Subscribe to Updates

    Get the latest creative news from FooBar about art, design and business.

    What's Hot

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023
    Facebook Twitter Instagram
    Trending
    • ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍
    • ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌
    • ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ
    • ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ
    • ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି
    • ଶିକାରୀଙ୍କ ପଞ୍ଝାରେ ବନ୍ୟଜନ୍ତୁ, ଓଡ଼ିଶା ଜଙ୍ଗଲରୁ ଶେଷ କରିଦେବେ ବାଘ
    • ଅର୍ଥାଭାବରୁ ଅସହାୟ ବାପା: ଲୁହା ଶିକୁଳିରେ ବନ୍ଦୀ ଦିବ୍ୟାଙ୍ଗ ପୁଅ
    • ମହିଳାଙ୍କୁ ନେଇ ଚାଲିଛି ବ୍ରାଉନ୍‌ସୁଗାର କାରବାର
    Sunday, May 28
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଅପରାଧ»ବାଲ୍ୟ ବିବାହ: ଚିନ୍ତାଜନକ ଘଟଣା, ୪ ସ୍କୁଲ ଛାତ୍ରଛାତ୍ରୀ ବାହାହେଲେ
    ଅପରାଧ

    ବାଲ୍ୟ ବିବାହ: ଚିନ୍ତାଜନକ ଘଟଣା, ୪ ସ୍କୁଲ ଛାତ୍ରଛାତ୍ରୀ ବାହାହେଲେ

    NewsLaxmi7By NewsLaxmi7March 31, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

    କାଳିଆପାଣି : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ର ଖଣି ଅଞ୍ଚଳରେ ବାଲ୍ୟବିବାହରେ ଅଙ୍କୁଶ ଲାଗିପାରୁନି। ଗତ କିଛିଦିନ ମଧ୍ୟରେ କାଳିଆପାଣି ଥାନା ଅଧୀନ ବିଭିନ୍ନ ଗାଁରେ ୪ ଜଣ ସ୍କୁଲ ଛାତ୍ରଛାତ୍ରୀ ବିବାହ କରିଯାଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଅନୁସୂଚିତ ଜନଜାତି ଓ ଜଣେ ଅନୁସୂଚିତ ଜାତି ବର୍ଗର ଛାତ୍ରୀ ଥିବା ସୂଚନା ମିଳିଛି।

    ଗତ ୫ ବର୍ଷ ମଧ୍ୟରେ କାଳିଆପାଣି ପଞ୍ଚାୟତ ଘାଗିଆସାହି ଓ ଚିରିଗୁଣିଆ ଗାଁରେ ଅନୁଷ୍ଠିତ ବିବାହ ମଧ୍ୟରୁ ୮୦ ପ୍ରତିଶତ ହେଉଛି ବାଲ୍ୟବିବାହ। ଏବର୍ଷ ଏଠାରେ ପୁଣି ଜଣେ ସ୍କୁଲ ଛାତ୍ରୀ ବାହା ହୋଇଥିବା ସୂଚନା ମିଳିଛି। ଢେଙ୍କାନାଳ ତାଳବରକୋଟ ଆବାସିକ ସ୍କୁଲ ହଷ୍ଟେଲ୍‌ରୁ ଏହି ନବମ ଶ୍ରେଣୀ ଛାତ୍ରୀ ଜଣକ ଲୁଚି ପଳାଇବା ପରେ କଟକ ମଙ୍ଗୁଳି ଅଞ୍ଚଳରେ ବିବାହ କରିଛନ୍ତି। ଗତ ସପ୍ତାହ ଉକ୍ତ ସ୍କୁଲର ଜଣେ ଶିକ୍ଷୟିତ୍ରୀ ସଂପୃକ୍ତ ଛାତ୍ରୀଙ୍କ ଘରକୁ ଆସି ତଦନ୍ତକରି ଫେରିଥିବା ଜଣାପଡ଼ିଛି। ଛାତ୍ରୀଜଣକ ଏବେ ଶାଶୂଘରେ। ବରଘରୁ ପଣ ଆଣିବା ପ‌ରେ ସେ ବିବାହ ଉତ୍ସବ ଆୟୋଜନ କରିବେ ବୋଲି କହନ୍ତି ଛାତ୍ରୀଙ୍କ ବାପା। ‌

    ଚିଙ୍ଗୁଡ଼ିପାଳ ପଞ୍ଚାୟତ ପାଟଣା ଉଚ୍ଚ ପ୍ରାଥମିକ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ କଅଁସ ପଞ୍ଚାୟତ ଏନ୍‌ଜିବିଏମ୍‌ ହାଇସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ବାହାହୋଇ ଶାଶୂଘରେ ରହୁଛନ୍ତି। ଏହି ଛାତ୍ରଙ୍କ ଘର କଅଁସ ଜାରଗିସାହି ବୋଲି ଜଣାପଡ଼ିଛି। ରାଁସୋଳ ପାତ୍ରସାହିର ଜଣେ ଦଶମ ଛାତ୍ରୀ ଟମକା ଅଞ୍ଚଳର ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବାହା ହୋଇଥିବା ଜଣାପଡ଼ିଛି। ଛାତ୍ରୀଜଣକ ଏବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ସେ ପରୀକ୍ଷାରେ ଅନୁପସ୍ଥିତ ରହିବାରେ ତାଙ୍କ ଘରକୁ ଯାଇ ସନ୍ଧାନ ନେବାରୁ ତାଙ୍କ ବିବାହ ସୂଚନା ମିଳିଥିଲା ବୋଲି କହନ୍ତି ଶିକ୍ଷକ ଜଗବନ୍ଧୁ ମହାନ୍ତ। ସୁକିନ୍ଦା ସିଡିପିଓ ବିଜୟଲକ୍ଷ୍ମୀ ମାରାଣ୍ଡିଙ୍କୁ ଯୋଗାଯୋଗ କରିବାରେ ଏ ସଂପର୍କରେ ତାଙ୍କ ପାଖେ କୌଣସି ସୂଚନା ନଥିବା କହନ୍ତି।

    ବାଲ୍ୟବିବାହ ରୋକିବା ଦିଗରେ ଜିଲ୍ଲା ପ୍ରଶାସନର ବୈଠକ ଓ ଯୋଜନା ଯେ ବାସ୍ତବରେ କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ହେଉନାହିଁ, ତାହା ଏଥିରୁ ସ୍ପଷ୍ଟ ହୋଇଛି।

    ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

    barun gandhi breaking news featured interview kanak news latest news latest update newslaxmi7 odia news odisha famous people odisha khabar odisha latest odisha latest news odisha political news otv otv live political update politices rahul gandhi sonia gandhi speech
    Share. Facebook Twitter LinkedIn WhatsApp Email
    Previous Articleବନ ବିଭାଗ ପାଟ୍ରୋଲିଂ ଗାଡ଼ିକୁ ଗୁଳିମାଡ଼ ଘଟଣା: ନିଦ ହଜାଇଛି ୭.୬୨ ଏମ୍‌ଏମ୍‌ କ୍ୟାଟ୍ରିଜ୍‌
    Next Article ଅଭିନବ ପ୍ରୟାସ: ସାବାଳକ ହୋଇ ବାହାହେଲେ, ୨୦ ହଜାର ପାଇଲେ
    NewsLaxmi7
    • Website

    Related Posts

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି

    May 26, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍…

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ପୋଲିସ ଓ ଗଣମାଧ୍ୟମ ମଧ୍ୟରେ କ୍ରିକେଟ ସିରିଜ ଆରମ୍ଭ, ପ୍ରଥମ ମ୍ୟାଚ୍‌ରେ ପୋଲିସ ଟିମ୍ ବିଜୟୀ

    May 20, 2022

    ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା

    May 18, 2021

    ମୟୂରଭଞ୍ଜରେ ବାଟ ହୁଡ଼ିଲାଣି ଜନଔଷଧି ଯୋଜନା

    March 13, 2023
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.