ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ରାଜ୍ୟରେ ହ୍ରାସ ପାଉଛି ଦମ୍ପତିଙ୍କ ପ୍ରଜନନ କ୍ଷମତା। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ୧୯୯୨-୯୩ (ଏନ୍ଏଫ୍ଏଚ୍ଏସ୍-୧)ରେ ପ୍ରଜନନ ହାର ୨.୯% ଥିବା ବେଳେ ୨୦୧୯-୨୧ (ଏନଏଫଏଚଏସ-୫)ରେ ୧.୮ %ରେ ପହଞ୍ଚିଛି। ଏହି ହାର ୧୯୯୮-୯୯ରେ ୨.୫%, ୨୦୦୫-୦୬ରେ ୨.୪%, ୨୦୧୫-୧୬ରେ ୨.୧% ଥିଲା। ଅନ୍ୟପକ୍ଷରେ ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଯଦି ଏମ୍ସ ଓପିଡିକୁ ଉଦାହରଣ ଭାବେ ନେବା, ତେବେ ଏହି ଘଟଣାର ଗମ୍ଭୀରତା ସାମ୍ନାକୁ ଆସୁଛି। ଏଠାକୁ ପ୍ରତିଦିନ ପ୍ରାୟ ୫ରୁ ୬ ଦମ୍ପତି ଆସୁଛନ୍ତି, ଯେଉଁମାନଙ୍କର ପ୍ରଜନନ ସମସ୍ୟା ରହିଛି। ଏହାକୁ ଦୃଷ୍ଟିରେ ରଖି ଏମ୍ସ ଭୁବନେଶ୍ବରରେ ଆଇବିଏଫ ସେଣ୍ଟର ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ଏଥିପାଇଁ ୯ କୋଟି ଟଙ୍କା ମଧ୍ୟ ମଞ୍ଜୁର ହୋଇଛି। କେବେ କାର୍ଯ୍ୟକ୍ଷମ ହେବ ତାହା ସ୍ପଷ୍ଟ ହୋଇ ନାହିଁ। ଏହା ହୋଇ ପାରିଲେ, ଏମ୍ସ ରାଜ୍ୟର ପ୍ରଥମ ସରକାରୀ ଡାକ୍ତରଖାନା ଭାବରେ ଏମସ ଆଇବିଏଫ କେନ୍ଦ୍ର ପ୍ରତିଷ୍ଠା କରି ଅନେକ ଗରିବ ଏବଂ ମଧ୍ୟବିତ୍ତ ନିଃସନ୍ତାନ ଦମ୍ପତିଙ୍କ ସନ୍ତାନ ପାଇବାର ସ୍ବପ୍ନକୁ ସାକାର କରିବ।
ଏମ୍ସ ସ୍ତ୍ରୀ-ରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ, କିଛି ବର୍ଷ ହେଲା ଉଭୟ ମହିଳା ଏବଂ ପୁରୁଷଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇବାରେ ଲାଗିଛି। ଏଥି ପଛରେ ପ୍ରମୁଖ କାରଣ ହେଲା ମହିଳା କ୍ଷେତ୍ରରେ ବିଳମ୍ବରେ ବିବାହ, ଏଣ୍ଡୋମେଟ୍ରୋସିସ ବା ଚକଲେଟ୍ ସିଷ୍ଟ (ବିଳମ୍ବିତ ଋତୁସ୍ରାବ), ଫାଷ୍ଟଫୁଡ ଖାଇବା ଯୋଗୁଁ ମହିଳାଙ୍କ ଓଭାରିରେ ସମସ୍ୟା ସୃଷ୍ଟି ହେଉଛି। ମାତ୍ରାଧିକ ମୋବାଇଲ ବ୍ୟବହାର, ଧୁମ୍ରପାନ, ନିଶାଦ୍ରବ୍ୟ, କାର୍ଯ୍ୟ ଚାପ ଏବଂ ପରିବେଶ ଯୋଗୁଁ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା କମ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ, ବାରମ୍ବାର ଗର୍ଭପାତ, ଶାରୀରିକ ଶ୍ରମ ଏବଂ ବ୍ୟାୟାମର ଅଭାବ, ମଧୁମେହ, ଥାଇରଏଡ଼, ଯକ୍ଷ୍ମା ମଧ୍ୟ ପ୍ରଜନନ କ୍ଷମତାକୁ ପ୍ରଭାବିତ କରୁଛି। ଜଣେ ମହିଳା ୧୮ରୁ ୪୫ ବର୍ଷ ମଧ୍ୟରେ ମାଆ ହୋଇ ପାରିବେ। ସନ୍ତାନ ଜନ୍ମ କରିବାକୁ ଚାହୁଁଥିବା ମହିଳା ୨୦ରୁ ୩୦ ବର୍ଷ ମଧ୍ୟରେ ବିବାହ କରି ସେହି ସମୟ ମଧ୍ୟରେ ସନ୍ତାନ କରିବା ପାଇଁ ଡାକ୍ତର ପରାମର୍ଶ ଦିଅନ୍ତି। ସ୍ବାସ୍ଥ୍ୟ ବିଜ୍ଞାନର ଉନ୍ନତି ପରେ ବିଭିନ୍ନ ପ୍ରକାର ପରୀକ୍ଷା ଜରିଆରେ ସନ୍ତାନ ଜନ୍ମ ନହେବାର ସମସ୍ୟା ଜଣାପଡ଼ୁଛି। ଡାକ୍ତରୀ ଚିକିତ୍ସା ପରେ ଏହାର ସମାଧାନ ହୋଇ ପାରୁଛି। ସବୁ କ୍ଷେତ୍ରରେ ବିଫଳ ହେବା ପରେ ଦମ୍ପତି ଆଇବିଏଫର ସହାୟତାର ନିଅନ୍ତି। କିନ୍ତୁ ବିଶ୍ବବ୍ୟାପୀ ଆଇବିଏଫର ସଫଳତା ହାର ମାତ୍ର ୩୦ରୁ ୪୦ ପ୍ରତିଶତ। ଘରୋଇ ଡାକ୍ତରଖାନାରେ ଆଇବିଏଫ ଚିକିତ୍ସା ରହିଥିଲେ ମଧ୍ୟ ଏହାର ଖର୍ଚ କେବଳ ଗୋଟିଏ ସାଇକେଲ ପାଇଁ ଦେଢରୁ ଦୁଇ ଲକ୍ଷ ଏବଂ ଔଷଧ ଖର୍ଚ ୧ ଲକ୍ଷ ଅଟେ। ଏମ୍ସ କିମ୍ବା କୌଣସି ସରକାରୀ ଡାକ୍ତରଖାନାରେ କାର୍ଯ୍ୟକ୍ଷମ ହେଲେ କୋହଳ ହେଲେ ମଧ୍ୟ ଖର୍ଚ ୫୦ ହଜାରରୁ କମ ହେବ ନାହିଁ। ତେଣୁ ସନ୍ତାନ ଜନ୍ମ ପାଇଁ ଚାହୁଁଥିବା ଦମ୍ପତି ଜୀବନଶୈଳୀକୁ ଗୁରୁତ୍ବ ଦେବା ଉଚିତ। ଏହା ସତ୍ତ୍ବେ ମଧ୍ୟ ଏଭଳି କୌଣସି ଅସୁବିଧା ନଥାଇ ମଧ୍ୟ ଅନେକ ଦମ୍ପତି ନିଃସନ୍ତାନ ହୋଇଥାଆନ୍ତି। ସେମାନେ ସନ୍ତାନକୁ ସର୍ବସୁଖ ମନେ ନକରି ନିଜ ଜୀବନ ସ୍ବାଭାବିକ ଭାବରେ ବଞ୍ଚିବା ପାଇଁ ପରାମର୍ଶ ଦିଆଯାଏ।
୮ ପ୍ରତିଶତ ନାବାଳିକା ମାଆ
୧୫ରୁ ୧୯ ବର୍ଷିୟା ୮ ପ୍ରତିଶତ କିଶୋରୀ ପ୍ରଥମ ସନ୍ତାନର ମାଆ ହେଉଥିବା ସର୍ଭେରୁ ମଧ୍ୟ ଜଣାପଡ଼ିଛି। ଏଥିମଧ୍ୟରେ ସ୍କୁଲ ଯାଉନଥିବା ୨୪ % ଛାତ୍ରୀ ଅଛନ୍ତି। ଏହି ସ୍ଥିତିରୁ ରକ୍ଷା ପାଇଁ ଅସୁରକ୍ଷିତ ଗର୍ଭପାତ ପ୍ରଜନନ କ୍ଷମତା ହ୍ରାସର ବଡ଼ ସମସ୍ୟା ହେବାରେ ଲାଗିଛି। ଗର୍ଭପାତ ବଟିକା ବିଭିନ୍ନ ମେଡିକାଲ ଷ୍ଟୋରରେ ଉପଲବ୍ଧ ହେଉଛି। ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଲୋକେ ଏହା ଗ୍ରହଣ କରୁଛନ୍ତି। ଏଥିଯୋଗୁଁ ଅନେକ ସମୟରେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉଛି। ଯାହା ଉଭୟ ମହିଳା, ପୁରୁଷଙ୍କ ପାଇଁ ବିପଦର କାରଣ ହେଉଛି। ଗର୍ଭପାତ ବଟିକା ବ୍ୟବହାର ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ନୀତି ଗ୍ରହଣ କରିବା ଉଚିତ ବୋଲି କୁହାଯାଉଛି। ରାଜ୍ୟରେ ପ୍ରାୟ ୫୧ % ମହିଳା ବିନା ପ୍ଲାନରେ ଗର୍ଭପାତ କରାଉଛନ୍ତି। ଏଥିମଧ୍ୟରୁ ୮୪ % ଔଷଧ ଜରିଆରେ ଗର୍ଭପାତ କରାନ୍ତି। ଆଜିବି ୫୬ % ମହିଳା ଘରେ ଗର୍ଭପାତ କରାଉଛନ୍ତି। ଏଥିମଧ୍ୟରେ ଅନେକ ସ୍କୁଲ ଛାତ୍ରୀ ଗର୍ଭନିରୋଧ ବଟିକା ବ୍ୟବହାର କରୁଛନ୍ତି। ଯାହା ବିପଜ୍ଜନକ ହେଉଛି। ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି।
ଏମ୍ସ ରେ ସୁରକ୍ଷିତ ମାତୃତ୍ବ କାର୍ଯ୍ୟକ୍ରମ
ଏମସରେ ସୁରକ୍ଷିତ ମାତୃତ୍ବ ନେଇ ସଚେତନତା କାର୍ଯ୍ୟକ୍ରମ ହୋଇଛି। ସ୍ତ୍ରୀ ରୋଗ ବିଶେଷଜ୍ଞ ଶ୍ବେତା ସିଂ ମହିଳାମାନଙ୍କୁ ଗର୍ଭବସ୍ଥାର ଜଟିଳତା ଏବଂ ଏହାର ସମାଧାନ ସଂକ୍ରାନ୍ତରେ ବିଭିନ୍ନ ପ୍ରକାର ପରାମର୍ଶ ଦେଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l