ଖେଳ

ରୋଚକ ମୋଡ଼ରେ ଓଭାଲ ଟେଷ୍ଟ, ୯୪ ରନରେ ୫ ଓ୍ବିକେଟ ହରାଇଲା ଇଂଲଣ୍ଡ

ଲଣ୍ଡନ : ରୋଚକ ମୋଡ଼ରେ ପହଞ୍ଚିଛି ଓଭାଲ ଟେଷ୍ଟ । ପ୍ରଥମ ଇନିଂସରେ ଭାରତ ମାତ୍ର ୧୯୧ ରନରେ ଅଲଆଉଟ ହେବା ପରେ ଇଂଲଣ୍ଡ ମଧ୍ୟ ସମାନ ଦଶା ଭୋଗିବାକୁ ଯାଉଛି । ଇଂଲଣ୍ଡର ସ୍କୋର ଏବେ ୯୪ ରନ ହୋଇଥିବାବେଳେ ଦଳ ୫ଟି ଓ୍ବିକେଟ୍ ହରାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜୋ ରୁଟଙ୍କ ସମେତ ଇଂଲଣ୍ଡର ସବୁ ଆଗଧାଡ଼ିର ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରିଛନ୍ତି । ଏବେ କ୍ରିଚରେ ଓଲି ପୋପ ଓ ଜନି ବେୟାରଷ୍ଟୋ ଅଛନ୍ତି । ଭାରତର ଦୁଇ ଦ୍ରୁତ ବୋଲର ଉମେଶ ଯାଦବ ଓ ଯଶପ୍ରୀତ ବୁମରା ଭଲ ବୋଲିଂ କରି ଭାରତୀୟ ଦଳର ସ୍ଥିତିକୁ ମଝବୁତ କରିଛନ୍ତି । ଯାଦବ ୩ଟି ଓ ବୁମରା ୨ଟି ଓ୍ବିକେଟ ନେଇଛନ୍ତି ।

ଗତକାଲି ଇଂଲଣ୍ଡ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ଗତ ମ୍ୟାଚ ପରି ଏଥର ବି ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବିରାଟ କୋହଲିଙ୍କ ଛଡ଼ା ଅନ୍ୟ କୌଣସି ଆଗଧାଡ଼ିର ଭାରତୀୟ ବ୍ୟାଟ୍ସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ତେବେ ନୈରାଶ୍ୟଜନକ ଭାରତୀୟ ବ୍ୟାଟିଂ ମଧ୍ୟରେ କିଛିଟା ଚମକ ଖେଳାଇଦେଇଥିଲେ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର । ସେ ମାତ୍ର ୩୬ ବଲରେ ୫୭ ରନ କରି ସ୍କୋରକୁ କିଛିଟା ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ସେ ଆଉଟ ହେବାର ଅଳ୍ପ କିଛି ସମୟ ପରେ ଭାରତ ୧୯୧ ରନରେ ଅଲଆଉଟ ହୋଇଯାଇଥିଲା ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ