ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଚନ୍ଦନେଶ୍ୱର: ବାଲେଶ୍ବରରେ ବଡ଼ଧରଣର ବ୍ୟାଙ୍କ ଲୁଟ୍ କରିଛନ୍ତି ସଶସ୍ତ୍ର ଦୁର୍ବୃତ୍ତ। ଭୋଗରାଇ ବ୍ଲକ୍ ଚନ୍ଦନେଶ୍ୱରସ୍ଥିତ ୟୁନିୟନ୍ ବ୍ୟାଙ୍କ ଶାଖାରୁ ନଗଦ ୫୦ ଲକ୍ଷ ଟଙ୍କା ଓ ବ୍ୟାଙ୍କ ଲକର୍ରେ ବନ୍ଧକ ଥିବା ୧୦ କୋଟି ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି। ବୁଧବାର ପୂର୍ବାହ୍ନ ପାଖାପାଖି ୧୨ଟା ୨୫ ମିନିଟ୍ ସମୟ। ହଠାତ୍ ୭ ଜଣ ଦୁର୍ବୃତ୍ତ ୩ଟି ପଲ୍ସର ବାଇକ୍ରେ ଆସି ଚନ୍ଦନେଶ୍ୱରସ୍ଥିତ ୟୁନିୟନ୍ ବ୍ୟାଙ୍କ ଭିତରକୁ ପଶି ଯାଇଥିଲେ। କେହି କିଛି ବୁଝିବା ପୂର୍ବରୁ ୧୨ ଜଣ ଗ୍ରାହକ ଓ ୭ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କାବୁ କରିନେବା ସହ ସମସ୍ତଙ୍କ ପାଖରୁ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ।
ବ୍ୟାଙ୍କ କ୍ୟାସିୟରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲକର୍ ରୁମ୍ର ଚାବି ନେବା ପରେ ତାଲା ଖୋଲି ସେଥିରେ ଥିବା ପ୍ରାୟ ୫୦ ଲକ୍ଷ ନଗଦ ଟଙ୍କା ଓ ୧୦ କୋଟି ଟଙ୍କା ମୂଲ୍ୟର ବନ୍ଧକ ସୁନାଗହଣା ବ୍ୟାଗ୍ରେ ପୂରାଇଥିଲେ। ପରେ ଗ୍ରାହକ ଓ କର୍ମଚାରୀଙ୍କୁ ଲକର୍ ରୁମ୍ ଭିତରେ ଭର୍ତ୍ତି କରି ତାଲା ପକାଇବାସହ ବାଇକ୍ ଯୋଗେ ପଶ୍ଚିମବଙ୍ଗ ଆଡ଼କୁ ପଳାଇଥିଲେ। ଗଲାବେଳେ ଟଙ୍କା ଓ ସୁନାଗହଣା ଭରିଥିବା ବ୍ୟାଗ୍, ମୋବାଇଲ୍ ଫୋନ୍ ଓ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କ ନେଇ ଯାଇଥିଲେ।
ମାତ୍ର ୨୫ ମିନିଟ୍ ମଧ୍ୟରେ ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ତେବେ ଲକର୍ ରୁମ୍ରେ ବନ୍ଦ ଥିବା ଗୋଲକ ପ୍ରଧାନ ନାମକ ଜଣେ ଗ୍ରାହକ ଚତୁରତାର ସହ ଲୁଚାଇ ରଖିଥିବା ନିଜ ମୋବାଇଲ୍ ଫୋନ୍ ଦ୍ବାରା ପୁଲିସକୁ ଖବର ଦେବା ପରେ ତାଳସାରୀ ମେରାଇନ୍ ଥାନା ଆଇଆଇସି ଚମ୍ପାବତୀ ସୋରେନ ଓ ପୁଲିସ ଟିମ୍ ବ୍ୟାଙ୍କରେ ପହଞ୍ଚି ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀଙ୍କୁ ଲକର୍ ରୁମରୁ ଉଦ୍ଧାର କରିଥିଲେ। ପୂର୍ବାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ବାଲେଶ୍ୱର ଏସ୍ପି ସାଗରିକା ନାଥ, ଜଳେଶ୍ୱର ଏସ୍ଡିପିଓ ଦିଲ୍ଲୀପ ସାହୁଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ଅନୁସନ୍ଧାନ କରିଛନ୍ତି। ଦୁର୍ବୃତ୍ତଙ୍କୁ ଧରିବା ଲାଗି ଏସ୍ପି ସାଗରିକା ନାଥଙ୍କ ନିର୍ଦେଶ କ୍ରମେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗର ସୀମାନ୍ତ ଅଞ୍ଚଳ ସହ ଭୋଗରାଇର ବିଭିନ୍ନ ସ୍ଥାନରେ ଧରପଗଡ଼ ଜାରି ରଖିଥିବା ଜଣାପଡ଼ିଛି। ଖବର ଲେଖାଯିବା ସୁଦ୍ଧା ଅପରାଧୀଙ୍କ ସମ୍ପର୍କରେ ପୁଲିସ କିଛି ଟେର୍ ପାଇନଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l