ରାଜ୍ୟ ସ୍ପେଶାଲ ରିପୋର୍ଟ

ନିପନ ଷ୍ଟିଲ୍‌ କାରଖାନା ବୁଲିଲେ ମୁଖ୍ୟମନ୍ତ୍ରୀ, ସମୁଦ୍ର ପୋତାଯାଇ ତିଆରି ହୋଇଛି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ନିପନ ଷ୍ଟିଲ୍ କର୍ପୋରେସନର କିମିସୁ ଇସ୍ପାତ କାରଖାନା ବୁଲି ଦେଖିଛନ୍ତି। ସମୁଦ୍ରରେ ସ୍ଥଳଭାଗର ବିକାଶ କରି କିମିସୁ ଇସ୍ପାତ କାରଖାନା ନିର୍ମାଣ ହୋଇଛି। ଏଥିସହିତ ଉକ୍ତ କାରଖାନାରେ ପରିବେଶ ଅନୁକୂଳ ସବୁଜ ପ୍ରଯୁକ୍ତି ବ୍ୟବହୃତ ହେଉଛି। ଅଟୋମୋବାଇଲ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଶିଳ୍ପ ପାଇଁ ଆବଶ୍ୟକ ହେଉଥିବା ଉଚ୍ଚମାନର ଇସ୍ପାତ ଏଠାରେ ଉତ୍ପାଦନ ହେଉଛି। ମୁଖ୍ୟମନ୍ତ୍ରୀ ଏହି କାରଖାନାର ଭୂୟସୀ ପ୍ରଶଂସା କରିଛନ୍ତି।


ଓଡ଼ିଶାରେ ବିଶାଳ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଘୋଷଣା କରିଥିବା ନିପନ ଷ୍ଟିଲ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରସ୍ତାବିତ କାରଖାନାରେ ସମାନ ଧରଣର ପ୍ରଯୁକ୍ତି ବ୍ୟବହାର କରିବ। ଓଡ଼ିଶାରେ ଇସ୍ପାତକୁ କଞ୍ଚାମାଲ ଭାବେ ବ୍ୟବହାର କରୁଥିବା ବିଭିନ୍ନ ଶିଳ୍ପସଂସ୍ଥା ଲାଗି ଉନ୍ନତ ମାନର ଇସ୍ପାତ ଯୋଗାଇବା ଉପରେ ନିପନ ଧ୍ୟାନ ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳକୁ କାରଖାନା ସଂପର୍କରେ କର୍ତ୍ତୃପକ୍ଷ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଉକ୍ତ କାରଖାନା ଯେଉଁ ସ୍ଥାନରେ ହୋଇଛି ସେଠାରେ ସମୁଦ୍ରର ଗଭୀରତା ୧୦ ମିଟରରୁ ଅଧିକ। ଏହା ସତ୍ତ୍ବେ ସେଠାରେ କାରଖାନାର ବିଶାଳ କ୍ୟାମ୍ପସ ସହିତ ବହୁସଂଖ୍ୟାରେ ଗଛ ଲଗାଯାଇ ପରିବେଶକୁ ସବୁଜିମାମୟ କରାଯାଇଛି। ଏଠାରେ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରି କମ୍ପାନି ଇସ୍ପାତ ଉତ୍ପାଦନ କରୁଛି।

କାରଖାନାର ଅତ୍ୟାଧୁନିକ ସୁବିଧାର ପ୍ରଶଂସା କରିବା ସହିତ ଇସ୍ପାତ ଉତ୍ପାଦନ ପ୍ରତି ନିପନ ଷ୍ଟିଲ କର୍ପୋରେସନର ପ୍ରତିବଦ୍ଧତା ବିଷୟରେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଅବତାରଣା କରିଥିଲେ। ଓଡ଼ିଶାରେ ପର୍ଯ୍ୟାପ୍ତ ମାତ୍ରାରେ ଉନ୍ନତମାନର ଖଣିଜ ସଂପଦ ରହିଛି ଏବଂ ଇସ୍ପାତ ଶିଳ୍ପ କ୍ଷେତ୍ର ପାଇଁ ଓଡ଼ିଶାର ପର୍ଯ୍ୟାପ୍ତ ସୁଯୋଗ ଓ ସାମର୍ଥ୍ୟ ରହିଛି। କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ହେବାକୁ ଥିବା ଆର୍ସେଲର ମିତ୍ତଲ-ନିପନ ‌ଷ୍ଟିଲର କାରଖାନା ପାଇଁ ଓଡ଼ିଶା ସରକାରଙ୍କ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନିପନ ଷ୍ଟିଲ କର୍ପୋରେସନର ଅଧିକାରୀମାନଙ୍କୁ ଏହି ଅବସରରେ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟରେ ଇସ୍ପାତ କାରଖାନା ସ୍ଥାପନ ହେଲେ ଓଡ଼ିଶାରୁ ଲୁହାପଥର ରପ୍ତାନି ପରିବର୍ତ୍ତେ ସେଗୁଡ଼ିକର ମୂଲ୍ୟଯୋଗ ଏଠାରେ ହୋଇପାରିବ। ପ୍ରତିନିଧି ଦଳକୁ ନିପନ ଷ୍ଟିଲ କର୍ପୋରେସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଆତିଥେୟତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଉକ୍ତ ଗସ୍ତ କମ୍ପାନି ଏବଂ ଓଡ଼ିଶା ମଧ୍ୟରେ ସଂପର୍କକୁ ମଜବୁତ କରିବ ବୋଲି କହିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।