ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ସୋର: ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅଡ଼ା ପଞ୍ଚାୟତ ଛତ୍ରପୁର ଗାଁରେ ପତ୍ନୀକୁ ହତ୍ୟା କଲା ସ୍ୱାମୀ । ଏହି ଗାଁର ବୀର ସିଂ ତାର ପତ୍ନୀ କୁନି ସିଂକୁ ବାଡ଼ିରେ ପିଟିପିଟି ହତ୍ୟା କରିଛିl ଗତକାଲି ରାତିରେ ଉଭୟ ସାଙ୍ଗ ହୋଇ ଘରୁ ବାହାରକୁ ଆସିଥିଲେ। କିନ୍ତୁ ଘରକୁ ଫେରିବା ବେଳକୁ ବୀର ସିଂ ଏକା ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ତେଣୁ ପରିବାର ଲୋକେ ରାତିରେ ଖୋଜାଖୋଜି କରି କୁନିଙ୍କୁ ପାଇନଥିଲେ।
ଆଜି ସକାଳେ କୁନିଙ୍କର ମୃତଦେହ ବିଲ ଭିତରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ସ୍ଥାନୀୟ ଲୋକେ ସିମୁଳିଆ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସିମୁଳିଆ ପୁଲିସ ଘଟଣାର ତଦନ୍ତ କରିବା ସହିତ ବୀର ସିଂକୁ ଅଟକ ରଖି ଅଧିକ ତଦନ୍ତ କରୁଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l