ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ,: ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତୀବ୍ର ସମାଲୋଚନା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଉପରାଷ୍ଟ୍ରପତି ରାହୁଲ ଗାନ୍ଧିଙ୍କ ନାମ ନନେଇ ତେରଛା ବାଣ ମାରିଛନ୍ତି। ସଂସଦର ବଜେଟ ଅଧିବେଶନରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଛି ତାହା ଉପରେ ଉପରାଷ୍ଟ୍ରପତି କହିଛନ୍ତି ଲୋକଙ୍କ ବୌଦ୍ଧିକତାକୁ କେବେ ବି ନ୍ୟୁନ କରି ଦେଖିବା ଉଚିତ ନୁହେଁ। ଯାହା କିଛି ଘଟୁଛି ଲୋକମାନେ ସେସବୁକୁ ବୁଝୁଛନ୍ତି। ନ୍ୟୁଜ୍ ୧୮ ରାଇଜିଂ ଇଣ୍ଡିଆ ସମ୍ମିଳନୀ-୨୦୨୩ରେ ଉପରାଷ୍ଟ୍ରପତି ଯୋଗଦେଇ କହିଛନ୍ତି ଭାରତ ପ୍ରଗତି ପଥରେ ଅଗ୍ରସର ହେଉଛି। ଦ୍ରୁତବେଗରେ ଆଗକୁ ବଢ଼ୁଛି। ଏହାକୁ କେହି ରୋକିପାରିବେ ନାହିଁ।
ବିଶ୍ବ ଆଜି ଭାରତ ଉଦୟର ପ୍ରମାଣ ଦେଉଛି। ଦେଶହିତଠାରୁ ବଡ଼ କିଛି ହୋଇ ନପାରେ। ବିଶ୍ବରେ ଭାରତର ସମ୍ମାନ ବଢ଼ିଛି। ଭାରତର ଗଣତନ୍ତ୍ର ଉପରେ ଅନ୍ୟ କୌଣସି ଦେଶ ପ୍ରଶ୍ନ ଉଠାଇ ପାରିବ ନାହିଁ। ଗଣତନ୍ତ୍ରରେ ଭାରତ ଯେଭଳି ସଂଶ୍ଳିଷ୍ଟ ହୋଇ ରହିଛି ବିଶ୍ବର ଅନ୍ୟ କୌଣସି ଦେଶରେ ତାହା ଦେଖିବାକୁ ମିଳେନାହିଁ। କିଛି ଲୋକ ଭାରତର ଛବିକୁ ଖରାପ କରିବା ପାଇଁ କୁଟିଳ ଅଭିଯାନ ଚଳାଇଛନ୍ତି। ଏଭଳି କାମରେ ଲାଗିଥିବା ବ୍ୟକ୍ତିମାନେ ନିଜକୁ ଦେଖିବା ଉଚିତ। ଏପରି ମନଗଢ଼ା ଏବଂ ଭୟାବହ ଅଭିଯାନକୁ ଗଣମାଧ୍ୟମ ପ୍ରହାର କରିବା ଆବଶ୍ୟକ। ଭ୍ରଷ୍ଟାଚାର ପ୍ରସଙ୍ଗକୁ ରାଜନୈତିକ ଚଷମାରେ କିଭଳି ଦେଖାଯାଇ ପାରିବ। ଲୋକତନ୍ତ୍ରରେ କେହି ବି ଆଇନରୁ ଉପରେ ନାହାନ୍ତି କିମ୍ବା ଆଇନ ସେମାନଙ୍କ ନିକଟରେ ପହଞ୍ଚି ପାରିବ ନାହିଁ ବୋଲି ଦାବି କରିପାରିବେ ନାହିଁ। ଦେଶରେ ଏକ ପ୍ରଭାବୀ ସରକାର ରହିଛି। ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକର ମୂଳଦୁଆ ମଝବୁତ ଏବଂ ସ୍ବତନ୍ତ୍ର। ଆମର ନ୍ୟାୟ ବ୍ୟବସ୍ଥା ମଧ୍ୟ ଆମର ଗର୍ବ ବୋଲି ଉପରାଷ୍ଟ୍ରପତି କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l