ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
ଭୁବନେଶ୍ବର : ରାଜ୍ୟ ସରକାର ଏପ୍ରିଲ ୧ରୁ ୭ତାରିଖ ପର୍ଯ୍ୟନ୍ତ ‘ଶୂନ ଦୁର୍ଘଟଣା ମୃତ୍ୟୁ ସପ୍ତାହ’ ପାଳନ କରୁଛନ୍ତି। ହେଲେ ଜାତୀୟ ରାଜପଥରେ ଏହି ସପ୍ତାହରେ ଘଟିଥିବା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ପରିବହନ ବିଭାଗର ନିଦ ହଜାଇଦେଲାଣି। ଶୂନ ଦୁର୍ଘଟଣା ମୃତ୍ୟୁ ସପ୍ତାହ କହୁଥିଲେ ହେଁ ଚଳିତ ସପ୍ତାହରେ ମୃତକଙ୍କ ସଂଖ୍ୟା ଅନ୍ୟ ସପ୍ତାହ ତୁଳନାରେ ବଢ଼ିଚାଲିଛି। ବିଶେଷ କରି ଜାତୀୟ ରାଜପଥ ଉପରେ ଖରାପ ହୋଇ ଛିଡ଼ା ହୋଇଥିବା ଗାଡ଼ିରେ ଧକ୍କା ହୋଇ ବହୁ ଲୋକଙ୍କର ଚଳିତ ସପ୍ତାହରେ ମୃତ୍ୟୁ ହୋଇଥିବାରୁ ଏନେଇ ପରିବହନ ବିଭାଗ ଏନ୍ଏଚ୍ଏଆଇକୁ ଚେତାବନୀ ଦେଇଛି।
ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଗତକାଲି ଏନ୍ଏଚ୍ଏଆଇର ମୁଖ୍ୟ ମହାପ୍ରବନ୍ଧକ (ଓଡ଼ିଶା)ଙ୍କୁ ଚିଠି ଲେଖି କହିଛନ୍ତି ଯେ, ଆରଟିଓମାନଙ୍କ ରିପୋର୍ଟ ଅନୁଯାୟୀ ଜାତୀୟ ରାଜପଥରେ ଅଧିକାଂଶ ଦୁର୍ଘଟଣା ରାସ୍ତା ଉପରେ ଥିବା ଖରାପ ଗାଡ଼ି ଓ ଦୁର୍ଘଟଣାଗସ୍ତ ଗାଡ଼ି ଯୋଗୁ ହେଉଛି। କେନ୍ଦୁଝର ଆର୍ଟିଓଙ୍କ ରିପୋର୍ଟ ଅନୁଯାୟୀ, ଏପ୍ରିଲ ୧ରେ ରାସ୍ତାରେ ଖରାପଗାଡ଼ି ପାର୍କିଂ ହୋଇଥିବାରୁ ଦୁଇଟି ଦୁର୍ଘଟଣା ଘଟିଥିଲା। ଏପ୍ରିଲ ୫ରେ ବି କେନ୍ଦୁଝର ଆର୍ଟିଓ ରିପୋର୍ଟ ଦେଇଛନ୍ତି ଯେ, କାଞ୍ଜିପାଣି ଘାଟରେ ରାସ୍ତା ଉପରେ ୫ଟି ଟ୍ରକ ଖରାପ ହୋଇଥିବାରୁ ପାର୍କିଂ ହୋଇଛି। ଏନେଇ ଏନ୍ଏଚ୍ଏଆଇ ପାଟ୍ରୋଲିଂ ଟିମ୍କୁ ବ୍ୟକ୍ତିଗତ ଭାବେ ଜଣାଇବା ପରେ ବି ଗାଡ଼ି ହଟାଇବା ନେଇ କିଛି ପଦକ୍ଷେପ ନିଆଗଲାନି। ସେହିପରି ଚଣ୍ଡୀଖୋଲ ଆର୍ଟିଓ ଜଣାଇଛନ୍ତି ଯେ, ୫ତାରିଖ ସକାଳେ ଜାରକାନିକଟସ୍ଥ ଗୋକଣେଶ୍ବର ମନ୍ଦିର ନିକଟରେ ରାସ୍ତା ଉପରେ ଗୋଟିଏ ଖରାପ ଗାଡ଼ି ଥିବାରୁ ଦୁର୍ଘଟଣା ହେଲା। ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।
ଜାଣିବାକୁ ମିଳିଛି ଯେ, ଜାତୀୟ ରାଜପଥ ଉପରୁ ଖରାପ ଗାଡ଼ି, ଦୁର୍ଘଟଣାଗସ୍ତ ଗାଡ଼ି, ମୃତ ଜନ୍ତୁଙ୍କୁ ତୁରନ୍ତ ହଟାଇବା ପାଇଁ ଏନ୍ଏଚ୍ଏଆଇ ଘରୋଇ ପାଟ୍ରୋଲିଂ ପାର୍ଟିକୁ ନିୟୋଜିତ କରିଛି। ହେଲେ ଏହି ପାଟ୍ରୋଲିଂ ଠିକ୍ ଭାବେ ହେଉନି। ଯେଉଁଥିପାଇଁ ଦୁର୍ଘଟଣା ଘଟୁଛି। ଦୁର୍ଘଟଣାଜନିତ ମୃତ୍ୟୁକୁ କୌଣସି ପରିସ୍ଥିତିରେ ବି ଗ୍ରହଣ କରାଯିବନି। ଏପରିକି ଖରାପ ଗାଡ଼ି ହଟାଇବାକୁ ବାରମ୍ବାର ଜଣାଇବା ପରେ ବି ସେମାନେ ଶୁଣୁନାହାନ୍ତି। ଯଦି ଏହିପରି ଘଟଣା ପୁନରାବୃତ୍ତି ହୁଏ ତେବେ ଅବହେଳା କରୁଥିବା ବ୍ୟକ୍ତି/ସଂସ୍ଥା ବିରୋଧରେ ଅପରାଧିକ ମାମଲା ରୁଜୁ ହେବ। ଜାତୀୟ ରାଜପଥରୁ ତୁରନ୍ତ ଖରାପ ଗାଡ଼ି, ଦୁର୍ଘଟଣାଗସ୍ତ ଗାଡ଼ିକୁ ହଟାଇବାକୁ ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି।