ରାଜ୍ୟ ସ୍ପେଶାଲ ରିପୋର୍ଟ

୨୨ ବର୍ଷ ହେଲା ରେଡିଓ ପ୍ରେମରେ ଜଇନ, ଦିନକୁ ଶୁଣୁଛନ୍ତି ୧୭ ଘଣ୍ଟା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଜଳେଶ୍ୱର(ସତ୍ୟବ୍ରତ ପ୍ରଧାନ): ଦିନ ଥିଲା ଦେଶ ବିଦେଶର ଖବର ଜାଣିବା ଏବଂ ମନୋରଞ୍ଜନ ପାଇଁ ରେଡିଓ ହିଁ ଏକମାତ୍ର ମାଧ୍ୟମ ଥିଲା। ହେଲେ ଏବେ ସମୟ ପରିବର୍ତ୍ତନ ହୋଇଛି। ରେଡିଓ ବଦଳରେ ଟିଭି, ମୋବାଇଲ୍‌ ଓ ଇଣ୍ଟରନେଟ୍‌ ହିଁ ଖବର ଜାଣିବାର ଏବଂ ମନୋରଞ୍ଜନର ମାଧ୍ୟମ ପାଲଟିଛି। ତେବେ ବର୍ତ୍ତମାନ ବି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ପାଇଁ ରେଡିଓ ହିଁ ସବୁକିଛି। ରେଡିଓକୁ ଭଲପାଉଥିବା ‌ସେହିପରି ଜଣେ ରେଡିଓ ପ୍ରିୟ ମଣିଷ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ସମ୍ପତ୍ତିଆ ଗ୍ରାମର ଜଇନ ଓରଫ୍‌ ଜଗନ୍ନାଥ ସାସମଲ। ସ୍ବାମୀଙ୍କ ରେଡିଓ ଶୁଣାକୁ ପ୍ରଥମେ ପାଗଳାମି କହୁଥିବା ଜଇନଙ୍କ ପତ୍ନୀ ମାମି ମଧ୍ୟ ଏବେ ସ୍ବାମୀଙ୍କ ପରି ରେଡିଓ ପ୍ରେମରେ ପଡ଼ିଛନ୍ତି। ସେ ମଧ୍ୟ ଦିନକୁ ୩/୪ ଘଣ୍ଟା ରେଡିଓ ନ ଶୁଣିଲେ ଆଖିକୁ ବି ନିଦ ଆସେନି।

ଜଇନଙ୍କ ବୟସ ଏବେ ୫୬ ବର୍ଷ। ପିଲାଟି ଦିନରୁ ରେଡିଓ ପ୍ରତି ତାଙ୍କର ଅଶେଷ ଦୁର୍ବଳତା ଥିଲା। ପାଠପଢ଼ା ସମୟରେ ସେ ବାପାଙ୍କ କାଠରେ ତିଆରି ରେଡିଓରୁ ଲୁଚି ଲୁଚି ଗୀତ ଓ ଖବର ଶୁଣୁଥିଲେ। ଏଥିପାଇଁ ତାଙ୍କୁ ଅନେକ ସମୟରେ ମାଡ଼ଗାଳି ମଧ୍ୟ ଖାଇବାକୁ ପଡ଼ିଛି। ୨୦୦୧ ମସିହାରେ ବିବାହ ସମୟରେ ଶ୍ବଶୁରଘର ଲୋକ ଜଇନଙ୍କୁ ଉପହାର ସଦୃଶ ସନ୍ତୋଷ କମ୍ପାନିର ଏକ ରେଡିଓ ଦେଇଥିଲେ। ପ୍ରଥମେ ପ୍ରଥମେ ଦିନକୁ ଘଣ୍ଟାଏ ଲେଖାଏ ରେଡିଓ ଶୁଣୁଥିଲେ ଜଇନ। ହେଲେ ଏବେ ଦିନକୁ ପାଖାପାଖି ୧୭ ଘଣ୍ଟା ରେଡିଓ ଶୁଣୁଛନ୍ତି। ବିଲରେ ଚାଷ କାମ ହେଉ, କିମ୍ବା ଦୈନନ୍ଦିନ ହେଉ; ଖାଇବା ସମୟ ହେଉ, କିମ୍ବା ବୁଲିବା ସମୟ ହେଉ; ରେଡିଓକୁ ସେ ନିଜ ପାଖରେ ରଖନ୍ତି ଅଥବା କାନ୍ଧରେ ଝୁଲାଇଥା’ନ୍ତି। ସକାଳ ୬ଟା ୧୦ ହୋଇଗଲେ ସେ ରେଡିଓ ଖୋଲିଦିଅନ୍ତି ଯେ ରାତି ୧୧ଟା ନହେବା ଯାଏ ବନ୍ଦ ହୁଏନି। ଅବଶ୍ୟ ନିହାତି କିଛି ଜରୁରୀ କାମ କିମ୍ବା ଅସୁବିଧା ଥିଲେ ସେ କେବେ କେବେ ଅଳ୍ପ ସମୟ ପାଇଁ ରେଡିଓକୁ ବନ୍ଦ କରନ୍ତି।

ରେଡିଓ ଶୁଣିବା ପାଇଁ ପ୍ରତି ୨/୩ ଦିନରେ ତାଙ୍କୁ ବ୍ୟାଟେରି ପରିବର୍ତ୍ତନ କରିବାକୁ ପଡ଼େ। ସେଥିପାଇଁ ସେ ନିଜ ପାଖରେ ଏକାଧିକ ନୂଆ ବ୍ୟାଟେରି ମଧ୍ୟ କିଣି ରଖିଥା’ନ୍ତି। ଆକାଶବାଣୀ କଟକ, ଆକାଶବାଣୀ କୋଲକାତା ଓ ବାଂଲା ଢାକା ଚ୍ୟାନେଲ୍‌ ଜଇନଙ୍କ ପ୍ରିୟ। ରେଡିଓ ଖରାପ ହେଲେ ସଜାଡ଼ିବା ପାଇଁ ଜଇନ କୋଲକାତା ଯାଇଥା’ନ୍ତି। ସବୁଠାରୁ ବଡ଼କଥା ହେଲା ସ୍ବାମୀଙ୍କ ରେଡିଓ ଶୁଣାକୁ ପ୍ରଥମେ ପାଗଳାମି କହୁଥିବା ଜଇନଙ୍କ ପତ୍ନୀ ମାମି ମଧ୍ୟ ଏବେ ରେଡିଓ ପ୍ରେମରରେ ପଡ଼ିଛନ୍ତି। ସେ ମଧ୍ୟ ଦିନକୁ ୩/୪ ଘଣ୍ଟା ରେଡିଓ ନ ଶୁଣିଲେ ଆଖିକୁ ନିଦ ଆସେନି। ଜଇନ କହନ୍ତି ରେଡିଓ ଯୋଗୁ ସେ ଓ ତାଙ୍କ ପତ୍ନୀ କେବେ ଆଣ୍ଡ୍ରୋଏଡ୍‌ ମୋବାଇଲ୍‌ କିମ୍ବା ଟିଭିର ଆବଶ୍ୟକତା ଅନୁଭବ କରିନାହାନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।