ଖେଳ

India vs Sri Lanka: ୨୦୧୫ ଅକ୍ଟୋବର ପରେ ପ୍ରଥମ ନୋ ବଲ୍ ଫିଙ୍ଗିଲେ ଭୁବନେଶ୍ଵର କୁମାର

କଲୋମ୍ଵା ୨୦।୦୭: ଭୁବନେଶ୍ଵର କୁମାର ନିଜର ସ୍ଵିଙ୍ଗ୍ ବୋଲିଂ ପାଇଁ ପରିଚିତ। ହେଲେ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ସେ ପ୍ରଭାବହୀନ ରହିଥିଲେ। ସେ କିଛି ଓ୍ଵାଇଡ୍ ବଲ୍ ମଧ୍ୟ ଫିଙ୍ଗିଥିଲେ। ମାତ୍ର ସେ କୌଣସି ନୋ ବଲ୍ ଦେଇନଥିଲେ। ଏଥିରୁ ଅନୁମାନ କରି ପାରିବେ ଯେ, ସେ ବହୁତ କମ ନୋ ବଲ ଫିଙ୍ଗନ୍ତି। ଭୁବନେଶ୍ଵର ଶ୍ରୀଲଙ୍କା ବିପକ୍ଷ ସିରିଜର ଦ୍ଵିତୀୟ ମ୍ୟାଚ୍‌ରେ ନୋ ବଲ୍ ଫିଙ୍ଗିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭୁବନେଶ୍ଵର ପ୍ରାୟ ଛଅ ବର୍ଷ ପରେ ନୋ ବଲ୍ ଫିଙ୍ଗିଛନ୍ତି।

କଲୋମ୍ଵୋରେ ଖେଳାଯାଉଥିବା ତିନି ମ୍ୟାଚ୍‌ର ସିରିଜ୍‌ର ଦ୍ଵିତୀୟ ମୁକାବିଲାରେ ଭୁବନେଶ୍ଵର କୁମାର ତୃତୀୟ ଓଭରର ପ୍ରଥମ ବଲ୍‌ ଫିଙ୍ଗିଥିଲେ। ବ୍ୟାଟିଂ କରୁଥିଲେ ମିନୋଦ ଭାନୁକା। ହେଲେ ପ୍ରଥମ ବଲ୍ ସେ ନୋ ବଲ୍ କରିଥିଲେ। ଭୁବନେଶ୍ଵର କୁମାର ୨୦୧୫ ଅକ୍ଟୋବର ପରେ ପ୍ରଥମ ଥର ନୋ ବଲ୍ ଫିଙ୍ଗିଛନ୍ତି। ଏହି ସମୟରେ ସେ ୩୦୯୩ ବଲ୍ ବୋଲିଂ କରିଛନ୍ତି।

ପୂରା କ୍ୟାରିୟରରେ ଫିଙ୍ଗିଛନ୍ତି କେବଳ ୫ ନୋ ବଲ୍

ଭୁବନେଶ୍ଵର ନିଜର ଦିନିକିଆ କ୍ୟାରିୟରରେ କେବଳ ପାଞ୍ଚ ନୋ ବଲ୍ ଫିଙ୍ଗିଛନ୍ତି। ୨୦୧୫ ଅକ୍ଟୋବର ପରଠୁ ନିଜର ଏହି ଦୁଇ ନୋ ବଲ୍ ମଧ୍ୟରେ ଭୁବନେଶ୍ଵର ୫୧୩.୩ ଓଭର ଫିଙ୍ଗିଛନ୍ତି। ଆଜିର ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି।

ଭାରତୀୟ ଦଳ

ପୃଥ୍ଵୀ ଶୋ, ଶିଖର ଧାଓ୍ଵନ, ଇଶାନ କିଶନ, ମନୀଷ ପାଣ୍ଡେ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା, ଭୁବନେଶ୍ଵର କୁମାର, ଦୀପକ ଚହର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ