ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ମଞ୍ଚରେ ଜଗନ୍ନାଥ ଭଜନ ଗାଇଲେ ବିବାଦ ଘେରରେ ଥିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ନିଶ୍ଚିନ୍ତକୋଇଲି: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରି ବିବାଦ ଘେରରେ ଥିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅବଶେଷରେ ଏକ ଜଗନ୍ନାଥ ଭଜନ ଗାଇଛନ୍ତି। କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଜିଗନିପୁରଠାରେ ଆୟୋଜିତ ମହାଙ୍ଗା ମହୋତ୍ସବରେ ସେ ମଞ୍ଚରେ ଜଗନ୍ନାଥଙ୍କ ଭଜନ ଗାଇଛନ୍ତି। ଏହି ଗୀତର ମୁଖୁଡ଼ା ହେଲା ଦଣ୍ଡବତ ହେଲି ମୁଁ କାଳିଆ ପାଖରେ…। ଏହି ଗୀତର ସ୍ବର ସଂଯୋଜନା କରିଛନ୍ତି ବି ନିଜେ ହ୍ୟୁମାନ ସାଗର। ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ଶ୍ରୀଶ୍ରୀବଳଦେବଜୀଉଙ୍କ ଚନ୍ଦନ […]

ଅପରାଧ ରାଜ୍ୟ

ମଞ୍ଚେଶ୍ୱରରେ ଖଣ୍ଡା ବୁଲାଇବା ଘଟଣା, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର ୨୩।୦୫ : ମଞ୍ଚେଶ୍ବର ଅଞ୍ଚଳରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇବା ଘଟଣାରେ ଆକ୍ସନ । ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ମଞ୍ଚେଶ୍ବର ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲେ ରାକେଶ ରଞ୍ଜନ ମହାନ୍ତି ଏବଂ ଅଜିତ ଗିରି ବୋଲି ଜଣାପଡିଛି । ଖବର ଅନୁଯାୟୀ, ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ନିଜର ଭାଇଗିରି ପାଇଁ ଖଣ୍ଡା ବୁଲାଇଥିଲେ ଯୁବକ । ଏନେଇ ଘଟଣାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଛି ମଞ୍ଚେଶ୍ୱର ଥାନା ପୋଲିସ । […]

ଖେଳ ରାଜ୍ୟ

ନିରାଶ କଲେ ରୋହିତ, କୋହଲି; ଆସିବେନି ବାରବାଟୀ

ମୁମ୍ବାଇ/ଭୁବନେଶ୍ବର : ଜୁନ୍ ୧୨ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ରେ ଓଡ଼ିଶା ଦର୍ଶକ ହିଟ୍ ମ୍ୟାନ୍ ରୋହିତଙ୍କ ଛକାମାଡ଼ ସହ ବିରାଟ କୋହଲିଙ୍କ ବ୍ୟାଟିଂ କମାଲ ଦେଖି ପାରିବେ ନାହିଁ। ସେହିଭଳି ମହମ୍ମଦ ସାମି କିମ୍ବା ଯଶପ୍ରୀତ ବୁମ୍‌ରାଙ୍କ ଶାଣିତ ବୋଲିଂ ଦେଖିବାରୁ ବି ବଞ୍ଚିତ ହେବେ। କାରଣ ଏହି ଶୃଙ୍ଖଳା ଲାଗି ଆଜି ଘୋଷଣା କରାଯାଇଥିବା ଭାରତୀୟ ଦଳରେ ଏମାନେ ସ୍ଥାନ ପାଇ ନାହାନ୍ତି। ସମସ୍ତଙ୍କୁ ଲମ୍ବା ଆଇପିଏଲ୍ ଋତୁ ପରେ ବିଶ୍ରାମ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୧୨ଟି ଦେଶରେ ଚିହ୍ନଟ ହେଲେଣି ମଙ୍କିପକ୍ସ ରୋଗୀ, ଡବ୍ଲୁଏଚଓର ଚେତାବୀନ- ବିଶ୍ବସ୍ତରରେ ବ୍ୟାପିପାରେ ଏହି ରୋଗ

ନୂଆଦିଲ୍ଲୀ ୨୩।୫: ୧୨ଟି ଦେଶରେ ପ୍ରାୟ ୯୨ ଜଣ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସ୍ପଷ୍ଟ କରିଛି । ଡବ୍ଲୁଏଚଓ ଏହା ମଧ୍ୟ ଚେତାବନୀ ଦେଇଛି ଯେ ଆଗାମୀ ସମୟରେ ଏହି ଭାଇରସ୍ ବିଶ୍ବ ସ୍ତରରେ ବ୍ୟାପିପାରେ । ସୂଚନା ଅନୁସାରେ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ୟୁକେ, ସ୍ପେନ୍, ପର୍ତ୍ତୁଗାଲ, ଜର୍ମାନୀ, ବେଲଜିୟମ, ଫ୍ରାନ୍ସ, ନେଦରଲ୍ୟାଣ୍ଡ, ଇଟାଲୀ ଏବଂ ସ୍ବିଡେନରେ ମଙ୍କିପକ୍ସ ଭାଇରସ୍ ଦ୍ବାରା ଲୋକ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ: ତପଭୂମି ପୁରୀ, ଭୋଗଭୂମି ନ ହେଉ

ପୁରୀ : ପୁରୀ ହେଉଛି ଧାର୍ମିକ ରାଜଧାନୀ। ଶ୍ରୀକ୍ଷେତ୍ର ଧର୍ମର କ୍ଷେତ୍ର। ଶ୍ରୀମନ୍ଦିର ଆମର ପରିଚୟ। ଶ୍ରୀମନ୍ଦିର ପାଇଁ ଶ୍ରୀକ୍ଷେତ୍ର ଆଜି ସାରାବିଶ୍ବରେ ଧାର୍ମିକ ରାଜଧାନୀର ପରିଚୟ ଲାଭ କରିଛି। ଶ୍ରୀମନ୍ଦିର ହେଉଛି ତପଭୂମି। ଏହା କୌଣସି ପରିସ୍ଥିତିରେ ଭୋଗ ଭୂମି ଅବା ପର୍ଯ୍ୟଟନ କ୍ଷେତ୍ର ନ ହେଉ। ଶ୍ରୀମନ୍ଦିର ପ୍ରତି ବିପଦ ଅକ୍ଷମଣୀୟ। କୌଣସି ପରିସ୍ଥିତିରେ ଶ୍ରୀମନ୍ଦିରକୁ ବିପଦ ଭିତରକୁ ଠେଲିଦେଇ ବିକାଶ ନ ହେଉ। ବିବାଦୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ମୁହଁ ଖୋଲି […]

ଅପରାଧ ଦେଶ ବିଦେଶ

ଭୟଙ୍କର ଦୁର୍ଘଟଣା : ଓଲଟିଲା ଟ୍ରକ୍, ଚାଲିଗଲା ୮ ଜୀବନ

ପାଟନା ୨୩/୦୫: ଭୟଙ୍କର ସଡକ ଦୁର୍ଘଟଣା । ୮ ମୃତ । ବିହାରର ପୂର୍ଣ୍ଣିୟା ଜିଲ୍ଲାରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ସୂଚନାନୁସାରେ, ପୂର୍ଣ୍ଣିଆ ଜିଲ୍ଲାରୁ ଏକ ଟ୍ରକ୍ କିଛି ଲୋକଙ୍କୁ ଧରି ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିଲା । କିନ୍ତୁ ଜଲଲାଗଡ ଥାନା ଅନ୍ତର୍ଗତ କାଳୀ ମନ୍ଦିର ରାସ୍ତାରେ ଏହା ହଠାତ ଓଲଟି ପଡିଥିଲା । ଫଳରେ ଟ୍ରକରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସାଉଦୀ ଆରବରେ କରୋନା ବିସ୍ଫୋରଣ, ଭାରତ ସମେତ ୧୬ଟି ଦେଶ ଭ୍ରମଣ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ ୨୩/୦୫ : ସାଉଦି ଆରବରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଉଦି ଆରବ ନିଜର ନାଗରିକଙ୍କ ଉପରେ ୧୬ ଦେଶକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି । ଏହି ଦେଶଗୁଡିକ ମଧ୍ୟରେ ଭାରତ ମଧ୍ୟ ରହିଛି । ସାଉଦି ଆରବର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ ଆଶ୍ୱାସନା ଦେଇଛି ଯେ ଦେଶରେ ମଙ୍କିପକ୍ସର କୌଣସି ମାମଲା ମିଳିନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି […]

ଅପରାଧ ରାଜ୍ୟ

ଜାଲ୍ ପ୍ରମାଣପତ୍ରରେ ଚାକିରି, ଶିକ୍ଷକ ଗିରଫ

ପୁରୁଷୋତ୍ତମପୁର : ଜାଲ୍ ପ୍ରମାଣପତ୍ରରେ ଚାକିରି କରୁଥିବା ଜଣେ ଶିକ୍ଷକଙ୍କୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ହେଉଛନ୍ତି, ପୁରୁଷୋତ୍ତମପୁର ଥାନା ରାଜପୁର ଗ୍ରାମ ଏସ.ଧର୍ମାରାଓ ଦୋରା। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି। ଯାଞ୍ଚ ବେଳେ ପୁରୁଷୋତ୍ତମପୁର ବ୍ଲକ୍‌ରେ ୫ ଜଣ ଶିକ୍ଷକ ଜାଲ ପ୍ରମାଣପତ୍ରରେ ଚାକିରି କରୁଥିବା ଜଣାପଡ଼ିଥିଲା। ଏନେଇ ଗତବର୍ଷ ଅକ୍ଟୋବର ୧୮ ତାରିଖରେ ପୁରୁଷୋତ୍ତମପୁର ଏବିଇଓ […]

ଅପରାଧ ରାଜ୍ୟ

ଭାରସାମ୍ୟ ହରାଇ ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍, ୧୦ ଆହତ

ଭଦ୍ରକ ୨୩/୦୫: ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ । ଫଳରେ ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର କହରାପୋଖରୀ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନାଥାଉକି, ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ କହରାପୋଖରୀ ଛକ ନିକଟରେ ନିନୀ ନାମକ ଏକ ଯାତ୍ରୀବାହୀ ବସ ଭୁବନେଶ୍ୱରରୁ ବାଲେଶ୍ୱର ଯିବାବେଳେ ଘଟିଛି ଦୁର୍ଘଟଣା । ବସଟି ଭାରସାମ୍ୟ ହରାଇ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ କରୋନା ମହାମାରୀ, ଡବ୍ଲୁଏଚଓ ପ୍ରମୁଖ ଦେଲେ ଚେତାବନୀ

ନୂଆଦିଲ୍ଲୀ ୨୩।୫: କରୋନା ଭାଇରସ୍ ସଂକ୍ରମଣ ମାମଲା କମୁଥିବା ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ରବିବାର ଦିନ ଚେତାବନୀ ଦେଇଛି ଯେ, କୋଭିଡ୍ ମହାମାରୀ ନିଶ୍ଚିତ ଭାବେ ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ । ସେ ସରକାରଙ୍କୁ କହିଛନ୍ତି ଯେ, ଆମେ ନିଜର ବିପଦରେ ଆମର ପ୍ରତିରକ୍ଷା ନିୟମକୁ ହ୍ରାସ କରୁଛୁ । ଜେନେଭାରେ ସଂଗଠନର ବାର୍ଷିକ ବୈଠକ ଆରମ୍ଭ କରି ଡବ୍ଲୁଏଚଓ ମୁଖ୍ୟ ଟେଡ୍ରୋସ ଅଡାନୋମ ଘେବ୍ରେୟସସ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ ଯେ, ନମୁନାର ଯାଞ୍ଚ […]