ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀ-ହାୱଡ଼ା ମଧ୍ୟରେ ଖୁବ୍‌ ଶୀଘ୍ର ଗଡ଼ିବ ‘ବନ୍ଦେ ଭାରତ’ ଏକ୍ସପ୍ରେସ୍

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ସମ୍ବଲପୁର: ଖୁବ୍ ଶୀଘ୍ର ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆରମ୍ଭ ହେବ। କିଛି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରୁ ଏହି ଏକ୍ସପ୍ରେସ୍‌ ଆରମ୍ଭ କରିବା ଯୋଜନା ରହିଛି। ଏହି ଟ୍ରେନ୍‌ଟି ପୁରୀରୁ ହାୱଡ଼ା ମଧ୍ୟରେ ଚାଲିବ। ପୂର୍ବରୁ ପୁରୀରୁ କୋଲକାତା ମଧ୍ୟରେ ୧୩ ଯୋଡ଼ା ‌ସିଧାସଳଖ ଟ୍ରେନ୍‌ ଚାଲୁଛି। ଏହା ସହ ଉକ୍ତ ମାର୍ଗରେ ଶତାବ୍ଦୀ, ଜନଶତାବ୍ଦୀ ଭଳି ଏକ୍ସପ୍ରେସ୍‌ ଚାଲୁଥିବାବେଳେ ଶତାବ୍ଦୀ ଟ୍ରେନ୍‌ର ଅଧିକାଂଶ ସିଟ୍ ଖାଲିଯାଉଛି। ତେଣୁ ଓଡ଼ିଶା ପାଇଁ ଟ୍ରେନ୍‌ ଘୋଷଣାବେଳେ ଓଡ଼ିଆ ରେଳଯାତ୍ରୀ ଉପକୃତ ହେବା ଭଳି ମାର୍ଗ ଚୟନ କରିବା ଆବଶ୍ୟକ ଥିଲାବୋଲି ସଚେତନ ଲୋକ ମତଦେଇଛନ୍ତି। ପୂର୍ବରୁ ପଶ୍ଚିମବଙ୍ଗକୁ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ୍ ମିଳିସାରିଛି ଯାହାକି ହାୱଡ଼ାରୁ ନ୍ୟୁ ଜଲ୍‌ପାଇଗୁଡ଼ି ମଧ୍ୟରେ ଚାଲୁଛି। ପୁରୀ-ହାୱଡ଼ା ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତର ରକ୍ଷଣାବେକ୍ଷଣ ହାୱଡ଼ାରେ ହେବ ଓ ପରିଚାଳନା ଦାୟିତ୍ବ ବି ଦକ୍ଷିଣପୂର୍ବ ରେଳବାଇକୁ ଦିଆଯିବ ବୋଲି କୁହାଯାଉଛି। ଫଳରେ ଏହି ଟ୍ରେନ୍‌ ନାଁକୁ ଓଡ଼ିଶା ଓ କାମକୁ ପଶ୍ଚିମବଙ୍ଗର ହେବ।ଓଡ଼ିଶା ପାଇଁ ମିଳିବାକୁ ଥିବା ବନ୍ଦେ ଭାରତ ‌ଏକ୍ସପ୍ରେସ୍‌ ଟ୍ରେନ୍‌ଟିକୁ ପୁରୀରୁ ଭୁବନେଶ୍ବର, କଟକ, ସମ୍ବଲପୁର ସିଟି ଦେଇ ରାଉରକେଲା ପର୍ଯ୍ୟନ୍ତ ଚଳାଇବାକୁ ପୂର୍ବରୁ ଦାବି ହୋଇ ଆସୁଥିଲା। ‌ଏହା ହୋଇଥିଲେ ଓଡ଼ିଶାର ୫ ମଧ୍ୟରୁ ୪ଟି ମହାନଗର ସମେତ ପୁରୀ, ଖୋର୍ଦ୍ଧା ରୋଡ୍‌, ଢେଙ୍କାନାଳ, ଅନୁଗୁଳ ଓ ଝାରସୁଗୁଡ଼ା ଆଦି ୫ଟି ଜିଲ୍ଲାର ପ୍ରମୁଖ ଷ୍ଟେସନ୍ ଏହି ଟ୍ରେନ୍‌ ଦ୍ବାରା ଯୋଡ଼ି ହୋଇଥାଆନ୍ତା। ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଆ ଯାତ୍ରୀଙ୍କ ଆବଶ୍ୟକତା ପ୍ରତି ଧ୍ୟାନ ଦିଅନ୍ତୁ ଓ ଏହି ମାର୍ଗ ଦେଇ ରାଜ୍ୟର ଦ୍ବିତୀୟ ବନ୍ଦେ ଭାରତ ଶୀଘ୍ର ଆରମ୍ଭ କରନ୍ତୁ ବୋଲି ବିଭିନ୍ନ ସହରର ସଚେତନ ରେଳଯାତ୍ରୀ ମତ ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।