ସୁନା ବ୍ରହ୍ମା, ସୁନା ଶିବ!
ମଣିଷ ହୁଅନ୍ତୁ କି ଦେବତା- ସୁନା ସମସ୍ତଙ୍କର ପ୍ରିୟ। ଏହା ଏକ ମଙ୍ଗଳମୟ ଓ ପବିତ୍ର ଧାତୁ। ଏଣୁ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଓ ଦେବକାର୍ଯ୍ୟରେ ସୁନାର ଉପଯୋଗ ଅବଶ୍ୟ ହୋଇଥାଏ। କିନ୍ତୁ ସୁନା କାହିଁକି ପବିତ୍ରରୁ ବି ପବିତ୍ରତର ଏବ˚ ମଙ୍ଗଳରୁ ବି ମଙ୍ଗଳମୟ- ସେ ଉପାଖ୍ୟାନ ‘ମହାଭାରତ’ରେ ଅଛି। କାର୍ତ୍ତିକେୟଙ୍କ ଜନ୍ମବୃତ୍ତାନ୍ତ ସହିତ ଉପାଖ୍ୟାନଟି ଜଡ଼ିତ। ‘ମହାଭାରତ’ର ‘ଅନୁଶାସନ ପର୍ବ’ରେ ଦେବର୍ଷି ନାରଦ ଓ ମହର୍ଷି ବଶିଷ୍ଠଙ୍କ କଥୋପକଥନ ମାଧ୍ୟମରେ ଉପାଖ୍ୟାନଟି ବର୍ଣ୍ଣିତ ହୋଇଛି। […]