ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବାଲିଗୁଡା ବିଧାୟକ ଙ୍କ ସ୍ମାର୍ଟ ସ୍କୁଲ ପରିଦର୍ଶନ

ବାଲିଗୁଡ଼ା- କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାୟକ ଶ୍ରୀଯୁକ୍ତ ଚକ୍ରମଣି କହଁର ସାରଙ୍ଗଡ଼ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିଛନ୍ତି ।ବିଧାୟକ ଙ୍କ ସହ କ, ନୂଆଗାଁ ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ ଶରତ କୁମାର ପାତ୍ର , କ, ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା, ବ୍ଲକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପଣ୍ଡା ବାବୁ , ସାରଙ୍ଗଡ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସେଠୀ ବାବୁ ସାରଙ୍ଗଡ ସରପଞ୍ଚ ବରୁଣ କହଁର ଏବଂ ବଣ୍ଡ ଗୁଡ଼ା ସରପଞ୍ଚ ସଞ୍ଜୟପ୍ରଧାନ ପରିଦର୍ଶନ […]

ଦେଶ ବିଦେଶ ମନୋରଞ୍ଜନ

ବଲିଉଡ୍ ଡେବ୍ୟୁକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଶେହନାଜ୍ ଗିଲ୍, ଦେଲେ ଏମିତି ଇସାରା

ମୁମ୍ବାଇ ୧୦।୫: ସଲମାନ ଖାନ୍‌ଙ୍କ ଫିଲ୍ମରୁ ଡେବ୍ୟୁ କରିବେ ଅଭିନେତ୍ରୀ ଶେବନାଜ ଗିଲ୍ । ଗତ କିଛି ଦିନ ହେବ ଏହା ଶୁଣିବାକୁ ମିଳୁଛି । ନିକଟରେ ଯେତେବେଳେ ଶେହନାଜଙ୍କୁ ଡେବ୍ୟୁକୁ ନେଇ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ ଏମିତି କିଛି କଥା କହିଦେଇଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ହେବ ଏହା ଶୁଣିବାକୁ ମିଳୁଛି ଯେ ଶେହନାଜ ଗିଲ୍ ସଲମାନ ଖାନ୍‌ଙ୍କ ଫିଲ୍ମ ‘କଭି ଇଦ୍ କଭି ଦିଓ୍ବାଲୀ’ରୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୩୦୪୪ କରୋନା ପଜିଟିଭ୍

ନୂଆଦିଲ୍ଲୀ ୧୦/୦୫: ଉପର ତଳ କରୋନା ଗ୍ରାଫ୍। ଦେଶରେ ପୁଣି କାୟା ମେଲାଇଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ କମିବା ପରେ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟା ବି ବଢିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ଦୁଇ ହଜାର ତଳକୁ ଖସିବା ପରେ ପୁଣି ବଢିଛି। ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ […]

ଦେଶ ବିଦେଶ ମନୋରଞ୍ଜନ

ଘୋଷଣା ହେଲା ‘ପୁଲିଜର ପୁରସ୍କାର’ : ଦାନିଶ ସିଦ୍ଦିକୀଙ୍କୁ ମରଣୋତ୍ତର ଭାବେ ମିଳିଲା ସମ୍ମାନ

ନୂଆଦିଲ୍ଲୀ, ୧୦/୦୫: ସାମ୍ବାଦିକତା, ପୁସ୍ତକ ରଚନା ଓ ଡ୍ରାମା କ୍ଷେତ୍ରରେ ସୋମବାର ସମ୍ମାନଜନକ ପୁଲିଜର ପୁରସ୍କାର ୨୦୨୨ ଘୋଷଣା କରାଯାଇଛି । ପୁରସ୍କାର ବିଜେତାଙ୍କ ମଧ୍ୟରେ ଓ୍ୱାଶିଂଟନ ପୋଷ୍ଟ ସହ ଭାରତୀୟ ସାମ୍ବାଦିକ ଅଦନାନ ଆବିଦ୍ଦୀ, ସନା ଇରସାଦ ମଟ୍ଟୁ, ଅଣିତ ଦବେ ଅଛନ୍ତି । ତେବେ ରୟଟର୍ସର ସାମ୍ବାଦିକ ସ୍ୱର୍ଗତ ଦାନିଶ ସିଦ୍ଦିକୀଙ୍କୁ ଏହି ପୁରସ୍କାର ମରଣୋତ୍ତର ଭାବେ ମିଳିଛି । ସେ ତାଲିବାନ ଓ ଆଫଗାନିସ୍ତାନ ସେନା ମଧ୍ୟରେ ଚାଲିଥିବା ସଙ୍ଘର୍ଷରେ ପ୍ରାଣ ହରାଇଥିଲେ […]

ଅପରାଧ ଦେଶ ବିଦେଶ ରାଜନୀତି

ରାଜସ୍ଥାନ ଭରତପୁରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପଥର ଫିଙ୍ଗାଫିଙ୍ଗି ସହ ଗାଡି ଭଙ୍ଗାରୁଜା

ଭରତପୁର ୧୦।୫: ରାଜସ୍ଥାନ ଭରତପୁରରେ ଏକ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ଉତ୍ସବକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏହା ପରେ ପ୍ରାୟ ଅଧ ଘଣ୍ଟା ଯାଏଁ ପଥର ଫିଙ୍ଗିଫିଙ୍ଗି ହୋଇଥିଲେ ଦୁଇ ଗୋଷ୍ଠୀ । ଉପଦ୍ରବକାରୀମାନେ ଗାଡି ଭଙ୍ଗାରୁଜା ମଧ୍ୟ କରିଥିଲେ । ବିଳମ୍ବିତ ରାତିରେ ପୋଲିସ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିଦେଇଥିଲା । ଉଲ୍ଲେଖଯୋଗ୍ୟ ଯେ, ପଥର ଫିଙ୍ଗିବା ବେଳେ ୨ ଜଣ ଆହତ ହୋଇଛନ୍ତି । ପ୍ରଶାସନ […]

ଅପରାଧ ଦେଶ ବିଦେଶ

କିଏ ଏହି କୁବେର ଅଫିସର? ଚର୍ଚ୍ଚାରେ IAS ପୂଜା ସିଂଘଲ

ନୂଆଦିଲ୍ଲୀ ୧୦/୦୫ : ଆଇଏଏସ୍‌ଙ୍କ ଘରେ ଟଙ୍କା ପାହାଡ। ଘର ସାରା ବିଡ଼ା ବିଡ଼ା ଟଙ୍କା । ଯୁଆଡେ ଆଖି ବୁଲେଇବ ସିଆଡେ ଟଙ୍କା। ଟଙ୍କାର ପାହାଡରେ ଠିଆ ହୋଇଥିଲେ ଆଇଏଏସ୍‌। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ଉ ପରେ ମିଳିଲା ଘରୁ ନଗଦ ୨୫ କୋଟି ନୋଟ୍। ଏତେ ଟଙ୍କାକୁ ମଣିଷ ନୁହେଁ ଗଣିବା ପାଇଁ ଲାଗିଲା ମେସିନ୍‌। ବେଆଇନ ଖଣି ଖନନ ମାମଲାରେ ଝାଡ଼ଖଣ୍ଡର ବରିଷ୍ଠ ଆଇଏଏସ୍‌ ଅଫିସର ପୂଜା ସିଂଘଲଙ୍କ ଘରେ ରେଡ୍‌ ହୋଇଛି। ତାଙ୍କ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପରଟା ଭିତରୁ ବାହାରିଲା ସାପ ଛାଲ, ଗ୍ରାହକଙ୍କ ରୋଷର ଶିକାର ହେଲା ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ ୧୦/୦୫ : କେତେବେଳେ ସିଙ୍ଗଡା ଟଏଲେଟ୍‌ରେ ପ୍ରସ୍ତୁତ ହେଉଛି ତ କେତେବେଳେ ଖାଦ୍ୟରୁ ମଲା ଝିଟିପିଟି ବାହାରୁଛି। ଏମିତି ଅନେକ ଖବର ବିଗତ ଦିନ ମାନଙ୍କରରେ ସାମ୍ନାକୁ ଆସିଛି। ଯାହାକୁ ନେଇ ଅସନ୍ତୋଷ ହେବା ସହ କାଦ୍ୟ ସୁରକ୍ଷା ଉପରେ ପ୍ରଶ୍ନ ଉଠାଯାଇଛି। ବାହାରକୁ କେଉଁଆଡେ ଯାତ୍ରା କରିବା ସମୟରେ ଲୋକେ ଖାଦ୍ୟ ପାର୍ସଲ ଆଣନ୍ତି। ଏ ସମୟରେ ଅନେକ ଥର ମଲା ଜୀବ ବାହାରିବା ଦେଖାଯାଏ। ସେଥିପାଇଁ ଖାଦ୍ୟରେ ସ୍ବଚ୍ଛତା ଏବେକାର ଏକ ବଡ […]

ଖେଳ ଦେଶ ବିଦେଶ

ସଚିନଙ୍କ ପାଇଁ ଅଧିନାୟକ ହେବାର ସୁଯୋଗ ହରାଇଲେ ଯୁବରାଜ ! ସାମ୍ନାକୁ ଆସିଲା ଚମକାଇଦେଲା ଭଳି ତଥ୍ୟ

ମୁମ୍ୱାଇ ୧୦/୦୫: ଯୁବରାଜ ସିଂ ଟିମ୍ ଇଣ୍ଡିଆର ଷ୍ଟାଇଲିଷ୍ଟ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ । ଯିଏ ଏକଦା ତାଙ୍କର ଉତ୍କୃଷ୍ଟ ଫର୍ମ ହେତୁ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ପାଇଁ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚିତ ହୋଇଥିଲେ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କିପରି ଅଧିନାୟକ ହେବାର ସୁଯୋଗ ହରାଇଲେ ସେନେଇ ଯୁବରାଜ ସିଂ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି । ଜାତୀୟ ଗଣମାଧ୍ୟମ ସାକ୍ଷାତକାର ସମୟରେ ଯୁବରାଜ ସିଂ ସଞ୍ଜୟ ମଞ୍ଜରେକରଙ୍କ ଆଗରେ ଅଧିନାୟକତ୍ୱ […]

ଅପରାଧ ରାଜ୍ୟ

ଘର ସାମ୍ନାରେ ଥିଲା ଦାମୀ ବାଇକ୍‌, ରାତିରେ ପୋଡିଦେଲେ ଦୁର୍ବୃତ୍ତ

ଜଗତସିଂହପୁର ୧୦।୦୫ : ବାଇକ ପୋଡିଦେଲେ ଦୁର୍ବୃତ୍ତ । ଜଗତସିଂହପୁର ସହର ପୁରୁଣା କୋର୍ଟ ଛକ ଶତ୍ରୁଘନ ସାହୁଙ୍କ ଘରେ ଥିବା ୫ଟି ବାଇକକୁ ପୋଡିଦେଲେ ଦୁର୍ବୃତ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଆସି ଘର ଆଗରେ ଥିବା ୫ଟି ବାଇକ୍‌ରେ ନିଆଁ ଲଗାଇଦେଇଥିଲେ । ଯାହାଫଳରେ ୫ଟି ବାଇକ୍‌ ପୁରା ପୋଡି ପାଉଁଶ ହୋଇଯାଇଛି । ତେବେ କିଏ ଓ […]

ଅପରାଧ ରାଜ୍ୟ

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, ପାପୁଲିରେ ଲେଖିଛନ୍ତି ‘ଆଇ ଲଭ ୟୁ ମଞ୍ଜୁ’…

ବରଗଡ଼ ୧୦।୦୫: ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା । ଆଉ ହାତରେ ଲେଖିଛନ୍ତି ଆଇ ଲଭ ୟୁ ମଞ୍ଜୁ । ମୃତ କଏଦୀ ଜଣଙ୍କ ସୋହେଲା ଥାନା ପେଟୁପାଲି ଗାଁରେ ୩୫ ବର୍ଷୀୟ ମୋହିତ ରାଉତ ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲା କାରଗାରାରେ ଏପରି କିଛି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ମୋହିତ ଗତ ଦୁଇ ଦିନ ପୂର୍ବରୁ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ଏହାପରେ ତାଙ୍କୁ କୋର୍ଟ […]