ଚୀନା ଯାତ୍ରୀବାହୀ ବିମାନ ଦୁର୍ଘଟଣା ଇଚ୍ଛାକୃତ: ରିପୋର୍ଟ
ନ୍ୟୁୟର୍କ: ମାର୍ଚ ୨୧ ତାରିଖ ଦିନ ୧୩୨ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଚୀନା ଏୟାର୍ଲାଇନ୍ ବିମାନଟିକୁ ଜାଣିଶୁଣି ଦୁର୍ଘଟଣାଗ୍ରସ୍ତ କରାଯାଇଥିଲା ବୋଲି ମଙ୍ଗଳବାର ଦିନ ଆମେରିକୀୟ ସମ୍ବାଦପତ୍ର ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ରିପୋର୍ଟ କରିଛି। ଦୁର୍ଘଟଣାଗ୍ରସ୍ତ ବିମାନର ‘ବ୍ଲାକ୍ ବକ୍ସ୍’ ତଥ୍ୟାବଳି ବିଶ୍ଳେଷଣ କରିଥିବା ଆମେରିକୀୟ ସରକାରୀ ଅଧିକାରୀମାନଙ୍କ ସୂତ୍ରକୁ ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟରେ ଉଲ୍ଲେଖ ଅଛି, ଶେଷ ମୁହୂର୍ତ୍ତରେ ଉଡ଼ନ୍ତା ବିମାନଟିକୁ ଜାଣିଶୁଣି ତଳମୁହାଁ କରି ତଳକୁ ଖସାଇ ଦିଆଯାଇଥିଲା। ସ୍ମରଣଯୋଗ୍ୟ, ଚୀନ୍ର ୟୁନ୍ନାନ୍ […]