ଦେଶ ବିଦେଶ

ଇନ୍ଦୋର୍‌ ମହାଦେବ ମନ୍ଦିର ଅଘଟଣ: ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଇନ୍ଦୋର୍‌: ମଧ୍ୟପ୍ରଦେଶର ଇନ୍ଦୋର୍‌ସ୍ଥିତ ବେଲେଶ୍ବର ମହାଦେବ ଝୁଲେଲା ମନ୍ଦିର ପ୍ରାଙ୍ଗଣରେ ଥିବା ବାମ୍ଫିକୂଅରୁ ଏପର୍ଯ୍ୟନ୍ତ ୩୫ଜଣ ଶବ ଉଦ୍ଧାର କରାଯାଇଥିବା ଇନ୍ଦୋର୍‌ ଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ସକାଳେ ରାମ ନବମୀ ଅବସରରେ ବେଲେଶ୍ବର ମହାଦେବ ଝୁଲେଲା ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ପାଇଁ ପ୍ରବଳ ଜନଗହଳି ହୋଇଥିଲା। ସେଠାରେ ଥିବା ଗୋଟାଏ ବାମ୍ଫିକୂଅ (ବଡ଼କୂଅ) ଉପରେ ପଡ଼ିଥିବା ‘ଲୁହାଛଡ଼ଦିଆ କଂକ୍ରିଟ୍‌ ସ୍ଲାବ୍‌’ ଉପରେ ମଧ୍ୟ ଲୋକେ ଠିଆହୋଇଥିଲେ। କିନ୍ତୁ, ଉକ୍ତ ସ୍ଲାବ୍‌ଟି ଲୋକଙ୍କ ଓଜନ ସମ୍ଭାଳି ନ ପାରି ଦବି ଯାଇ ଭୁଶୁଡ଼ି ପଡ଼ିବାରୁ କିଛି ଲୋକ କୂଅ ମଧ୍ୟକୁ ଖସିପଡ଼ିଥିଲେ।

ଇନ୍ଦୋର୍‌ ଜିଲ୍ଲାପାଳ ଇଲୟାରାଜା ଟି. କହିଛନ୍ତି, ସମୁଦାୟ ୩୫ଜଣ ଲୋକଙ୍କର ମୃତ୍ୟୁ ଘଟିଛି, ଜଣେ ନିଖୋଜ ଅଛନ୍ତି ଏବଂ ୧୪ଜଣଙ୍କୁ ଉଦ୍ଧାର କରାଯାଇଛି। ଚିକିତ୍ସିତ ହୋଇ ୨ଜଣ ବ୍ୟକ୍ତି ଘରକୁ ଫେରିଯାଇଛନ୍ତି। ନିଖୋଜ ବ୍ୟକ୍ତିଜଣଙ୍କୁ ଠାବ କରିବା ଲାଗି ଅନୁସନ୍ଧାନ ଚାଲିଛି।

Image Courtesy of The New Indian Express

ଗୁରୁବାର ଅପରାହ୍ଣ ୧୨.୩୦ରେ ଆରମ୍ଭ ହୋଇଥିବା ଏହି ଉଦ୍ଧାର ଅଭିଯାନ ୧୮ ଘଣ୍ଟା ହେବ ଚାଲିଛି ବୋଲି ସେ କହିଛନ୍ତି।

ଇ‌ନ୍ଦୋର୍‌ର ସର୍ବପୁରାତନ ଆବାସିକ କଲୋନିମାନଙ୍କ ମଧ୍ୟରୁ ଅନ୍ୟତମ ସ୍ନେହ ନଗରରେ ଅବସ୍ଥିତ ଉକ୍ତ ମହାଦେବ ମନ୍ଦିର ଏକ ଘରୋଇ ଟ୍ରଷ୍ଟ୍‌ଦ୍ବାରା ପରିଚାଳିତ। ରାମ ନବମୀ ଉପଲକ୍ଷେ, ମନ୍ଦିର ପ୍ରାଙ୍ଗଣରେ ଥିବା ବାମ୍ଫିକୂଅ ଉପରେ ପଡ଼ିଥିବା କଂକ୍ରିଟ୍‌ ସ୍ଲାବ୍‌ ଉପରେ ଯଜ୍ଞ ଚାଲିଥିଲା। କିନ୍ତୁ, ସେ ‘ସ୍ଲାବ୍‌’ଟି ୩୦/୪୦ଜଣ ଲୋକଙ୍କ ଭାର ସମ୍ଭାଳିବା ଭଳି ଦୃଢ଼ ନ ଥିବାରୁ ଦବିଯାଇ ଭୁଶୁଡ଼ି ପଡ଼ିଲା ଏବଂ ତା’ଉପରେ ସମବେତ ହୋଇଥିବା ଲୋକମାନେ ୪୦ ଫୁଟ୍‌ ଗଭୀର ବାମ୍ଫିକୂଅ ମଧ୍ୟକୁ ପଡ଼ିଯାଇଥିଲେ।

ଉଦ୍ଧାର କାର୍ଯ୍ୟରେ ‘ଏନ୍‌ଡିଆର୍‌ଏଫ୍‌’ ଓ ‘ଏସ୍‌ଡିଆର୍‌ଏଫ୍‌’ ଟିମ୍‌ଙ୍କୁ ନିୟୋଜିତ କରାଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ