ଦେଶ ବିଦେଶ ମନୋରଞ୍ଜନ

ଗାଙ୍ଗୁବାଇ କାଠିଆୱାଡି’ ବିବାଦ କୋର୍ଟରେ: ପୁଅ କହିଲେ-ମୋ ମା’ଙ୍କୁ ଦେହଜୀବୀ ଭାବେ ଦର୍ଶାଯାଇଛି

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗାଙ୍ଗୁବାଇ କାଠିଆୱାଡି’ ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଏହା ବିବାଦରେ ରହି ଆସିଛି। ଗାଙ୍ଗୁବାଇଙ୍କ ପରିବାର ସଦସ୍ୟ ଏହି ଫିଲ୍ମ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହା ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ପରିବାର ସଦସ୍ୟ କହିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ଗାଙ୍ଗୁବାଇ ପରିବାରକୁ ଅତ୍ୟନ୍ତ କଦର୍ଯ୍ୟ ଭାବେ ଚିତ୍ରଣ କରାଯାଇଛି ଏବଂ ଗାଙ୍ଗୁବାଇଙ୍କୁ ଜଣେ ସମାଜସେବୀ ବଦଳରେ ଦେହଜୀବୀ ଭାବେ ଦର୍ଶାଯାଇଛି। […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ ମାମଲା ହ୍ରାସ ପରେ କେନ୍ଦ୍ରର ନିର୍ଦ୍ଦେଶ: ରାଜ୍ୟମାନେ ସମୀକ୍ଷା କରି କଟକଣା ହଟାଇପାରିବେ

ନୂଆଦିଲ୍ଲୀ : ଦେଶରେ କୋଭିଡ୍‌-୧୯ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି। ଦୈନିକ ପଞ୍ଜୀକୃତ ହେଉଥିବା ମାମଲା ସଂଖ୍ୟାରେ ମଧ୍ୟ କ୍ରମାଗତ ହ୍ରାସ ପାଇଛି। ରାଜ୍ୟ ସରକାରମାନଙ୍କ ଦ୍ୱାରା କରୋନା କଟକଣା କୋହଳ କରାଯାଉଛି। ଏସବୁ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ରାଜ୍ୟମାନେ କୋଭିଡ ନିୟମ ଏବଂ ଅତିରିକ୍ତ କଟକଣାକୁ ସମୀକ୍ଷା କରି ପରିସ୍ଥିତି ଦେଖି କଟକଣା ହଟାଇ ଦେଇପାରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ଲେଖିଥିବା ଚିଠିରେ […]

ଖେଳ ଦେଶ ବିଦେଶ

ବୟକଟ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ : ସିଏସକେର ଏହି ନିଷ୍ପତ୍ତି ପାଇଁ ରାଗିଲେ ୟୁଜର

ନୂଆଦିଲ୍ଲୀ, ୧୫|୦୨: ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଚେନ୍ନାଇ ସୁପର କିଙ୍ଗସ । ଦଳ ଜିତି ସାରିଛି ୪ ଥର ଆଇପିଏଲ ଟ୍ରଫି । ଏବେ କେବଳ ଜଣେ ଖେଳାଳିଙ୍କ ପାଇଁ ଚେନ୍ନାଇକୁ କରାଯାଉଛି ଟ୍ରୋଲ୍ । ବୟକଟ ଚେନ୍ନାଇ ହ୍ୟାସଟ୍ୟାଗ୍ ଦେଇ ୟୁଜର ଟ୍ୱିଟ୍ କରୁଛନ୍ତି । ଏହି କ୍ରିକେଟର ହେଲେ ମହୀଶ ଥିକସାନା । ତାଙ୍କୁ କିଣିବା କାରଣରୁ ଫ୍ୟାନ୍ ସିଏସକେ ଉପରେ ଅସନ୍ତୁଷ୍ଠ ଅଛନ୍ତି । ଚେନ୍ନାଇ ଶ୍ରୀଲଙ୍କାର ଯୁବ ଦ୍ରୁତ ବୋଲର […]

ଦେଶ ବିଦେଶ ମନୋରଞ୍ଜନ

ସ୍ମୃତିରେ ଗାଲିବ ଏବେବି ଅମ୍ଳାନ, କାଳଜୟୀ ସ୍ରଷ୍ଟାଙ୍କର ଶେଷ ଜୀବନ କିନ୍ତୁ ଥିଲା ଅତ୍ୟନ୍ତ ଦୁଃଖଦ

ନୂଆଦିଲ୍ଲୀ ୧୫।୨: ଊର୍ଦ୍ଦୁ ଓ ଫାରସୀ ଭାଷାର ଲୋକପ୍ରିୟ କବି ଗାଲିବଙ୍କୁ ତାଙ୍କର ୧୫୩ ତମ ଶ୍ରାଦ୍ଧବାର୍ଷିକରେ ଲୋକେ ମନେ ପକାଇଛନ୍ତି। ୧୫ ଫେବୃଆରୀ ୧୮୬୯ରେ ଗାଲିବ ୭୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁର ଦେଢଶହ ବର୍ଷ ପରେ ବି ଗାଲିବ ତାଙ୍କ କୃତି ଲାଗି ଲୋକଙ୍କ ସ୍ମୃତିରେ ସତେଜ ଅଛନ୍ତି। ଏବେ ଗାଲିବଙ୍କ କାଳଜୟୀ କୃତି ସବୁ ବଲ୍ଲିମରାନରେ ସାଇତା ହୋଇ ରହିଛି। ଗାଲିବଙ୍କ କାବ୍ୟ ଓ କବିତା ପ୍ରତି ଋଚି […]

ଦେଶ ବିଦେଶ ମନୋରଞ୍ଜନ

ନୂପୁରଙ୍କ ପ୍ରଥମ ଫିଲ୍ମ ‘ନୁରାନୀ ଚେହେରା’ର ସୁଟିଂ ଆରମ୍ଭ

ବଡ଼ ଭଉଣୀ ତଥା ଅଭିନେତ୍ରୀ କୃତି ସାନନଙ୍କ ପଦାଙ୍କ ଅନୁସରଣ କରି ନୂପୁର ସାନନ ବଲିଉଡ୍‌ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି। ସୋମବାର ସକାଳେ ‘ନୁରାନୀ ଚେହେରା’ ନାମକ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ମୁକ୍ତିଲାଭ କରିବା ପରେ ନୂପୁରଙ୍କ ଖୁସି କହିଲେ ନ ସରେ। ନୂପୁର ଏଥିରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି। ଭାଲେଣ୍ଟାଇନ୍‌ସ ଡେ’ ଭଳି ଦିନରେ ଏହାର ସୁଟିଂ ଆରମ୍ଭ ହୋଇଯାଇଛି। ବଲିଉଡ୍‌ର ଅନ୍ୟତମ ଦକ୍ଷତାସମ୍ପନ୍ନ ଅଭିନେତା ନଓ୍ୱାଜୁଦ୍ଦୀନ ସିଦ୍ଦୀକୀଙ୍କ ସହିତ ନୂପୁର […]

ଖେଳ ଦେଶ ବିଦେଶ

ପିଚ୍‌ରେ ପଡିଗଲେ ବ୍ୟାଟର, କିନ୍ତୁ ରନ୍ ଆଉଟ୍ କଲେନି ଓ୍ୱିକେଟ୍ କିପର୍

ନୂଆଦିଲ୍ଲୀ ୧୫/୦୨: ଭଦ୍ରଲୋକଙ୍କ ଖେଳ କ୍ରିକେଟ୍ । ଯାହାର ବଡ ଉଦାହରଣ ଦେଖିବାକୁ ମିଳିଛି ଆୟାରଲାଣ୍ଡ ଓ ନେପାଳ ବିପକ୍ଷ ଟି୨୦ ସିରିଜରେ । ମୁକାବିଲାରେ ନେପାଳର ଓ୍ୱିକେଟ କିପର ଆଶିଫ୍ ସେକ୍ ଆୟରଲାଣ୍ଡର ଆଣ୍ଡି ମ୍ୟାକବ୍ରାଏନଙ୍କୁ ରନ୍ ଆଉଟ୍ କରିନଥିଲେ । କାରଣ ରନ୍ ନେବା ବେଳେ ତଳେ ପଡି ଯାଇଥିଲେ ଆଣ୍ଡି । ଏହି ଘଟଣା ଆୟାରଲାଣ୍ଡ ଇନିଂସର ୧୯ ତମ ଓଭରରେ ଘଟିଥିଲା । ବ୍ୟାଟିଂ କରୁଥିଲେ ଆୟରଲାଣ୍ଡ ବ୍ୟାଟର୍ । ନେପାଳର […]

ଖେଳ ଦେଶ ବିଦେଶ

ରୈନାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ କାହିଁକି କିଣିଲାନି ? ମୁହଁ ଖୋଲିଲେ ଫ୍ରାଞ୍ଚାଇଜିର ସିଇଓ କାଶୀ ବିଶ୍ଵନାଥନ

ନୂଆଦିଲ୍ଲୀ ୧୫।୦୨: ଆଇପିଏଲ ୨୦୨୨ର ମେଗା ନିଲାମରେ ସୁରେଶ ରୈନା ବିକ୍ରି ନହେବା ଚର୍ଚ୍ଚାର ବିଷୟ ପାଲଟିଛି। ରୈନାଙ୍କ ପାଇଁ ତାଙ୍କର ପୂର୍ବ ଫ୍ରାଞ୍ଚାଇଜି ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟ ରୁଚି ଦେଖାଇ ନାହିଁ। ଏବେ ଚେନ୍ନାଇ ସୁପରକିଙ୍ଗ୍ସର ସିଇଓ କାଶୀ ବିଶ୍ଵନାଥନ ରୈନାଙ୍କୁ ଦଳ କାହିଁକି କିଣିବାକୁ ଆଗ୍ରହ ପ୍ରକାଶ କଲା ନାହିଁ ତାର କାରଣ କହିଛନ୍ତି। ମିଷ୍ଟର ଆଇପିଏଲ ନାମରେ ପ୍ରସିଦ୍ଧ ରୈନା ବେଙ୍ଗାଲୁରୁରେ ଆୟୋଜିତ ମେଗା ନିଲାମର ପ୍ରଥମ ଦିନରେ ବିକ୍ରି ହୋଇନଥିଲେ। ଆଶା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଏବେ ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା ? ଭାରତକୁ ମିଳିବ ସବୁଠୁ ଶସ୍ତା ଭ୍ୟାକ୍ସିନ

ନୂଆଦିଲ୍ଲୀ ୧୫।୦୨: ଭାରତକୁ ମିଳିବାକୁ ଯାଉଛି ଆଉ ଏକ କରୋନା ଭ୍ୟାକ୍ସିନ। ବାୟୋଲୋଜିକାଲ ଇର କୋଭିଡ୍ ୧୯ ଭ୍ୟାକ୍ସିନ କୋରବେଭ୍ୟାକ୍ସକୁ ଜରୁରୀକାଳୀନ ମଞ୍ଜୁରୀ ମିଳିଥିଲା। ଏବେ ମଙ୍ଗଳବାର ଏହା ଲୋକଙ୍କ ପାଇଁ ଉପଲବ୍ଧ ହେବାକୁ ଯାଉଛି। ଅଗଷ୍ଟ ମାସରେ ଭ୍ୟାକ୍ସିନ ପାଇଁ ୩୦ କୋଟି ଡୋଜ୍ ଅର୍ଡର ଦିଆଯାଇଥିଲା। ବାୟୋଲୋଜିକାଲ ଇ ଏ ପର୍ଯ୍ୟନ୍ତ ୨୫ କୋଟି ଡୋଜ୍ ଉତ୍ପାଦନ କରି ସାରିଛି। ଆଗାମୀ କିଛି ସପ୍ତାହରେ ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ହୋଇଯିବ ବୋଲି କୁହାଯାଇଛି। ଗତ […]

ଖେଳ ଦେଶ ବିଦେଶ

ନେଟ୍ସରେ ବିରାଟଙ୍କ ଦମଦାର ବ୍ୟାଟିଂ : ଟି୨୦ ସିରିଜ୍ ପୂର୍ବରୁ ଜୋରଦାର ପ୍ରାକ୍ଟିସ୍ କରୁଛନ୍ତି ରନ୍ ମେସିନ୍

ନୂଆଦିଲ୍ଲୀ ୧୫/୦୨: ବୁଧବାରଠୁ ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆରମ୍ଭ ହେବ ଟି୨୦ ମୁକାବିଲା । ଦିନିକିଆ ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆ ଆତ୍ମବିଶ୍ୱାସ ଆକାଶଛୁଆଁ ରହିଛି । ଦଳ ଟି୨୦ ସିରିଜ୍ ମଧ୍ୟ ମୂଳପୋଛ ଲକ୍ଷ୍ୟରେ ରହିବ । ତେବେ ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମରେ ଖୁବ୍ ପ୍ରାକ୍ଟିସ୍ କରୁଛନ୍ତି ଭାରତୀୟ ଖେଳାଳି । ଏପରିକି ପୂର୍ବତନ ଅଧିନାୟକ ବିରାଟ କୋହଲି ନେଟସରେ ଦମଦାର ସଟ୍ ଖେଳୁଥିବା ଦେଖିବାକୁ ମିଳିଛି । ଲଗାତର ବାବେ […]

ଖେଳ ଦେଶ ବିଦେଶ

ଭାରତ-ଇଣ୍ଡିଜ୍ ଟି୨୦ ସିରିଜ୍ : ପ୍ରଥମ ମ୍ୟାଚରେ ଦର୍ଶକଙ୍କୁ ମନା

କୋଲକାତା, ୧୫/୦୨: ଇଡେନ୍‌ ଗାର୍ଡେନ୍ସରେ ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ ଖେଳାଯିବ । ଏହି ସିରିଜ ପାଇଁ ପଶ୍ଚିମବଙ୍ଗ ସରକାର ୭୫ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ଅନୁମତି ପ୍ରଦାନ କରିଥିଲେ । କିନ୍ତୁ ବିସିସିଆଇ କରୋନା ସଂକ୍ରମଣକୁ ନଜରରେ ରଖି ବିନା ଦର୍ଶକରେ ସିରିଜ ଆୟୋଜନ ପାଇଁ ନିଷ୍ପତ୍ତି ନେଇଛି । ବୁଧବାର ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯିବ । ବିସିସିଆଇ ନିଷ୍ପତ୍ତି କ୍ରମେ ଏହି ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବ । କେବଳ ସିଏବି […]