ଦେଶ ବିଦେଶ ସ୍ୱାସ୍ଥ୍ୟ

ରହସ୍ୟଜନକ ନାକରୁ ରକ୍ତ ପଡ଼ିବା ରୋଗ: ୩ ଜଣଙ୍କ ମୃତ୍ୟୁ ପରେ କ୍ବାରାଣ୍ଟିନ୍‌ରେ ଆଫ୍ରିକୀୟ ସହର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବୁରୁଣ୍ଡି: ଆଫ୍ରିକାର ବୁରୁଣ୍ଡିର ଏକ ସହରରେ ଏକ ରହସ୍ୟଜନକ (ଅଜଣା) ଭୂତାଣୁ ସଂକ୍ରମଣ ଯୋଗୁ ନାକରୁ ରକ୍ତ ପଡ଼ୁଛି ଓ ଲୋକର ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟାରେ ସହରର ୩ ଜଣ ଲୋକଙ୍କର ଏହିପରି ଭାବେ ମୃତ୍ୟୁ ଘଟିବା ପରେ ସହରକୁ କ୍ବାରାଣ୍ଟିନରେ ରଖାଯାଇଛି। ଅର୍ଥାତ୍ ସହରରୁ କେହି ବାହାରକୁ ଯିବେ ନାହିଁ କି ବାହାରର କୌଣସି ଲୋକ ଏହି ସହରକୁ ଆସିବେ ନାହିଁ। ଆଫ୍ରିକୀୟ ଦେଶ ବୁରୁଣ୍ଡିର ଏକ ଛୋଟ ସହରରେ ଉକ୍ତ ଅଜଣା ଭୂତାଣୁ ସଂକ୍ରମଣ ଆତଙ୍କ ଖେଳାଇ ଦେଇଛି।

ସହରର ବାଜିରୋ ଅଞ୍ଚଳରେ ସଂକ୍ରମିତ ୩ ଜଣ ଲୋକଙ୍କର ନାକରୁ ରକ୍ତ ପଡ଼ିବା ପରେ ମୃତ୍ୟୁ ଘଟିଛି। ରୋଗର ଲକ୍ଷଣ ଭିତରେ ରହିଛି- ଜ୍ବର ହେବା, ମୁଣ୍ଡ ବିନ୍ଧିବା, ମୁଣ୍ଡ ବୁଲେଇବା, ବାନ୍ତି ହେବା ଇତ୍ୟାଦି। ଶେଷରେ ନାକରୁ ରକ୍ତ ପଡ଼ିବା ସହ ରୋଗୀର ମୃତ୍ୟୁ ଘଟୁଛି। ଇବୋଲା ବା ମାରବର୍ଗ ଭୂତାଣୁ ଏହି ରୋଗର କାରଣ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବୁରୁଣ୍ଡୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ଭୂତାଣୁ ଏକ ସଂକ୍ରାମକ ଓ ରକ୍ତକ୍ଷରଣକାରୀ ମାରାତ୍ମକ ଅଣୁଜୀବ ପରି ଜଣାପଡ଼ୁଛି। ଏହାପୂର୍ବରୁ ଚଳିତମାସରେ ପଡ଼ୋଶୀ ତାଞ୍ଜାନିଆରେ ମାରବର୍ଗ ଭୂତାଣୁ ଜନିତ ସଂକ୍ରମଣ ହୋଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ