ନୂଆଦିଲ୍ଲୀ ୨୧/୭ : ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଅଲଗା ଅଲଗା ଟୁରରେ ଗସ୍ତ କରିଛନ୍ତି । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଥିବା ଟିମ୍ ଇଣ୍ଡିଆ ବର୍ତ୍ତମାନ ଇଂଲଣ୍ଡରେ ଅଛି । ଯେଉଁଠାରେ ଅଗଷ୍ଟ ୪ରୁ ଭାରତକୁ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ । ସେହିଭଳି ଶିଖର ଧାୱନଙ୍କ ଅଧିନାୟକତ୍ୱରେ ଦଳ ଶ୍ରୀଲଙ୍କା ଗସ୍ତରେ ଅଛି । ଯେଉଁଠାରେ ସୀମିତ ଓଭର ସିରିଜ୍ ଖେଳାଯାଉଛି ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଦିନିକିଆ ମଙ୍ଗଳବାର କଲମ୍ବୋ ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଇଥିଲା । କିନ୍ତୁ ଦଳ ଜିତିବା ପରେ ବିଜୟ ଉତ୍ସବ ଇଂଲଣ୍ଡ ପାଳନ କରାଯାଇଛି । ଇଂଲଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଭାରତର ବିଜୟକୁ ଉପଭୋଗ କରିଥିଲା । ଏହାର ଭିଡିଓକୁ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି ।
ଭିଡିଓ ସେୟାର କରି ଏହା ଲେଖାଯାଇଛି, ‘ ଡରହାମ୍ରେ ଥିବା ଟିମ୍ ଇଣ୍ଡିଆ କଲମ୍ବୋର ଟିମ୍ ଇଣ୍ଡିଆ ପାଇଁ ଚିଅର ଅପ୍ କରିବା ସହ ଉତ୍ସାହିତ ଅଛନ୍ତି । ଡ୍ରେସିଂ ରୁମ୍, ଡାଇନିଂ ରୁମ୍ ଠାରୁ ଟିମ୍ ବସ୍ ପର୍ଯ୍ୟନ୍ତ । ସବୁଠି ଦେଖିବାକୁ ବିଜୟର ସେଲିବ୍ରେସନ । ଚମତ୍କାର ମ୍ୟାଚ୍ ର ଗୋଟିଏ ବି ମୁହୂର୍ତ୍ତ ହାତଛଡ଼ା କରିନଥିଲେ କୌଣସି ଖେଳାଳୀ । ଜୁଲାଇ ୨୦ ରେ, ଟିମ୍ ଇଣ୍ଡିଆ ମଧ୍ୟ ଇଂଲଣ୍ଡର କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷରେ ତିନି ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବା ଆରମ୍ଭ କରିଛି । ତେବେ ଆହତ କାରଣରୁ ବିରାଟ କୋହଲି ଏବଂ ଅଜିଙ୍କ୍ୟା ରାହାଣେ ଏହି ମ୍ୟାଚରେ ବାଦ ପଡିଛନ୍ତି ।