ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ବାଧୀନତା ସଂଗ୍ରାମୀ ଗୌରମୋହନ, ଶହେବର୍ଷରେ ବି ଚଳଚଞ୍ଚଳ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଶହେବର୍ଷରେ ପହଞ୍ଚିବେ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର। ରୋକ୍‌ଠୋକ୍‌ କଥା ଓ ସାଲିସବିହୀନ ଚରିତ୍ର ଯୋଗୁ ପରବର୍ତ୍ତୀ ସମୟରେ ସ୍ବାଧୀନତା ସଂଗ୍ରାମୀର ମାନ୍ୟତା ମଧ୍ୟ ମିଳିନାହିଁ। ସ୍ବାଧୀନତା ସଂଗ୍ରାମୀ ଭତ୍ତା ବଦଳରେ ଏବେ କେବଳ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି। ତଥାପି ତାଙ୍କ ମନରେ କୌଣସି ଅନୁଶୋଚନା ନାହିଁ। ତେବେ, ସ୍ବାଧୀନତା ପୂର୍ବର ସମୟକୁ ସେ ଯେମିତି ଦେଖିଛନ୍ତି, ପରବର୍ତ୍ତୀ କାଳକୁ ମଧ୍ୟ ସେମିତି ସେ ଅନୁଭବ କରିଛନ୍ତି। ଏକ ସୁଦୀର୍ଘ ଜୀବନ ଜିଇଁଆସୁଛନ୍ତି ସେ।

ଆସନ୍ତା ଜୁଲାଇ ୨୦ ତାରିଖରେ ବୌଦ୍ଧର ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ରଙ୍କ ବୟସ ଶହେ ବର୍ଷ ଅତିକ୍ରମ କରିବ। ବୌଦ୍ଧ ସହର ବଗିଚା ସାହିର ବାସିନ୍ଦା ଶ୍ରୀ ମିଶ୍ର ଏବେବି ପୂର୍ବ ସ୍ମୃତିକୁ ମନେପକାଇ ସ୍ପଷ୍ଟ ଭାବରେ କହିପାରୁଛନ୍ତି। ବାପା ଗଙ୍ଗାଧର ମିଶ୍ର ରାଜାଙ୍କ ଦୁର୍ଗା ମନ୍ଦିରର ପୁରୋହିତ ଥିବା ସତ୍ତ୍ବେ ରାଜତନ୍ତ୍ର ଓ ଇଂରେଜ ବିରୋଧରେ ମାତ୍ର ୧୨ ବର୍ଷ ବୟସରେ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଗୌର ମୋହନ। ପୁଅର କାର୍ଯ୍ୟକଳାପ ପାଇଁ ବାପା ରାଜ ଦରବାରରେ ସମାଲୋଚିତ ମଧ୍ୟ ହେଉଥିଲେ। ସ୍ଥାନୀୟ କିଙ୍ଗ ଏଡ୍‌ୱାର୍ଡ ଇଂରାଜୀ ବିଦ୍ୟାଳୟରେ ଶିକ୍ଷା ଲାଭପରେ ୧୯୪୪ ମସିହାରେ ତାଙ୍କୁ ଚାକିରି ମିଳିଥିଲା। ବୌଦ୍ଧ ଷ୍ଟେଟ୍‌ ଅବକାରୀ (ଟବାକୋ ଏକ୍ସସାଇଜ)ବିଭାଗରେ ପେଟି ଅଫିସର ଚାକିରି ତାଙ୍କୁ ​ବେଶିଦିନ ବାନ୍ଧି ରଖିପାରିନଥିଲା। ଷ୍ଟେଟ୍‌ ପକ୍ଷରୁ ହାତୀ ଖେଦା ଦାୟିତ୍ବ ପ୍ରଦାନ କରାଯିବାରୁ ଦୁଇ ବର୍ଷ ନପୂରୁଣୁ ମାସିକ ୧୮ ଟଙ୍କା ଦରମାର ଚାକିରିରୁ ଇସ୍ତଫା ଦେଇଥିଲେ। ଏହାପରେ ପ୍ରଥମେ ‘ମୁକ୍ତିଯୁଦ୍ଧ’ ଓ ପରେ ‘ଗଡ଼ଜାତ’ ଖବରକାଗଜରେ ସାମ୍ବାଦିକତା କରିଥିଲେ। ଏହି ସମୟରେ ହାତଲେଖା ପ୍ରାଚୀରପତ୍ର ‘ଖଣ୍ଡିଆଭୂତ’ ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଥିଲେ। ସାମ୍ବାଦିକତା କରିବା ସମୟରେ ତାଙ୍କ ଉପରେ ‘ପ୍ରଜାମଙ୍ଗଳ’ ପକ୍ଷରୁ ଅକ୍ରମଣ ମଧ୍ୟ ହୋଇଥିଲା। ଗାଁ ଗାଁରେ ସଭା କରି ରାଜତନ୍ତ୍ର ବିରୋଧରେ ଲୋକଙ୍କୁ ବୁଝାଉଥିଲେ। ଯାହାଫଳରେ ଦରବାର ପକ୍ଷରୁ ତାଙ୍କ ନାମରେ ୱାରେଣ୍ଟ ଜାରି ହୋଇଥିଲା। ଏଥିସହିତ, ଦୟାନନ୍ଦ ଶତପଥୀଙ୍କ ପରାମର୍ଶରେ ମହାନଦୀ ପାର ହୋଇ ସମ୍ବଲପୁର ଯାଇ କମ୍ୟୁନିଷ୍ଟ ଅଫିସ୍‌ରେ ଅଫିସ କାର୍ଯ୍ୟ ସମ୍ଭାଳୁଥିଲେ।

ତାଙ୍କ ଦୀର୍ଘ ଜୀବନର ରହସ୍ୟ ସଂପର୍କରେ ପଚାରିବାରେ କୌଣସି କାରଣ ନଥିବା କୁହନ୍ତି। ତେବେ, ତାଙ୍କ ଦ୍ବିତୀୟ ପୁତ୍ର କ୍ରାନ୍ତି ପ୍ରକାଶ(୬୫)ଙ୍କ କହିବା ହେଲା, ସେ ନିର୍ମଳ ହୃଦୟର ବ୍ୟକ୍ତି। ପରିବାରର ସଦସ୍ୟ ଓ ବାହାର ବ୍ୟକ୍ତି ସମସ୍ତଙ୍କୁ ସମାନ ନଜରରେ ଦେଖନ୍ତି। କୌଣସି ଘଟଣାରେ ଚିନ୍ତାଗ୍ରସ୍ତ ରହିବା ଦେଖାଯାଇ ନାହିଁ। ଅଳ୍ପରେ ସନ୍ତୁଷ୍ଟ ରହୁଥିବା ବେଳେ ମହିଳାଙ୍କୁ ବହୁତ ସମ୍ମାନ କରନ୍ତି। ଗଡ଼ତିଆ (ଗଉନ୍ତିଆ) ପରିବାରର ହୋଇଥିବାରୁ ଏବେ ବି ଆମିଷ ତାଙ୍କ ପ୍ରିୟ। ଭୋଜନରେ ମାଛ, ମାଂସ ଓ ଦହି ପସନ୍ଦ କରନ୍ତି।
ଶତାୟୁ ଗୌର ମୋହନ ମିଶ୍ର ସୁସ୍ଥ ତଥା ନିରୋଗ ଜୀବନଯାପନ କରନ୍ତୁ, ଏହା ହିଁ କାମନା।
– ବିଧାନ ବଳ

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।