ମନୋରଞ୍ଜନ ରାଜ୍ୟ

ହାତରେ ଲାଗିବ ମେହେନ୍ଦୀ, ମଥାରେ ଲାଗିବ ସିନ୍ଦୁର ; ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ରାଗିଣୀ

କଟକ ୧୩।୦୨: ହାତରୁ ଦି’ ହାତ ହେବେ ଅଭିନେତ୍ରୀ ରାଗିଣୀ । ଖୁବଶୀଘ୍ର ବିବାହ ହେବାକୁ ଯାଉଛି । ନିମନ୍ତ୍ରଣ ପାଇଥିବା ପ୍ରଶଂସକଙ୍କ ମୁହଁରୁ ଏପରି ଶୁଣିବାକୁ ମିଳୁଛି । ଭାଙ୍ଗିଯାଇଛି ଅନେକଙ୍କ ହୃଦୟ । ମିଳିଥିବା ଖବର ଅନୁଯାୟୀ, ସହଦେବ ଓ ଅଞ୍ଜଳି ସୂତ୍ରଧରଙ୍କ ସୁକନ୍ୟା ରାଗିଣୀ ଶିବଶଙ୍କର ସିଂ ଓ ଜଳେଶ୍ୱରୀ ଦେବୀଙ୍କ ସୁପୁତ୍ର ବିକ୍ରମଙ୍କୁ ବିଧିଅନୁଯାୟୀ ବିବାହ କରିବେ । ଆସନ୍ତା ଫେବ୍ରୁଆରୀ ୨୫ରେ ଗୋଆରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । […]

ଦେଶ ବିଦେଶ ମନୋରଞ୍ଜନ

କଙ୍ଗନାଙ୍କୁ ପସନ୍ଦ ଆସିଲାନି ଦୀପିକାଙ୍କ ରୋମାନ୍ସ, ଫିଲ୍ମ ‘ଗେହରାଇୟାଁ’କୁ ନେଇ ଦେଲେ ଏପରି ରିଭ୍ୟୁ…

ମୁମ୍ବାଇ ୧୩।୦୨: ନିକଟରେ ଦୀପିକା ପାଦୁକୋନ, ଅନନ୍ୟା ପାଣ୍ଡେ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଫିୋଲ୍ମ ଗେହରାଇୟାଁ ରିଲିଜ୍‌ ହୋଇଛି । ଏହା OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଛି। ଫିଲ୍ମର କାହାଣୀ ନୂଆ ପିଢିରେ ଥିବା ପ୍ରେମ ସମ୍ପର୍କକୁ ନେଇ ଦେଖାଯାଇଛି । କେମିତି ସମ୍ପର୍କ ଗୁଡିକ ଦ୍ୱନ୍ଦ୍ୱ ସହ ଜାଲ ରେ ଫସି ଯାଇଛି । ଦୀପିକା ପାଦୁକୋନଙ୍କ ଫିଲ୍ମକୁ ନେଇ ବର୍ତ୍ତମାନ କଙ୍ଗନା ରାନାୱତ ଏହି ବିଷୟରେ ସମ୍ପୂର୍ଣ୍ଣ ସମୀକ୍ଷା କରି […]

କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ଏଫ୍‌ଏମ୍‌ ରେଡିଓ: ୧୦ ବର୍ଷ ପରେ ବି କାର୍ଯ୍ୟକାରୀ ହେଲାନି ନିଷ୍ପତ୍ତି

ପୁରୀ, : ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ଏଫ୍ଏଫ ରେଡିଓ ଷ୍ଟେସନ୍‌ ଖୋଲିବ। ଯଦ୍ବାରା ଭକ୍ତମାନେ ଶ୍ରୀମନ୍ଦିର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇତିବୃତ୍ତି ଜାଣି ପାରିବେ। ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ହୋଇପାରିବ। ବିଶ୍ବ ଦରବାରର କୋଣ ଅନୁକୋଣରେ ଶ୍ରୀଜଗନ୍ନାଥ ସଂସ୍କୃତି ପହଞ୍ଚି ପାରିବ। ଅତୀତରେ ଏହି ମହତ ଯୋଜନାର ମଞ୍ଜି ବୁଣିଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶାନିଯୋଗ। ଶ୍ରୀମନ୍ଦିର ପ୍ରଶାସନ ବି ଏଥିରେ ଚୂଡ଼ାନ୍ତ ମୋହର ମାରିଥିଲା। ଇତିମଧ୍ୟରେ ୧୦ ବର୍ଷ ବିତିଲାଣି, କିନ୍ତୁ ଦୁର୍ଭାଗ୍ୟର କଥା […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଅଫଲାଇନରେ ପରୀକ୍ଷା କରନାହିଁ, ବିକଳ୍ପ ବ୍ୟବସ୍ଥା ହେଉ : ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୧୫ରୁ ଅଧିକ ରାଜ୍ୟର ଛାତ୍ରଛାତ୍ରୀ

ନୂଆଦିଲ୍ଲୀ ୧୩/୦୨: ଦେଶର ୧୫ରୁ ଅଧିକ ରାଜ୍ୟର ଛାତ୍ରମାନେ ବୋର୍ଡ ଓ ସିବିଏସଇ ପରୀକ୍ଷାର ଅଫଲାଇନ୍ ମୋଡକୁ ବିରୋଧ କରୁଛନ୍ତି । ପରୀକ୍ଷା ଅନଲାଇନରେ କରିବା ପାଇଁ ସେମାନେ ଦାବି କରୁଛନ୍ତି । ଏପରିକି ବିକଳ୍ପ ମୂଲ୍ୟାୟନ ପାଇଁ ମଧ୍ୟ ସେମାନେ ଦାବି କରିବା ସହ ସୁପ୍ରିମକୋର୍ଟରେ ମାମଲା ଦାଖଲ କରିଛନ୍ତି । ଶିଶୁ ଅଧିକାର କାର୍ଯ୍ୟକର୍ତ୍ତା ଅନୁଭା ଶ୍ରୀବାସ୍ତବ ସହାୟ ଓ ଓଡିଶାର କିଛି ଛାତ୍ର ସଙ୍ଗଠନ ସୁପ୍ରିମକୋର୍ଟରେ ମାମଲା ଦାଖଲ କରିଛନ୍ତି । ଛାତ୍ରମାନେ […]

ଖେଳ ଦେଶ ବିଦେଶ

୧୨ କୋଟି ୨୫ ଲକ୍ଷରେ ବିକ୍ରି ହେଲେ ଶ୍ରେୟସ ଆୟର, କିଣିଲା କେକେଆର

ନୂଆଦିଲ୍ଲୀ,୧୨/୦୨: ଯାହା ଆଶା କରାଯାଉଥିଲା, ତାହା ହେଲା । ଆଇପିଏଲ ନିଲାମୀରେ ଚଢା ଦରରେ ବିକ୍ରି ହେଲେ ଶ୍ରେୟସ ଆୟର । ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟରଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୨.୨୫ କୋଟିରେ କିଣିଛି । ପୂର୍ବ ବର୍ଷ ତୁଳନାରେ ୭୫ ପ୍ରତିଶତ ଅଧିକ ଦାମରେ ଶ୍ରେୟସ ବିକ୍ରି ହୋଇଛନ୍ତି । ପୂର୍ବଥର ଶ୍ରେୟସଙ୍କୁ ଦିଲ୍ଲୀ ୭ କୋଟି ଟଙ୍କାରେ ରିଟେନ୍ କରିଥିଲା । ଆଶା ଅନୁସାରେ ସେ ଅଧିକ ଦାମରେ ବିକ୍ରି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୨୮ରୁ ସ୍କୁଲ ଖୋଲିବା ନେଇ ବଢ଼ିବାରେ ଲାଗିଛି ଦ୍ୱନ୍ଦ୍ୱ : ଏହି ଦିନ ପଂଚାୟତ ନିର୍ବାଚନ ଭୋଟ ଗଣତି ଥିବାରୁ ସ୍କୁଲକୁ ଫେରିପାରିବେ ତ ଶିକ୍ଷକ

କରୋନା ଆଳରେ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଯେମିତି ଆଖି ବୁଜି ଦେଇଛି ଶିକ୍ଷା ବିଭାଗ । ପ୍ରଥମେ ୧୪ରୁ ସପ୍ତମ ଶ୍ରେଣୀ ଯାଏଁ ଖୋଲିବାକୁ ଘୋଷଣା ହୋଇଥିଲା । ପରେ ବିଭିନ୍ନ ପ୍ରକାର ଅସୁବିଧା ଦେଖାଇ ୨୮ରେ ସ୍କୁଲ ଖୋଲିବା ପାଇଁ ପୁଣି ଏକ ନିର୍ଦ୍ଦେଶ ନାମା ଜାରି ହେଲା । ହେଲେ ଶିକ୍ଷା ବିଭାଗର ଏହି ଚିଠିରୁ ଦୂର ଦୃଷ୍ଟିର ଘୋର ଅଭାବ ଥିବା ଜଣାପଡ଼ୁଛି । ରାଜ୍ୟରେ ଏବେ ପଂଚାୟତ ନିର୍ବାଚନ ପାଇଁ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ସୀତାଙ୍କ ପାଇଁ ଲକ୍ଷ୍ମଣ ଖୋଲିଥିଲେ କୁଣ୍ଡ, ସେବେଠାରୁ ପାଳନ ହେଉଛି ଦେବରକୁଣ୍ଡ ମେଳା

ଭଦ୍ରକ ୧୨/୦୨: ପବିତ୍ର ଭୈମ ଏକାଦଶୀରୁ ଆରମ୍ଭ ହୁଏ ଦେବର କୁଣ୍ଡ ମେଳା । କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ପିତା ଦଶରଥଙ୍କ ଆଦେଶ ଅନୁସାରେ ପ୍ରଭୁ ରାମ ଓ ସୀତା ୧୪ ବର୍ଷ ବନବାସ ସମୟରେ ମାଆ ସୀତାଙ୍କ ସ୍ନାନ ପାଇଁ ଦେବର ଲକ୍ଷ୍ମଣ ନିଜର ଶର ମୁନରେ ସୃଷ୍ଟି କରିଥିଲେ ସେହି କୁଣ୍ଡ । ଆଉ ସେଥିପାଇଁ ସେହି କୁଣ୍ଡକୁ କୁହାଯାଏ ସୀତା କୁଣ୍ଡ ବା ଦେବରକୁଣ୍ଡ । ସାଳନ୍ଦୀ ନଦୀର ଗର୍ଭରେ ଥିବା […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୫୦ ହଜାରରୁ ଅଧିକ କରୋନା ପଜିଟିଭ୍, ୮୦୪ ମୃତ

ନୂଆଦିଲ୍ଲୀ ୧୨/୦୨: ବୋଲ କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୫୦ ହଜାର ତଳେ ଥିଲା ବେଳେ ଏବେ ସଂକ୍ରମଣ ପୁଣି ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୭୮ ଥର କରୋନା ପଜିଟିଭ୍‌ ହେଲେ ବ୍ୟକ୍ତି, ବର୍ଷେ ହେବ ଅଛନ୍ତି ହସ୍ପିଟାଲ୍‌ରେ

ନୂଆଦିଲ୍ଲୀ ୧୨/୦୨; ସମଗ୍ର ବିଶ୍ୱରେ କରୋନା ମହାମାରୀକୁ ନେଇ ଚିନ୍ତାଜନକ ପରିସ୍ଥିତି। ମହାମାରୀ କବଳରେ ଆସି ଲକ୍ଷାଧିକ ଲୋକଙ୍କ ପ୍ରାଣ ମଧ୍ୟ ଯାଇଛି। ଏଥିସହ ପ୍ରତ୍ୟେକ ଦିନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସଂକ୍ରମିତ ଥିବା ବ୍ୟକ୍ତି ସୁସ୍ଥ ମଧ୍ୟ ହେଉଛନ୍ତି। ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏକାଧିକ ଥର ସଂକ୍ରମିତ ହୋଇଛନ୍ତି। କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେ, ଥରେ କିମ୍ବା ଦୁଇ ଥର ନୁହେଁ ୭୮ ଥର କରୋନା ପଜିଟିଭ୍‌ ହୋଇଛନ୍ତି। ଏହି […]

ଦେଶ ବିଦେଶ ମନୋରଞ୍ଜନ

ଅଭିନେତ୍ରୀ କଲେ ଖୁଲାସା : ରଣବୀର-ଆଲିଆ କରିସାରିଛନ୍ତି ବିବାହ !

ମୁମ୍ବାଇ ୧୨।୦୨: ବଲିଉଡ୍ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଅଛନ୍ତି। ଦୁହେଁ କେବେ ବିବାହ କେବେ ବିବାହ କରିବେ ତାକୁ ନେଇ ଫ୍ୟାନ୍ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛନ୍ତି। ନିକଟରେ ଶୁଣିବାକୁ ମିଳିଥିଲାକି ଦୁହେଁ ଏପ୍ରିଲ୍‌ ବିବାହ କରିବେ । କିନ୍ତୁ ଏବେ ଏମିତି ଏକ କଥା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ରଣବୀର ଓ ଆଲିଆଙ୍କର ବିବାହ କୁଆଡେ ସରିଯାଇଛି। […]