ଅପରାଧ ରାଜ୍ୟ

ଜାଲ୍ ସାର୍ଟିଫିକେଟ୍ କେଳେଙ୍କାରୀ: ୫ ଜଣଙ୍କୁ ଉଠାଇ ନେଇ କ୍ରାଇମବ୍ରାଞ୍ଚର ଜେରା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ବଲାଙ୍ଗୀରର ମନୋଜ କୁମାର ମିଶ୍ର ଓ ସହଯୋଗୀ ଆଲୋକ ରଞ୍ଜନ ଉଦଗାତା ଗଲା ୮ ବର୍ଷ ହେବ ଓଡ଼ିଶାରେ ଜାଲ୍ ସାର୍ଟିଫିକେଟ୍ ବିକ୍ରି କରିଆସୁଛନ୍ତି। ସେମାନେ ୫ ହଜାରରୁ ଉର୍ଦ୍ଧ୍ବ ସାର୍ଟିଫିକେଟ୍ ବିକ୍ରି କରିଥିବା ବେଳେ ଯେଉଁ ଶିକ୍ଷା ଅନୁଷ୍ଠାନ ନାଁରେ ସାର୍ଟିଫିକେଟ୍ ପ୍ରସ୍ତୁତ ହୋଇଛି, ପ୍ରାର୍ଥୀଙ୍କ ନିଯୁକ୍ତି ପରେ ସାର୍ଟିଫିକେଟ୍ ଯାଞ୍ଚ ସମୟରେ ତାହା କେମିତି ଧରା ପଡୁ ନଥିଲା, ତାହାକୁ ନେଇ ଏବେ ସୃଷ୍ଟି ହୋଇଛି। ଏହି ଦୁଇ ଠକଙ୍କ ସହିତ ରାଜ୍ୟ ବାହାର ଶିକ୍ଷାନୁଷ୍ଠାନର ସରକାରୀ ଅଧିକାରୀଙ୍କ ବି ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ସାର୍ଟିଫିକେଟ୍ ଯାଞ୍ଚ ପାଇଁ ଯାଉଥିବା ସମୟରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଅଧିକାରୀ ଜାଲ ସାର୍ଟିଫିକେଟକୁ ଅସଲି ବୋଲି କହି ସ୍ବୀକୃତି ଦେଉଥିବାରୁ ଗଲା ୮ ବର୍ଷ ହେବ ଏହି ଦୁଇ ଠକ ନିଜର ସାମ୍ରାଜ୍ୟ ବଢ଼ାଇ ଚାଲିଥିବା କୁହାଯାଉଛି। ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏହି କେଳେଙ୍କାରୀ ଘଟଣାରେ ଆହୁରି ୫ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ନେଇ ପଚରାଉଚରା କରୁଛି। ସାର୍ଟିଫିକେଟ୍ କାରବାରରେ ଏମାନେ ମନୋଜ ସହିତ ସିଧାସଳଖ ସମ୍ପର୍କ ରଖିଥିବା ସନ୍ଦେହ କରାଯାଉଛି।

କିନ୍ତୁ ଏହି ଜାଲ୍ ସାର୍ଟିଫିକେଟ୍ କେଳେଙ୍କାରୀ ଘଟଣାରେ ସରକାରୀ ଅଧିକାରୀଙ୍କ ଭୂମିକା ଲୁଚିଯିବାକୁ ବସିଛି। ୨୦୧୫ରୁ ରିଲାଏନ୍ସ ଏଜୁକେସନାଲ୍ କମ୍ପ୍ଲେକ୍ସର ମାଲିକ ତଥା ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ର ଓ କମ୍ପ୍ୟୁଟର ଶିକ୍ଷକ ଆଲୋକ ରଞ୍ଜନ ଉଦଗାତା ରିଲାଏନ୍ସ ଏଜୁକେସନାଲ୍ କମ୍ପ୍ଲେକ୍ସରେ ସାର୍ଟିଫିକେଟ୍ ଛପାଉଥିଲେ। ତେବେ ଗଲା ମାର୍ଚ୍ଚ ୨୪ ତାରିଖରେ ବଲାଙ୍ଗୀର ଡାକ ବିଭାଗକ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ଅଭିଯୋଗ କରିବା ପରେ ଏହି କେଳେଙ୍କାରୀ ସାମାନକୁ ଆସିଥିଲା। ୩୮ ଜଣ ଗ୍ରାମୀଣ ଡାକ ସେବକ(ଜିଡିଏସ୍) ପ୍ରାର୍ଥୀ ଉତ୍ତରପ୍ରଦେଶର ଜାଲ୍ ମାଧ୍ୟମିକ ଶିକ୍ଷା ପରିଷଦ ସାର୍ଟିଫିକେଟ୍ ଦାଖଲ କରିଥିବା ଅଭିଯୋଗରେ ଧରାପଡ଼ିଥିଲେ। ଗଲା ୮ ବର୍ଷ ଭିତରେ ମନୋଜ ଜାଲ୍ ସାର୍ଟିଫିକେଟ୍ ବିକ୍ରି କରି ବଲାଙ୍ଗୀରରେ ମୋଟ କୋଟିଏ ୭୦ ଲକ୍ଷ ଟଙ୍କାର ୫ଟି ମୂଲ୍ୟବାନ ଜମି କିଣିଥିବା ବେଳେ ନଗଦ ୪୦ ଲକ୍ଷ ଟଙ୍କା ଜବତ ହୋଇଛି। କିନ୍ତୁ ୨୦୧୫ରୁ ୨୦୨୩ ଭିତରେ ୨ କୋଟି ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ଠୁଳ କରିଥିବା ବେଳେ ଏହି ଜାଲ୍ ସାର୍ଟିଫିକେଟ୍ ଯାଞ୍ଚ ସମୟରେ ଧରାନପଡ଼ିବା ଘଟଣା ଏବେ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। କିନ୍ତୁ ଏ ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ ଅଗ୍ରଗତି କରୁନଥିବା କୁହାଯାଉଛି। ମନୋଜ ଓ ଆଲୋକ ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ବିହାର, ମଧ୍ୟପ୍ରଦେଶ, ସିକିମ୍, କର୍ଣ୍ଣାଟକ, ନୂଆଦିଲ୍ଲୀରେ ଥିବା ୪୧ ମାଧ୍ୟମିକ ଶିକ୍ଷା ପରିଷଦ ଓ ବିଶ୍ବବିଦ୍ୟାଳୟ ନାଁ ବ୍ୟବହାର କରି ପାଖାପାଖି ୫ ହଜାରରୁ ଉର୍ଦ୍ଧ୍ବ ନକଲି ସାର୍ଟିଫିକେଟ୍ ପ୍ରସ୍ତୁତ କରି ବିକ୍ରି କରିଥିବା କୁହାଯାଉଛି। ସାର୍ଟିଫିକେଟ୍ ପିଛା ଏକ ଲକ୍ଷରୁ ୨ ଲକ୍ଷ ଟଙ୍କା ମୂଲ୍ୟରେ ମନୋଜ ଆଶାୟୀ ପ୍ରାର୍ଥୀଙ୍କୁ ବିକ୍ରି କରୁଥିଲା। ପାଖାପାଖି ୫୦ କୋଟି ଟଙ୍କାର ଅର୍ଥ କାରବାରରେ ଏହି ଦୁଇ ଠକଙ୍କ ସମ୍ପୃକ୍ତି ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସନ୍ଦେହ କରାଯାଉଛି।

କ୍ରାଇମବ୍ରାଞ୍ଚ ରିଲାଏନ୍ସ ଏଜୁକେସନାଲ୍ କମ୍ପ୍ଲେକ୍ସରୁ ଜବତ କରିଥିବା ଚାରିଟି କମ୍ପ୍ୟୁଟର, ଗୋଟିଏ ଲାପଟପର ୫ ହାର୍ଡଡିସ୍କ ଓ ଗୋଟିଏ ୨୫୦ ଜିପିର ଏକ୍ସଟରନାଲ୍ ହାର୍ଡଡିସ୍କକୁ ମିଶାଇ ମୋଟ ୬ ହାର୍ଡଡିସ୍କରୁ ଶତାଧିକ ଜାଲ୍ ସାର୍ଟିଫିକେଟ୍ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରି ମାଧ୍ୟମରେ ଜବତ କରିଛି। ରାଜ୍ୟ ବାହାର ଶିକ୍ଷାନୁଷ୍ଠାନ ନାଁରେ ଥିବା ଏହି ସାର୍ଟିଫିକେଟରେ ଓଡ଼ିଶାର ବିଭିନ୍ନ ପ୍ରାର୍ଥୀଙ୍କ ନାଁ ଉଲ୍ଲେଖ ରହିଛି। ଏହି କେଳେଙ୍କାରୀର ଚେର ବଲାଙ୍ଗୀର ସମେତ ବରଗଡ଼, ଭଦ୍ରକ, ଜଗତସିଂହପୁର, କଟକ, କଳାହାଣ୍ଡି, ଦେବଗଡ଼ ଯାଏ ଲମ୍ବିଛି। ଏହି ଜିଲ୍ଲାରେ ବି ଆଶାୟୀ ପ୍ରାର୍ଥୀ ମନୋଜ ନିକଟରୁ ସାର୍ଟିଫିକେଟ୍ କିଣିଛନ୍ତି। ଜିଲ୍ଲାରୁ ଜିଲ୍ଲା ସାର୍ଟିଫିକେଟ୍ ବିକ୍ରି ପଛରେ ଦଲାଲଙ୍କ ସମ୍ପୃକ୍ତି ବି ରହିଛି। କିନ୍ତୁ ବଲାଙ୍ଗୀର ବାହାରକୁ ଏଯାଏ ଆସିପାରି ନାହିଁ କ୍ରାଇମବ୍ରାଞ୍ଚ। ରାଜ୍ୟରେ ୨୦୦ରୁ ଅଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ଯେଉଁ ତଥ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ରଖାଯାଇଥିଲା, ସେମାନଙ୍କ ମଧ୍ୟରୁ ପ୍ରାୟ ୫ ଜଣଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ମିଳିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।