Subscribe to Updates

    Get the latest creative news from FooBar about art, design and business.

    What's Hot

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023
    Facebook Twitter Instagram
    Trending
    • ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍
    • ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌
    • ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ
    • ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ
    • ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି
    • ଶିକାରୀଙ୍କ ପଞ୍ଝାରେ ବନ୍ୟଜନ୍ତୁ, ଓଡ଼ିଶା ଜଙ୍ଗଲରୁ ଶେଷ କରିଦେବେ ବାଘ
    • ଅର୍ଥାଭାବରୁ ଅସହାୟ ବାପା: ଲୁହା ଶିକୁଳିରେ ବନ୍ଦୀ ଦିବ୍ୟାଙ୍ଗ ପୁଅ
    • ମହିଳାଙ୍କୁ ନେଇ ଚାଲିଛି ବ୍ରାଉନ୍‌ସୁଗାର କାରବାର
    Sunday, May 28
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଖୁଲମ୍‌ଖୁଲା ଆଇପିଏଲ୍‌ ଜୁଆ: ବଡ଼ ଅଂଶକୁ ଏବେ ବି ଛୁଇଁ ପାରିନି ଆଇନର ହାତ
    ରାଜ୍ୟ

    ଖୁଲମ୍‌ଖୁଲା ଆଇପିଏଲ୍‌ ଜୁଆ: ବଡ଼ ଅଂଶକୁ ଏବେ ବି ଛୁଇଁ ପାରିନି ଆଇନର ହାତ

    NewsLaxmi7By NewsLaxmi7April 18, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

    ରାଉରକେଲା: ଗତ ୩୧ ମାର୍ଚ୍ଚରୁ ଇଣ୍ଡିଆନ୍‌ ପ୍ରିମିୟର୍ ଲିଗ୍ (ଆଇପିଏଲ) ଆରମ୍ଭ ହୋଇଛି। ଏହି ଟୁର୍ଣାମେଣ୍ଟ ମେ’ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଗତ ବର୍ଷଗୁଡ଼ିକ ଭଳି ଆରମ୍ଭରୁ ରାଉରକେଲା ସହରରେ ଆରମ୍ଭ ହୋଇ ଯାଇଛି ବେଟିଂ ବା ଜୁଆ। ସହରର ଅନେକ ଯୁବକ, ବ୍ୟବସାୟୀ ଏଥିରେ ସାମିଲ ହୋଇଛନ୍ତି। ୮୦ ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାଜି ଲଗା ଯାଉଛି। ଗୋଟିଏ ରାତିରେ ଟଙ୍କାକୁ ଦ୍ବିଗୁଣିତ କରିବା ପାଇଁ ଲୋକଙ୍କୁ ପ୍ରଲୋଭିତ କରାଉଛନ୍ତି ଦଲାଲ। ଗ୍ରାହକଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଲିଙ୍କ୍ ପଠାଉଛନ୍ତି। ଯଦି କୌଣସି ଗ୍ରାହକ ଏହି ଲିଙ୍କ୍‌ରେ ଟଙ୍କା ଲଗାଇବା ପାଇଁ ଅଜ୍ଞ, ତେବେ ଫୋନ୍‌ ପେ’ ବା ଗୁଗୁଲ ପେ’ ମାଧ୍ୟମରେ ଦଲାଲଙ୍କ ପାଖକୁ ଟଙ୍କା ପଠାଉଛନ୍ତି ଲୋକେ। ପ୍ରତିଦିନ ଏମିତି ଲକ୍ଷ ଲକ୍ଷ ଟଙ୍କା ଜୁଆରେ ଲାଗୁଛି, ଅଳ୍ପ କିଛି ଲୋକ ଲାଭବାନ ହେଉଛନ୍ତି, କିନ୍ତୁ ଶହ ଶହ ଲୋକଙ୍କ ପକେଯ୍‌ ଖାଲି ହୋଇ ଯାଉଛି।

    ଆଇପିଏଲ୍‌ ମ୍ୟାଚ୍ ହେବା ଦିନରୁ ବେଟିଂ ବଜାର ଚଳଚଞ୍ଚଳ ହୋଇଉଠିଛି। ଟେଲିଗ୍ରାମ୍‌ରେ ମାଳମାଳ ବେଟିଂ ଗ୍ରୁପ୍‌ ଖୋଲାଯାଇଛି। ରାଉରକେଲା ସହରର ବିଭିନ୍ନ ନେତାଙ୍କ ସହଯୋଗୀ ଓ ସଂପର୍କୀୟ ମଧ୍ୟ ବେଟିଂର ମଙ୍ଗ ଧରିଥିବାର ସୂଚନା ରହିଛି। ଏସବୁ ଖେଳ କରାଉଥିବା କିଙ୍ଗ୍‌ପିନ୍‌ ରାଜ୍ୟ ବାହାରେ ରହୁଥିବା ବେଳେ ଟେଲିଗ୍ରାମ୍‌ରେ ସେମାନଙ୍କ ସହ କଥା ହେଉଛନ୍ତି ଦଲାଲ। କିଙ୍ଗ୍‌ପିନ୍‌ଙ୍କ ମେସେଜ୍‌ ଆସିବା ପରେ ଗ୍ରାହକଙ୍କୁ ଅଫର୍‌ ଦେଉଛନ୍ତି ଦଲାଲ। ଏହି ଖେଳରେ କୌଣସି ଅର୍ଥ ନଲଗାଇ ଗ୍ରାହକଙ୍କ ଲାଭରୁ ୨ ପ୍ରତିଶତ ନେଉଛନ୍ତି ଦଲାଲ। ପୟାପ୍ତ ସୂଚନା ଅନୁସାରେ, ରାଉରକେଲାରେ ପ୍ରାୟ ୧୫ରୁ ଅଧିକ ନିୟମିତ ଦଲାଲ ରହିଛନ୍ତି। ଅନଭିଜ୍ଞ ଗ୍ରାହକଙ୍କୁ ନିମନ୍ତ୍ରଣ କରିବା ପାଇଁ ହଲାଲମାନେ ହ୍ବାଟ୍ସଅପ୍ ଓ ଟେଲିଗ୍ରାମ୍‌ରେ ଅନେକ ଗୁଡ଼ିଏ ଗ୍ରୁପ୍ କରିଛନ୍ତି। ରାଉରକେଲା ସହରରେ କେଉଁଠି ଓ କେତେ ବେଳେ ଖେଳ ହେବ, ଗ୍ରୁପ୍‌ ମାଧ୍ୟମରେ ଗ୍ରାହକଙ୍କୁ ମେସେଜ୍ ଦେଉଛନ୍ତି ଦଲାଲ। ଦଲାଲଙ୍କ କହିବା ଅନୁଯାୟୀ ଅଫ୍‌ଲାଇନ୍‌ରେ ସିଧାସଳଖ ଜୁଆ ଖେଳିବା ପାଇଁ କିଛି ଗ୍ରାହକ ସ୍ବୟଂ ସେହିସବୁ ସ୍ଥାନରେ ପହଞ୍ଚୁଛନ୍ତି।

    ରାଉରକେଲା ସହରରେ ଦୁଇ ପ୍ରକାର ବେଟିଂ ଚାଲୁଛି। ଗୋଟିଏ ଅନ୍‌ଲାଇନ୍‌ ଅନ୍ୟଟି ଅଫ୍‌ଲାଇନ୍‌। କିଙ୍ଗ୍‌ପିନ୍‌ଙ୍କ ଓ୍ବେବ୍‌ସାଇଟ୍‌କୁ ଦଲାଲମାନେ ବିଭିନ୍ନ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ସେୟାର କରୁଛନ୍ତି। ସେଥିରେ ମୋବାଇଲ ନମ୍ବର ମଧ୍ୟ ରହୁଛି। ସେହି ଓ୍ବେବ୍‌ସାଇଟ୍‌ରେ ରାତାରାତି ଲକ୍ଷପତି କୋଟିପତି ହେବା ଭଳି ବିଭିନ୍ନ କଥା ଲେଖା ଯାଉଛି। ଅନେକ ଲୋକ ଏସବୁ ପଢ଼ି ଦଲାଲଙ୍କୁ କଲ୍ କରୁଛନ୍ତି। କଲ୍‌ର କିଛି ସମୟ ପରେ ଟେଲିଗ୍ରାମ୍, ହ୍ବାଟ୍ସଆପ୍‌ କିମ୍ବା ସାଧାରଣ ଟେକ୍‌ଷ୍ଟ ମେସେଜ୍‌ରେ ଗ୍ରାହକଙ୍କୁ ବେଟିଂ ପାଇଁ ଏକ ଲିଙ୍କ୍‌ ପଠାଉଛନ୍ତି। ସେହି ଲିଙ୍କ୍‌କୁ କ୍ଲିକ୍‌ କଲେ ଆଇପିଏଲ୍‌ ମ୍ୟାଚର ସଂପୂର୍ଣ୍ଣ ତଥ୍ୟ ରହୁଛି। ଖେଳ ଆରମ୍ଭ ହେବା ପୂର୍ବରୁ କେଉଁ ଦଳ ଜିତିବ, କିଏ କେତେ ରନ୍‌ କରିବ, କେତେ ୱିକେଟ୍‌ ପାଇବ, ଦଳ କେତେ ସ୍କୋର କରିବ ଆଦି ଖେଳର ବିଭିନ୍ନ ଦିଗକୁ ନେଇ ୮୦ ଟଙ୍କାରୁ ବେଟିଂ ଆରମ୍ଭ ହେଉଛି। ଏମିତିକି କୋଟି କୋଟି ଟଙ୍କାର ସେୟାର କିଣିଲା ଭଳି ସୁବିଧା ସେହି ଲିଙ୍କ୍‌ରେ ରହିଛି। ଯେଉଁ ଲୋକମାନେ ଏସବୁ ବାବଦରେ ସଂପୂର୍ଣ୍ଣ ଅଜ୍ଞ, ସେମାନେ ଦଲାଲଙ୍କୁ ଗୁଗୁଲ ପେ’ ବା ଫୋନ୍‌ ପେ’ ମାଧ୍ୟମରେ ଟଙ୍କା ପଠାଉଛନ୍ତି। ନଚେତ୍ ସିଧାସଳଖ ଦଲାଲଙ୍କ ହାତକୁ ଟଙ୍କା ଦେଉଛନ୍ତି।

    ରାଉରକେଲା ସହରର କୋଏଲ ନଗର, ଝିରପାଣି, ଛେଣ୍ଡ, ସିଭିଲ୍‌ଟାଉନ୍‌ ସିପ୍‌, ଗୋପବନ୍ଧୁପାଲି, ରେଲଓ୍ବେ କଲୋନି, ପ୍ଲାଣ୍ଟସାଇଟ୍ ଓ ବିଭିନ୍ନ ସେକ୍ଟର ଅଞ୍ଚଳରେ ଏହି ଜୁଆ ଚାଲିଥିବାର ସୂଚନା ରହିଛି। କୌଣସି ନିବୁଜ ଘର ଭିତରେ ନୁହେଁ, ଖେଳ ପଡ଼ିଆ, ବନ୍ଦ ଥିବା ସ୍କୁଲ ବା ଅଫିସ୍‌ ପିଣ୍ଡା ଓ ଚା’ ଦୋକାନ ଆଦି ସ୍ଥାନରେ ମଧ୍ୟ ଖୁଲମଖୁଲା ଭାବେ ବେଟିଂ ଚାଲୁଥିବାର ଦେଖିବାକୁ ମିଳିଛି। ସହରର କିଛି ବଡ଼ ହୋଟେଲ୍‌ରେ ମଧ୍ୟ ବେଟିଂ ଚାଲୁଛି। ଖାଦ୍ୟ ପାନୀୟକୁ ଉପଭୋଗ କରି ଧନୀ ଶ୍ରେଣୀର ଲୋକେ ଟେଲିଭିଜନ୍‌ରେ ମ୍ୟାଚ୍‌ ଦେଖିବା ସହିତ ଜୁଆ ଖେଳୁଛନ୍ତି।

    ଉଲ୍ଲେଖଯୋଗ୍ୟ, ରଘୁନାଥପାଲି ପୁଲିସ ଚଳିତ ମାସରେ ଏକ ବେଟିଂ ଗ୍ୟାଙ୍ଗ୍‌ର ୬ ଜଣ ଯୁବକଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ସବୁ ବାହାର ରାଜ୍ୟର। ସେମାନେ ସିଭିଲଟାଉନସିପ୍‌ର ଏକ ଭଡ଼ା ଘରେ ରହି ବେଟିଂ ଚଳାଇଥିଲେ। ସେହିଭଳି ୨୦୧୮ ମେ’ ମାସରେ ପ୍ଲାଣ୍ଟସାଇଟ୍‌ ପୁଲିସ ଏକ ହୋଟେଲ୍‌ରୁ ୩ ଜଣକୁ ଗିରଫ କରିଥିଲା। ସେମାନଙ୍କ ଠାରୁ ୩୩ ମୋବାଇଲ, ଲାପ୍‌ଟପ୍‌, ଟିଭି ଓ ନଗଦ ୯ ଲକ୍ଷ ଟଙ୍କା ଜବତ କରିଥିଲା। ସେହିଭଳି ଗତ ବର୍ଷ କୁଆରମୁଣ୍ଡା ପୁଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସବୁ ଅଭିଯୁକ୍ତ ଛତିଶଗଡର ଥିଲେ। ତେବେ ସତ ହେଉଛି, ଏହା ହେଉଛି ଭାସମାନ ବରଫଖଣ୍ଡର ଦୃଶ୍ୟମାନ ଅଂଶ ଭଳି। ସହରରେ ଚାଲିଥିବା ଆଇପିଏଲ୍‌ ବା କ୍ରିକେଟ୍‌ ଜୁଆର ଏହା ଅତି ଛୋଟ ଅଂଶ ମାତ୍ର। ବାକି ଅଂଶ ଏବେ ମଧ୍ୟ ସକ୍ରିୟ ରହିଛି ଓ ଆଇନର ହାତ ଏଯାଏ ସେମାନଙ୍କୁ ଛୁଇଁ ପାରିନାହିଁ।

    ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

    argus barun gandhi breaking news interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Article୮୮ହଜାର ଶ୍ରମିକ ନିଖୋଜ
    Next Article ୨୨ ବର୍ଷ ହେଲା ରେଡିଓ ପ୍ରେମରେ ଜଇନ, ଦିନକୁ ଶୁଣୁଛନ୍ତି ୧୭ ଘଣ୍ଟା
    NewsLaxmi7
    • Website

    Related Posts

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍…

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୨୯ କରୋନା ପଜିଟିଭ୍ ଚିହ୍ନଟ, ୨୯ ଜଣ ଶିଶୁ ଓ କିଶୋର ସଂକ୍ରମିତ

    November 18, 2021

    ଟିକା ନେଇ ବି ପଜିଟିଭ ହେଲେ କଣ୍ଠଶିଳ୍ପୀ, ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଲେ ବାର୍ତ୍ତା

    April 11, 2021

    ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୬୭୮ କରୋନା ପଜିଟିଭ୍

    July 11, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.