିଥିଲା। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୬ ଡିଗ୍ରି ବାରିପଦାଠାରେ ରେକର୍ଡ ହୋଇଯାଇଛି। ଏହା ପଛକୁ ରହିଛି ଝାରସୁଗୁଡ଼ା (୪୧.୨ ଡିଗ୍ରି ଓ ସମ୍ବଲପୁର (୪୦.୮ ଡିଗ୍ରି)। ଚଳିତ ବର୍ଷ ଆଜି ପ୍ରଥମଥର ପାଇଁ ଦ୍ବୈତନଗରୀର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୪୦.୭ ଡିଗ୍ରି ଓ କଟକରେ ୪୦ ଡିଗ୍ରି ରହିଥିଲା। ଏଥିସହ ବୌଦ୍ଧ ଓ ଟିଟିଲାଗଡ଼(୪୦.୫ ଡିଗ୍ରି), ଅନୁଗୁଳ ଓ ସୁନ୍ଦରଗଡ଼ରେ ମଧ୍ୟ ୪୦ ଡିଗ୍ରି ତାପମାତ୍ରା ରେକର୍ଡ ‌ହୋଇଯାଇଛି।

ଆସନ୍ତା ୪ ଦିନରେ ରାଜ୍ୟର ତାପମାତ୍ରା ଆହୁରି ବଢ଼ିବ। ପାଖାପାଖି ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଧୀରେଧୀରେ ଦିନ ତାପମାତ୍ରା ବଢ଼ିବ। ୧୩ରୁ ୧୫ ତାରିଖ ଯାଏ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ପାଇଁ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୧୩ ତାରିଖ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହଜନିତ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ୧୪ ତାରିଖ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲା ଏବଂ ୧୫ ତାରିଖ ପାଇଁ ଦେବଗଡ଼, ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏଣୁ ଏହି ସମୟ‌ରେ ଅତ୍ୟଧିକ ଖରାକୁ ନ ଯିବା, ଘରୁ ବାହାରିଲେ ପାଣିବୋତଲ, ଛତା ଓ ଓଦା କପଡ଼ା ନେଇ ଯିବା ଏବଂ ଅସୁସ୍ଥ, ବୃଦ୍ଧ ଓ ଶିଶୁଙ୍କୁ ଖରାଠାରୁ ଦୂରେଇ ରଖିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଏହାବ୍ୟତୀତ, ଶରୀରରୁ ଜଳୀୟ ଅଂଶ କମି ଯିବାର ସମ୍ଭାବନା ଥିବାରୁ ପ୍ରଚୁର ଲେମ୍ବୁ ପାଣି, ତୋରାଣି, ଘୋଳ ଦହି, ଆଖୁ ରସ, ପଇଡ଼, ବେଲପଣା, ଓଆର୍‌ଏସ୍‌ ଓ ଲସି ଇତ୍ୟାଦି ପିଇବାକୁ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି। ଆଖୁ, ଗ୍ରୀଷ୍ମକାଳୀନ ମକା ଓ ଡାଲିଜାତୀୟ ଶସ୍ୟରେ ଜଳସେଚନ ଜାରି ରଖିବାକୁ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।