ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଶ୍ୱର ସର୍ବବୃହତ୍‌ ରଥ ପାଇଁ କାଠ ନାହିଁ

କେନ୍ଦୁଝର : ବିଶ୍ବର ସବୁଠାରୁ ବଡ଼ ରଥର ମାନ୍ୟତା ପାଇଛି କେନ୍ଦୁଝର ବଳଦେବଜିଉଙ୍କ ରଥ। ଏଇ କିଛିଦିନ ତଳେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ମିଳିଛି। ମାତ୍ର ଏଠାରେ ଏକ ସୁନ୍ଦର ଓ ସୁରକ୍ଷିତ ରଥ ନିର୍ମାଣ ପାଇଁ ଯେତିକି କାଠ ଦରକାର, ତାହା ଆଜିଯାଏ ମିଳୁନାହିଁ। ଆଉ ଦିନ କେଇଟା ପରେ ରଥଯାତ୍ରା ଥିବାରୁ ଏଥିନେଇ ରଥ ନିର୍ମାଣର ମୁଖ୍ୟ ମହାରଣା ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦୁଝର ବଳଦେବଜିଉଙ୍କ ରଥର ଉଚ୍ଚତା ୭୨ ଫୁଟ […]

ଅପରାଧ ରାଜ୍ୟ

ଦାବି ମୂଲ୍ୟ ନପାଇବାରୁ ମୃତଦେହ ଛାଡିଗଲା ଆମ୍ବୁଲାନ୍ସ, ରାତିସାରା ରାସ୍ତାକଡ଼ରେ ପଡିରହିଲା ଶବ

ଚଣ୍ଡିଖୋଲ ୧୪।୦୫ : ଟଙ୍କା ଅଭାବରୁ ରାସ୍ତାରେ ପଡିରହିଲା ମୃତଦେହ । ପୁରା ଟଙ୍କା ଦେଇନଥିବାରୁ ଛାଡିଚାଲିଗଲା ଆମ୍ବୁଲାନ୍ସ । ରାତିସାରା ଜାତୀୟ ରାଜପଥ କଡରେ ପଡିରହିଲା ମହିଳାଙ୍କ ମୃତଦେହ । ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ଢେଙ୍କାନାଳ ଅଞ୍ଚଳର ହେମନ୍ତ ମିଶ୍ର ସ୍ତ୍ରୀ ଛବି ମିଶ୍ର ଛତିଆ ଠାରେ କିଛି ଦିନ ହେବ ବାପ ଘରେ ରହିଆସୁଥିଲେ । ତାଙ୍କର ଏକ ୬ମାସର ଶିଶୁପୁତ୍ର ମଧ୍ୟ ରହିଛି […]

ଅପରାଧ ରାଜ୍ୟ

ରାତିଅଧିଆ ଗଞ୍ଜେଇ ମାଫିଆକୁ ଧରିବାକୁ ଯାଇ ହଟହଟା ହେଲା ମାଲକାନଗିରି ପୁଲିସ୍‌

ମାଲକାନଗିରି/କୋରାପୁଟ: ରାତିଅଧିଆ ଗଞ୍ଜେଇ ମାଫିଆକୁ ଧରିବାକୁ ଯାଇ ମାଲକାନଗିରି ପୁଲିସ୍ ହଟହଟା ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ମାଟିଖାଲରେ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ମାଲକାନଗିରି ଏସଡିପିଓ ଶୁଭେନ୍ଦୁ ପାତ୍ର ଖବର ପାଇଥିଲେ। ସେ ବିଳମ୍ବିତ ରାତିରେ ମାଟିଖାଲ ଗାଁକୁ ଏକ ୩୦ ଜଣିଆ ପୁଲିସ୍ ଟିମ୍ ପଠାଇଥିଲେ। ପୁଲିସ୍ ମାଫିଆକୁ ଧରିବା ଲାଗି ଜଣେ ଲୋକଙ୍କ ଘରେ ଚଢ଼ାଉ କରିଥିଲା। ତାପରେ ଗ୍ରାମବାସୀମାନେ ଏଥିରେ ଉତକ୍ଷିପ୍ତ ହୋଇ ପୁଲିସ୍ […]

ଅପରାଧ ଦେଶ ବିଦେଶ

ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିଲା ପୋଲିସ, ୨ କର୍ମଚାରୀଙ୍କୁ ପିଟିଲେ ଗାଁ ଲୋକେ

ନୂଆଦିଲ୍ଲୀ ୧୪/୦୫: ଗାଁକୁ ନୋଟିସ ଦେବାକୁ ଯାଇଥିବା ପୋଲିସ ଟିମକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ । ୨ ପୋଲିସ କର୍ମୀ ଗୁରୁତର । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶ ବାନ୍ଦାରେ । ସୂଚନାନୁସାରେ, ବାନ୍ଦାରେ କିଛି ଅଭିଯୁକ୍ତଙ୍କୁ ନୋଟିସ ଦେବାକୁ ଏକ ୪ଜଣିଆ ପୋଲିସ ଟିମ୍ ଯାଇଥିଲେ । ଏତିକି ବେଳେ ଅଚାନକ ସେଠାରେ କିଛି ଲୋକ ପୋଲିସ ଟିମ୍ ଉପରେ ଆକ୍ରମଣ କରିଥିଲେ । ପୋଲିସ କର୍ମୀଙ୍କ ଉପରକୁ ଢ଼େଲା ପଥର ମାଡ଼ କରିବା […]

ଅପରାଧ ରାଜ୍ୟ

ଟ୍ରକ ଧକ୍କାରେ ଯୁବକ ଗୁରୁତର: ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ

କାମାକ୍ଷାନଗର: ଦୁର୍ଘଟଣା ପରେ ଜାତୀୟ ରାଜପଥ ୫୩ ଅବରୋଧ କରାଯାଇଛି। ଏହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। କାମାକ୍ଷାନଗର ଥାନା ଆଳତୁମା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ଆଳତୁମା ଗ୍ରାମର ପ୍ରିୟବ୍ରତ ପ୍ରଧାନ। କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଥିବା ଜଣାଯାଇଛି। ପ୍ରିୟବ୍ରତ କାମାକ୍ଷାନଗରରୁ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସାମ୍ନାକୁ ଆସିଲା ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: ୧୮ ଲକ୍ଷ ପିଲା ସ୍କୁଲ ଆସୁନାହାନ୍ତି

ଭୁବନେଶ୍ବର : ଦୁଇ ବର୍ଷ ପରେ ସ୍କୁଲ ‌ଖୋଲିଛି। ଖରାକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ୯ଟା ଯାଏ ପିଲାଙ୍କ ପାଠପଢ଼ା ଚାଲିଛି। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଇଛି। ତା’ପରେ ବି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଶାନୁରୂପ ହୋଇପାରୁ ନାହିଁ। ବ୍ଳକସ୍ତରୀୟ ଉପସ୍ଥାନ ଯାଞ୍ଚ ସମୟରେ ବହୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସୁ ନ ଥିବା ଜଣାପଡ଼ିଛି। ରାଜ୍ୟସ୍ତରୀୟ ସମୀକ୍ଷାରୁ ଜଣାପଡ଼ିଛି ଯେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୦% […]

ଅପରାଧ ରାଜ୍ୟ

ନୂଆ ଉପାୟରେ ମାତିଲେଣି ଚିଟ୍‌ଫଣ୍ଡ ଠକ

ଭୁବନେଶ୍ବର : ଚିଟ୍‌ଫଣ୍ଡ; ଓଡ଼ିଶା ସମେତ ସାରା ଦେଶରେ ଏକ ବ୍ୟାପକ ଠକେଇର ନଗ୍ନଚିତ୍ର। ପ୍ରାୟ ଦଶନ୍ଧି ପୂର୍ବେ ଏହି ବଡ଼ଧରଣର କେଳେଙ୍କାରୀ ପଦାକୁ ଆସିବା ପରେ ବିଭିନ୍ନ ରାଜ୍ୟର ବଡ଼ବଡ଼ ନେତା, ଅଭିନେତା ସବୁ ସିବିଆଇ ଖୁଆଡ଼ରେ ପଶିଥିଲେ। ଏକାଧିକ ଠକେଇ ସଂସ୍ଥାର ମାଲିକଙ୍କୁ ଗିରଫ କରିବା ସହିତ ସ୍ବତନ୍ତ୍ର କୋର୍ଟରେ ହାଜର କରାଇ ସେମାନଙ୍କ ସଂପତି ବ୍ୟାଜାପ୍ତ କରାଗଲା। ଜୋରଦାର୍ ଧରପଗଡ଼ ସାଙ୍ଗକୁ ରାଜ୍ୟରେ ଓପିଆଇଡି ଆକ୍ଟ-୨୦୧୧ର ପ୍ରଚଳନ ପରେ କିଛିଦିନ ପାଇଁ ଟଙ୍କା […]

ଖେଳ ଦେଶ ବିଦେଶ

ମ୍ୟାଚ୍‌ ଭିତରେ ଦିଶିଲା କଳା ବିରାଡ଼ି, ଟ୍ରୋଲ୍‌ ହେଲେ ବିରାଟ କୋହଲି

ମୁମ୍ବାଇ: ଆଇପିଏଲ୍‌ ମ୍ୟାଚ୍‌ ଚାଲିଥିବା ବେଳେ କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଗ୍ୟ ଚଳିତବର୍ଷ ଆଦୌ ଭଲ ନାହିଁ ବୋଲି ଆପଣ କହିପାରନ୍ତି। ସେ ଶୁକ୍ରବାର ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ଖେଳି ମାତ୍ର ୨୦ ରନ୍‌ ବନାଇ ଆଉଟ୍‌ ହୋଇ ଯାଇଥିଲେ। ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଆଇପିଏଲ୍‌ ମ୍ୟାଚରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଆପଣ ଜାଣିଥିବ‌େ ନିଶ୍ଚୟ ଯେ ଆଇପିଏଲ୍‌ରେ ବିବାଟ କୋହଲି ରୟାଲ୍‌ ଚ୍ୟାଲେଞ୍ଜ୍‌ ବାଙ୍ଗାଲୋର୍‌(ଆର୍‌ସିବି) ଟିମ୍‌ରେ ଅଛନ୍ତି। ଆର୍‌ସିବି ପାଳି […]

ଅପରାଧ ରାଜ୍ୟ

ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିଲା କାର୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସାନଖେମୁଣ୍ଡି ୧୪।୦୫ : ଦ୍ରୁତ ଗତି ହେଲା ମହାବିପତ୍ତି । ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଓଲଟିଲା କାର୍‌ ।ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର ଡେଙ୍ଗାପଦର ନିକଟରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, କାର୍‌ଟି ଦିଗପହଣ୍ଡିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଡେଙ୍ଗାପଦର ରାସ୍ତାରେ ଥିବା ବ୍ରିଜ୍‌ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଦେଖୁ ଦେଖୁ କାର୍‌ଟି ବ୍ରିଜ୍‌ ତଳକୁ ଖସିପଡିଥିଲା । ଏଥିରେ ଏବେ ସୁଦ୍ଧା କୌଣସି […]

ଅପରାଧ ଦେଶ ବିଦେଶ

କାଶ୍ମୀର ପଣ୍ଡିତଙ୍କ ଆନ୍ଦୋଳନ ତେଜିଲା, ରାହୁଲ ଭଟ୍ଟଙ୍କ ହତ୍ୟା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

ଶ୍ରୀନଗର : ଜମ୍ମୁ କାଶ୍ମୀର ବଡ଼ଗାମ ଜିଲ୍ଲାରେ ଗତକାଲି ଜଣେ କାଶ୍ମୀର ପଣ୍ଡିତଙ୍କ ହତ୍ୟା ଘଟଣାକୁ ବିରୋଧ କରି ଆନ୍ଦୋଳନ ତେଜିବାରେ ଲାଗିଛି। ସରକାରୀ କର୍ମଚାରୀ ଏବଂ କାଶ୍ମୀର ପଣ୍ଡିତଙ୍କ ପରିବାର ସଦସ୍ୟମାନେ ଉକ୍ତ ହତ୍ୟା ଘଟଣାକୁ ବିରୋଧ କରି ବଡ଼ଗାମରେ ପ୍ରଶାସନ ବିରୋଧରେ ଆନ୍ଦୋଳନ କରିଛନ୍ତି। କାଶ୍ମୀର ପଣ୍ଡିତଙ୍କ ହତ୍ୟା ପାଇଁ ନ୍ୟାୟ ଦାବି କରି ଆନ୍ଦୋଳନକାରୀମାନେ ବିମାନବନ୍ଦର ଅଭିମୁଖେ ଯାଉଥିବା ବେଳେ ପୁଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାପାଇଁ ପୁଲିସ […]