ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଜୟପୁର: ବହୁ ଚର୍ଚ୍ଚିତ ୨୮ବର୍ଷ ତଳେ ବିନା ଅନୁମତିରେ ତଥା ଜାଲ କାଗଜପତ୍ର ତିଆରି କରି ମାଲକାନଗିରି ଜିଲ୍ଲା ଅଂଚଳରେ ଥିବା ଜଙ୍ଗଲ ଜମିରେ ଥିବା ଗଛ ଗୁଡିକୁ କାଟି ସରକାରୀ ଅର୍ଥତୋଷାରପାତ ମାମଲାର ରାୟ ପ୍ରକାଶ ପାଇଛି। ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ କୁମାର ଏକ୍କା। ତତ୍କାଳୀନ ପୂର୍ବତନ ଏସିଏଫ ଶରତ କୁମାର ପଣ୍ଡା ଓ ବନଠିକାଦାର ଜି.ଏମ୍ ସୁବାସ ଚନ୍ଦ୍ରବୋଷଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଜରିମାନା ଦେବାକୁ ନିର୍ଦ୍ଧେଷ ଦେଇଛନ୍ତି। ଏହି ମାମଲାରେ ଜଡ଼ିତ ଥିବା ଭାସ୍କର ମହାରଣା, ନକୁଳ ପ୍ରଧାନ, ରାମକୃଷ୍ଣ ପଟ୍ଟନାୟକ, ତ୍ରିନାଥ ନାୟକ, ଶ୍ୟାମଲାଲ ହରିଜନ, ରତିକୃଷ୍ଣ ପାତ୍ର, କୃଷ୍ଣ ଚନ୍ଦ୍ର ପାଲ, କିଶୋର ମୋହନ ଗଣ୍ଡ ଆଦି ୮ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତ ୧୯୯୫ଓ ୧୯୯୬ମସିହାରେ ଜୟପୁର ବନଖଣ୍ଡ ଅନ୍ତର୍ଗତ ମାଲାକାନଗିରୀ ଜିଲ୍ଲାର ଅକୁର ଅଂଚଳର ୮୫୫.୪୬ ସଂରକ୍ଷିତ ଏକର ଜଙ୍ଗଲ ବିଭାଗ ଜମି ରହିଥିଲା। ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ଜବରଦଖଲ କରାଯାଇଥିବା ଦର୍ଶାଇ ଏହାକୁ ୩୧୮ଏକର କରାଯାଇଥିଲା। ଏହି ଜବରଦଖଲ ଜମିରୁ ଗଛ କାଟି ପରିବହନ କରିବା ପାଇଁ ପରିବହନ ପରମିଟି ପାଇଁ ଟେଙ୍ଗୁରୁଗୁଡା ଗାଁର ଜଗା ପଡ଼ିଆମୀ ତତ୍କାଳୀନ ଜୟପୁର ଡିଏଫଓଙ୍କ ନିକଟରେ ଆବେଦନ କରିଥିଲେ। ଏହାକୁ ତଦନ୍ତ କରିବା ପାଇଁ ତତ୍କାଳୀନ ଜୟପୁର ବନଖଣ୍ଡ ଡିଏଫଓ ତଦନ୍ତ କରି ଏହି ପରମିଟ ଦେବାକୁ ନିର୍ଦେଶ ଦେଇଥିଲେ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏହାର ତଦନ୍ତ କରୁକରୁ ଜଣା ପଡିଲା ଯେ ଏହି ରେଂଜରେ ଜାଲ୍ କାଗଜପତ୍ର କରି ଜଙ୍ଗଲ ଜମିରୁ ବ୍ୟାପକ ପରିମାଣର ଗଛା କଟାଯାଇଛି।
ସରକାରୀ ତହବିଲକୁ ଯିବା ଟଙ୍କା ବଦଳରେ ଏହାକୁ ବାଟ ମାରଣା କରାଯାଇଛି। ଏହାର ତଦନ୍ତ ବେଳେ ଏହା ୫୧ଲକ୍ଷ ୫୦ହଜାର ୯୮୨ଟଙ୍କାର କାଠ ଗାୟବ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ବନଖଣ୍ଡ ଅଧିକାରୀ ମାମଲା ଭିଜିଲାନସରେ ଦେଇଥିଲେ। ଭିଜିଲାନସ୍ ପକ୍ଷରୁ ମାମଲା ରୁଜୁ କରିଥିଲେ। ୨୧ଜଣଙ୍କର ସାକ୍ଷ୍ୟ ପ୍ରମାଣ ମାମଲାର ବିଚାର ଚାଳିଥିବା ସମୟରେ ନିଆଯାଇଥିଲା। ଏଥିରୁ ୮ଜଣ ନିର୍ଦ୍ଦାଷ ହୋଇଥିବା ବେଳେ ମାମଲାରେ ପୂର୍ବତନ ଏସିଏଏଫ ଶରତ କୁମାର ପଣ୍ଡା ଓ ବନଠିକାଦାର ଜି.ଏମ୍ ସୁବାସ ଚନ୍ଦ୍ରବୋଷ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏସିଏଫ ଶ୍ରୀ ପଣ୍ଡା ଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଜରିମାନା ଦେବାକୁ, ଜରିମାନା ଅନାଦେୟ ଆଉ ୬ମାସ କାରାଦଣ୍ଡରେ ରହିବାକୁ ନିର୍ଦେଶ ଦେଇଛନ୍ତି। ବନ ଠିକାଦାର ବୋଷଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଜରିମାନା ଦେବାକୁ, ଜରିମାନା ଅନାଦେୟ ଆଉ ୬ମାସ କାରାଦଣ୍ଡ ସହ ଅନ୍ୟ ଦଫାରେ ବର୍ଷକ ଓ ଜରିମାନା ବାବଦକୁ ୨ହଜାର ଟଙ୍କା ଅର୍ଥାତ ୧୨ହଜାର ଟଙ୍କା ଦେବାକୁ ନିର୍ଦେଶ ଦେଇଛନ୍ତି। ଏହି ମାମଲାର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଶଶିଧର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l