ରାଜ୍ୟ

ଟ୍ରକ ପଛରେ ପିଟି ହେଲା ଟ୍ରକ: ୨ ଜୀବନ ଗଲା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଯାଜପୁର: ରାଜ୍ୟରେ ଚଳିତବର୍ଷ ବହୁ ଦୁର୍ଘଟଣା ଘଟୁଥିବାରୁ ଲୋକଙ୍କୁ ସଚେତନ କରିବା ପାଇଁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରୁଛନ୍ତି। ତେବେ ଶୂନ୍ୟ ମୃତ୍ୟୁ ସପ୍ତାହ ଚାଲିଥିଲେ ବି ଦୁର୍ଘଟଣା ଥମିବାର ନାଁ ଧରୁନି। ବୁଧବାର ଭୋରରୁ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଦେଉଳି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟାୟାର ପମ୍ପଚର ହୋଇଯିବାରୁ ଏକ ଟ୍ରକ ରାସ୍ତା କଡେ ଠିଆ ହୋଇଥିବାବେଳେ ଆଉ ଗୋଟିଏ ଟ୍ରକ ପଛରୁ ପିଟି ହୋଇଯିବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ ଯେ, ଭୋର ପ୍ରାୟ ୫ଟାରେ ଓଆର ୧୪ ୱାଇ ୪୬୧୭ ନମ୍ବର ବିଶିଷ୍ଟ ଗୋଟିଏ ଲୁହାଛଡ ବୋଝେଇ ଗାଡି ରାସ୍ତାରେ ପମ୍ପଚର ହୋଇ ଛିଡା ହୋଇଥିଲା। ଉକ୍ତ ଗାଡିର ଡ୍ରାଇଭର ଟାୟାରର ଲିକ ସଜାଡୁଥିଲେ। ଏତିକି ବେଳେ ପଛରୁ ଓଡି ୧୦ କେ ୦୨୩୮ ନମ୍ବର ବିଶିଷ୍ଟ ଆଉ ଗୋଟିଏ ଲୁହା ଛଡ ବୋଝେଇ ଟ୍ରକ ଆସି ଧକ୍କା ଦେଇଥିଲା। ଫଳରେ ଟାୟାର ସଜାଡୁଥିବା ଡ୍ରାଇଭରଙ୍କ ଉପରେ ଚକା ଚଡ଼ିଯାଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଧକ୍କା ଦେଇଥିବା ଟ୍ରକର କାଚରେ ଲୁହା ରଡ ପଶି ଡ୍ରାଇଭର ଦେହରେ ଫୁଟିଯାଇଛି। ଫଳରେ ଉକ୍ତ ଗାଡିରେ ନିଆଁ ଲାଗି ଯାଇଛି। ଡ୍ରାଇଭର ଗାଡିରୁ ବାହାରି ନପାରି ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ସହ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମୃତଦେହ ଦୁଇଟିକୁ  ବ୍ୟବଚ୍ଛେଦ ପାଇଁ ହସପିଟାଲ ପଠାଇ ପୁଲିସ ତଦନ୍ତ ଜାରି ରଖିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।