ରାଜ୍ୟ

ବିଏସକେୱାଇ କାର୍ଡ କେଳେଙ୍କାରୀ: ଶୋଭା ନର୍ସିଂହୋମ ମାଲିକଙ୍କର ୨୮ ଲକ୍ଷ ଟଙ୍କା ଜବତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) କେଳେଙ୍କାରୀ ଘଟଣାରେ ୨୦୨୨ ନଭେମ୍ବରରୁ ଆରମ୍ଭ ହୋଇଥିବା ଶୋଭା ନର୍ସିଂହୋମର ସମସ୍ତ ବିଏସକେୱାଇ କାର୍ଡ ସ୍ବାପ୍ ସଂକ୍ରାନ୍ତ ତଥ୍ୟ ମଧୁପାଟଣା ଥାନା ପୁଲିସ ଜାଣିବାକୁ ଚାହିଁଛି। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ)ଙ୍କ ମାଧ୍ୟମରେ ଏହି ତଥ୍ୟ ପୁଲିସ ଜାଣିବାକୁ ଚାହିଁଛି। ଏହି ତଥ୍ୟ ଆସିଲେ କେତେ ରୋଗୀ ମଧୁପାଟଣା ଜେ.ଏମ.କେୟାର ହସପିଟାଲରେ ଚିକିତ୍ସିତ ହେଉଥିବା ସତ୍ତ୍ବେ ଶୋଭା ନର୍ସିଂହୋମରେ ସେମାନଙ୍କ କାର୍ଡ ସ୍ବାପ୍ ହୋଇଛି, ତାହା ସ୍ପଷ୍ଟ ହୋଇପାରିବ। ବିଏସ୍‌କେୱାଇ କାର୍ଡ କେଳେଙ୍କାରୀ ଘଟଣାରେ କଟକ କମିସନରେଟ୍ ପୁଲିସ ଦ୍ବିତୀୟ ଥର ପାଗା ସ୍ଥିତ ଶୋଭା ନର୍ସିଂହୋମର ମାଲିକ ଅଶୋକ ପତିର ବ୍ୟାଙ୍କରେ ଥିବା ୨୭ ଲକ୍ଷ ୮୫ ହଜାର ୭୫୩ ଟଙ୍କା ସିଜ୍‌ କରିଛି। କଟକ ସପନପୁରରେ ଥିବା ବନ୍ଧନ ବ୍ୟାଙ୍କ୍ ଶାଖାରେ ଅଶୋକର ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟରେ ୭ ଲକ୍ଷ ୮୫ ହଜାର ୭୫୩ଟଙ୍କା ଥିବା ବେଳେ ଏକ ଫିକ୍ସ ଡିପୋଜିଟରେ ୨୦ ଲକ୍ଷ ଟଙ୍କା ଠାବ ହୋଇଥିଲା। ଏହି ସମସ୍ତ ଟଙ୍କା ପୁଲିସ ଅଚଳ କରିଦେଇଛି। ସୋମବାର ଦିନ ମଧୁପାଟଣା ଜେ.ଏମ. କେୟାର ହସ୍ପିଟାଲର ଗୋଟିଏ ବ୍ୟାଙ୍କ୍ ଆକାଉଣ୍ଟରୁ ୮ ଲକ୍ଷ ଟଙ୍କା ସିଜ୍‌ କରାଯାଇଥିଲା।

ଜେ.ଏମ.କେୟାର ହସପିଟାଲ୍ ମାଲିକ ଡାକ୍ତର ଚିନ୍ମୟ କୁମାର ସାହୁ ଓ ଶୋଭା ନର୍ସିଂହୋମ୍ ମାଲିକ ଅଶୋକ ପତିଙ୍କ ମଧ୍ୟରେ ବିଏସକେୱାଇ କାର୍ଡ ସ୍ବାପ୍ ନେଇ ଏକ ଅଲିଖିତ ଚୁକ୍ତି ହୋଇଥିଲା। ଏମାନେ ୨୦୨୨ ନଭେମ୍ବରରୁ ଏଭଳି ବେଆଇନ କାରବାର ଚଳାଇଥିଲେ। ଡାକ୍ତର ଚିନ୍ମୟ ପ୍ରତି କାର୍ଡ ସ୍ବାପ୍ ପିଛା ଅଶୋକକୁ କମିସନ୍ ଦେଉଥିଲା। ବର୍ତ୍ତମାନ ସୁଦ୍ଧା ମଧୁପାଟଣା ଥାନା ପୁଲିସ ହାତରେ ପାଖାପାଖି ୬୦ଟି କାର୍ଡ ସ୍ବାପ୍ ନେଇ ପ୍ରମାଣ ମିଳିଥିବା ବେଳେ ପ୍ରକୃତ ତଥ୍ୟ ଜାଣିବା ପାଇଁ ସିଡିଏମଓଙ୍କ ମାଧ୍ୟମରେ ବିଏସକେୱାଇ କାର୍ଡ ସ୍ବାପ୍ ସଂକ୍ରାନ୍ତ ତଥ୍ୟ ସେହି ବର୍ଷଠାରୁ ମଗାଯାଇଛି। ଏହି ତଥ୍ୟ ଆସିବା ପରେ କମିସନ କାରବାର ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ସାମନାକୁ ଆସିପାରିବ। ବର୍ତ୍ତମାନ ସୁଦ୍ଧା ମଧୁପାଟଣା ଥାନା ପୁଲିସ ଜେ.ଏମ. କେୟାର ହସପିଟାଲର ଗୋଟିଏ ଓ ପାଗାର ତିନୋଟି ବ୍ୟାଙ୍କ୍ ଆକାଉଣ୍ଟ ଓ ଗୋଟିଏ ଫିକ୍ସ ଡିପୋଜିଟ୍ ଆକାଉଣ୍ଟ ଜବତ କରିଛି। ପୁଲିସ ଏହି ଦୁଇ ହସପିଟାଲ ମାଲିକଙ୍କ ନାଁରେ ବ୍ୟାଙ୍କରେ ଥିବା ମୋଟ ୩୫ ଲକ୍ଷ ୮୫ ହଜାର ୭୫୩ ଟଙ୍କା ସିଜ୍‌ କରିସାରିଲାଣି। ଅନ୍ୟପଟେ ଜେ.ଏମ. କେୟାର ହସ୍ପିଟାଲର ମାଲିକ ଡାକ୍ତର ଚିନ୍ମୟ ସାହୁ କଟକ ବାହାରକୁ ଫେରାର ହୋଇଯାଇଥିବା କୁହାଯାଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।