ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୭୮ ଥର କରୋନା ପଜିଟିଭ୍‌ ହେଲେ ବ୍ୟକ୍ତି, ବର୍ଷେ ହେବ ଅଛନ୍ତି ହସ୍ପିଟାଲ୍‌ରେ

ନୂଆଦିଲ୍ଲୀ ୧୨/୦୨; ସମଗ୍ର ବିଶ୍ୱରେ କରୋନା ମହାମାରୀକୁ ନେଇ ଚିନ୍ତାଜନକ ପରିସ୍ଥିତି। ମହାମାରୀ କବଳରେ ଆସି ଲକ୍ଷାଧିକ ଲୋକଙ୍କ ପ୍ରାଣ ମଧ୍ୟ ଯାଇଛି। ଏଥିସହ ପ୍ରତ୍ୟେକ ଦିନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସଂକ୍ରମିତ ଥିବା ବ୍ୟକ୍ତି ସୁସ୍ଥ ମଧ୍ୟ ହେଉଛନ୍ତି। ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏକାଧିକ ଥର ସଂକ୍ରମିତ ହୋଇଛନ୍ତି। କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେ, ଥରେ କିମ୍ବା ଦୁଇ ଥର ନୁହେଁ ୭୮ ଥର କରୋନା ପଜିଟିଭ୍‌ ହୋଇଛନ୍ତି। ଏହି ବ୍ୟକ୍ତି ଜଣଙ୍କ ହେଲେ ତୁର୍କୀର ମୁଜାଫର କାୟାସାନ୍। ମୁଜାଫର୍‌ ବର୍ଷେ ହେବ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି।

ଏପର୍ଯ୍ୟନ୍ତ ବ୍ୟକ୍ତି ଜଣଙ୍କ କରୋନା ଭ୍ୟାକସିନ୍‌ ମଧ୍ୟ ନେଇ ନାହାନ୍ତି। ୫୬ ବର୍ଷୀୟ ମୁଜାଫର ଗତ ବର୍ଷ ନଭେମ୍ବର ୨୦୨୦ରେ କରୋନା ସଂକ୍ରମିତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଯାଉଥିଲେ। କିନ୍ତୁ ରିପୋର୍ଟ ପଜିଟିଭ୍‌ ରହୁଥିଲା।

ଏବେ ବି ମୁଜାଫର ହସ୍ପିଟାଲ୍‌ରେ ରହି ଚିକିତ୍ସିତ ହେଉଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ