ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : କଟକ ଜିଲ୍ଲାରେ କୋଭିଡ ସମୟରେ ନାମ ପଂଜୀକରଣ କରିଥିବା ୮୮ ହଜାର ଶ୍ରମିକ କୁଆଡ଼େ ଗଲେ? ତିନି ବର୍ଷ ହେଲା ସେମାନଙ୍କ ପତ୍ତା ମିଳୁନି କାହିଁକି? ସେମାନଙ୍କ ପାଇଁ ଆସିଥିବା ୧୧ କୋଟି ୪୨ ଲକ୍ଷ ୪୭ ହଜାର ୫ଶହ ଟଙ୍କା କେଉଁ ବାଟରେ ବିନିଯୋଗ ହେଲା? ଏଭଳି ଅନେକ ପ୍ରଶ୍ନ ଏବେ ଶ୍ରମିକଙ୍କ ନାମ ପଂଜୀକରଣକୁ ନେଇ ହୋଇଥିବା ବଡ଼ କେଳେଙ୍କାରୀର ସୂଚନା ଦେଉଛି। ନାମ ପଂଜୀକରଣ ହୋଇଥିବା ଶ୍ରମିକଙ୍କ ମଧ୍ୟରୁ ୧୧ ହଜାର ୮୫୧ ଜଣ ଶ୍ରମିକ ପ୍ରାପ୍ୟ ନେବାକୁ ନ ଆସିବାରୁ ୧ କୋଟି ୭୭ ଲକ୍ଷ ଟଙ୍କା ଫେରି ଆସିଛି। କିନ୍ତୁ ବିଭିନ୍ନ ବ୍ଲକକୁ ଶ୍ରମ ବିଭାଗ ସଂପୂର୍ଣ୍ଣ ତଥ୍ୟ ମାଗି ଚାଲିଥିଲେ ବି ଜିଲ୍ଲାର ୫ଟି ବ୍ଲକ୍, ଚୌଦ୍ବାର ପୌରପାଳିକା, ଆଠଗଡ଼ ଓ ବାଙ୍କୀ ଏନ୍ଏସି ପକ୍ଷରୁ ହିସାବ ଦିଆଯାଉନି।

ତଥ୍ୟ ଅନୁସାରେ, କଟକ ଜିଲ୍ଲାରେ ୧ ଲକ୍ଷ ୮୭ ହଜାର ୫୩୧ ଶ୍ରମିକ ନାମ ପଞ୍ଜୀକରଣ କରିଥିଲେ। କୋଭିଡ୍ ସମୟରେ କାମଧନ୍ଦା ପାଇଁ ଶ୍ରମିକ ହନ୍ତସନ୍ତ ହୋଇଥିବା ବେଳେ ବାହାର ରାଜ୍ୟକୁ କାମ ପାଇଁ ଯାଇଥିବା ଶ୍ରମିକ ଗାଁକୁ ଫେରି ଆସିଥିଲେ। ସେମାନଙ୍କ ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ପ୍ରତି ଶ୍ରମିକ ପିଛା ୧୫ଶହ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। କଟକ ଜିଲ୍ଲାକୁ ସହାୟତା ପ୍ରଦାନ ନିମନ୍ତେ ୧ ଲକ୍ଷ ୮୭ ହଜାର ୫୩୧ ଜଣ ଶ୍ରମିକଙ୍କ ପାଇଁ ୨୮ କୋଟି ୧୨ ଲକ୍ଷ ୯୬ ହଜାର ୫୦୦ ଟଙ୍କା ଆସିଥିଲା। ଏହା ସବୁ ବ୍ଲକ୍ର ବିଡିଓଙ୍କ ସମେତ ସିଏମ୍ସି, ପୌରପାଳିକା ଓ ଏନ୍ଏସିକୁ ଦିଆଯାଇଥିଲା। ସେମାନଙ୍କୁ ଶ୍ରମିକଙ୍କ ତାଲିକା ସହ ଉକ୍ତ ଟଙ୍କା ଦିଆଯାଇଥିଲା। ସେମାନେ ତାଲିକା ଅନୁସାରେ ଟଙ୍କା ବାଣ୍ଟିବା ସହ କେତେଜଣ ଶ୍ରମିକଙ୍କୁ କେତେ ଟଙ୍କା ବଣ୍ଟନ କରାଗଲା ଓ କେତେ ଟଙ୍କା ବଳକା ରହିଲା ସେସବୁର ତଥ୍ୟ ଶ୍ରମ ବିଭାଗ ପାଖରେ ଦାଖଲ କରିବା କଥା। କଟକ ଜିଲ୍ଲାରେ ୧୪ଟି ବ୍ଲକ୍ ମଧ୍ୟରୁ ୯ଟି ବ୍ଲକ୍ ବଣ୍ଟନ କରିଥିବା ଟଙ୍କା ଓ ବଳକା ଟଙ୍କାର ତଥ୍ୟ ଦେବା ସହିତ ବଳକା ଟଙ୍କା ମଧ୍ୟ ଫେରସ୍ତ କରିଛନ୍ତି। ହେଲେ ନିଆଳି, ବଡମ୍ବା, ନରସିଂହପୁର, ବାଙ୍କୀ ଓ ବାଙ୍କୀ-ଡ଼ମପଡା ବ୍ଲକ୍ ଏହି ତଥ୍ୟ ଦେଉ ନାହାନ୍ତି। ବାରମ୍ବାର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ଚିଠି ଗଲେ ମଧ୍ୟ ତାହାକୁ ସଂପୃକ୍ତ ୫ଟି ବ୍ଲକ୍ ଖାତିର କରୁନାହାନ୍ତି। ମାର୍ଚ୍ଚ ସରିଥିଲେ ବି ୟୁ.ସି ଓ ବଳକା ଟଙ୍କା ଫେରସ୍ତ କରାଯାଉ ନଥିବାରୁ ଏବେ ଜିଲ୍ଲା ଶ୍ରମ ବିଭାଗର ବି ସମସ୍ୟା ବଢିଛି।

ବଡ଼ମ୍ବାର ୨୫,୮୬୨ ଶ୍ରମିକଙ୍କ ପାଇଁ ୩ କୋଟି ୮୭ ଲକ୍ଷ ୯୩ ହଜାର ଟଙ୍କା ଦିଆଯାଇଥିଲା ବେଳେ ନିଆଳିକୁ ୫୩୧୫ ଶ୍ରମିକଙ୍କ ପାଇଁ ୭୯ ଲକ୍ଷ ୭୨ ହଜାର ୫୦୦ ଟଙ୍କା, ନରସିଂହପୁରକୁ ୨୬ ହଜାର ୫୭୭ ଶ୍ରମିକଙ୍କ ପାଇଁ ୩ କୋଟି ୯୮ ଲକ୍ଷ ୬୫ ହଜାର ୫୦୦ ଟଙ୍କା, ବାଙ୍କୀକୁ ୯୯୯୩ ଶ୍ରମିକଙ୍କ ପାଇଁ ୧ କୋଟି ୪୯ ଲକ୍ଷ ୮୯ ହଜାର ୫ଶହ ଟଙ୍କା, ବାଙ୍କୀ-ଡମପଡ଼ାର ୫୦୦୭ ଶ୍ରମିକଙ୍କ ପାଇଁ ୭୫ ଲକ୍ଷ ୫୧ ହଜାର ୫୦୦ ଟଙ୍କା, ଚୌଦ୍ବାର ପୌରପାଳିକାର ୧୪୮୦ ଶ୍ରମିକଙ୍କ ପାଇଁ ୨୨ ଲକ୍ଷ ୨୦ ହଜାର ଟଙ୍କା, ଆଠଗଡ଼ ଏନ୍ଏସିର ୧୧୪୭ ଶ୍ରମିକଙ୍କ ପାଇଁ ୧୭ ଲକ୍ଷ ୨୦ ହଜାର ୫୦୦ ଟଙ୍କା, ବାଙ୍କୀ ଏନ୍ଏସିର ୭୮୪ ଶ୍ରମିକଙ୍କ ପାଇଁ ୧୧ ଲକ୍ଷ ୭୬ ହଜାର ଟଙ୍କା ତିନି ବର୍ଷ ହେଲାଣି ଦିଆଯାଇଛି। କିନ୍ତୁ ତାହାର ବିନିଯୋଗ ସଂପର୍କିତ ତଥ୍ୟ ଦିଆଯାଉ ନଥିବାରୁ ଏହା ପଛରେ ଥିବା କେଳେଙ୍କାରୀକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ୧୧ କୋଟି ୪୨ ଲକ୍ଷ ଟଙ୍କା କୁଆଡେ ଗଲା, ତାହାର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ହୁଏତ ଦୁର୍ନୀତିର ପର୍ଦ୍ଦାଫାସ ହେବ ବୋଲି ଆଶା କରାଯାଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l