ରାଜ୍ୟ

ଅଭିନବ ପ୍ରୟାସ: ସାବାଳକ ହୋଇ ବାହାହେଲେ, ୨୦ ହଜାର ପାଇଲେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଚନ୍ଦ୍ରଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ୍‌ରେ ଆଦିବାସୀଙ୍କ ଭିତରେ ବିରାଟ ପରିବର୍ତ୍ତନ ଆଣିପାରିଛି ଏକ ଯୋଜନା। ଏଥିସହିତ, ବାଲ୍ୟବିବାହକୁ ରୋକିପାରିଛି। ଏହି ଯୋଜନା ହେଉଛି, ବାଲ୍ୟବିବାହକୁ ନା କରୁଥିବା ପିଲାଙ୍କୁ ସାବାଳକ ‌ହେଲାପରେ ୨୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ। ସାବାଳକ ହେବାପରେ ୧୧ ନବଦମ୍ପତିଙ୍କୁ ଏବେ ୨୦ହଜାର ଲେଖାଏଁ ପ୍ରଦାନ କରାଯାଇଛି। ଏହା ସଂପୃକ୍ତ ଅଞ୍ଚଳରେ ଅନ୍ୟ ଆଦିବାସୀ ପରିବାରଗୁଡ଼ିକ ଉପରେ ଅନୁକୂଳ ପ୍ରଭାବ ପକାଇବ ଏବଂ ବାଲ୍ୟବିବାହ ପ୍ରଥା ସମ୍ପୂର୍ଣ୍ଣ ମୂଳୋତ୍ପାଟନ ହୋଇପାରିବ ବୋଲି ଆଶା କରାଯାଉଛି।

ସୂଚନା ଅନୁସାରେ, ଚନ୍ଦ୍ରଗିରିଠାରେ ଥିବା ସଉରା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଆଦିବାସୀ ବହୁଳ ଚନ୍ଦ୍ରଗିରି, ଧାଡ଼ିଆମ୍ବ, ବାଘମାରୀ, ଜିରାଙ୍ଗ, ଲବାରସିଂ, ମାଣିକପୁର, ଅନ୍ତରବା, ଚୁଡ଼ଙ୍ଗପୁର ଓ ବଡ଼ସିନ୍ଦବା ଭଳି ୯ଟି ପଞ୍ଚାୟତ ଅନ୍ତର୍ଗତ ୩୨ଟି ଗ୍ରାମର ସଉରା ଜନଜାତିର ଜନସାଧାରଣ ଓ ଲୋକପ୍ରତିନିଧିଙ୍କୁ ନେଇ ଚଳିତବର୍ଷ ଚତୁର୍ଥ ତ୍ରୟମାସିକ ବୈଠକରେ ଏହି ନେଇ ନିଷ୍ପତ୍ତି ହୋଇଥିଲା। ସଉରା ଉନ୍ନୟନ ସଂସ୍ଥା ସ୍ବତନ୍ତ୍ର ପଦାଧିକାରୀ ବନମାଳୀ ଭୂୟାଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ଅଞ୍ଚଳରେ ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ଆଦିବାସୀ ପରିବାରଗୁଡ଼ିକ କିଭଳି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ସେ ନେଇ ଆଲୋଚନା ହୋଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।