ବେଆଇନ କଂସେଇଖାନାରେ ଚଢ଼ାଉ, ୪୦ରୁ ଅଧିକ ଗୋରୁ ଉଦ୍ଧାର
ମାହାଙ୍ଗା ୨୪।୦୫ : ବେଆଇନ କଂସେଇଖାନା ଉପରେ ମାହାଙ୍ଗା ପୋଲିସର ଚଢ଼ାଉ। ୪୦ରୁ ଅଧିକ ଗୋରୁ ଉଦ୍ଧାର। କଟକ ଜିଲ୍ଲା ମାହାଙ୍ଗା ଥାନା ଭଉଁରିଆ ପଞ୍ଚାୟତ ନହଙ୍ଗ ଗାଁର ଏଭଳି ଘଟଣା ଘଟିଛି। ଖବର ଅନୁଯାୟୀ, ନହଙ୍ଗ ଗାଁର ସେକ କାଲା ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇ ଦୀର୍ଘଦିନ ଧରି କଂସେଇଖାନା ଚଳାଇଆସୁଥିଲା। ସୋମବାର ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବର ପାଇ ମାହାଙ୍ଗା ଥାନା ପୋଲିସ କଂସେଇଖାନା ଉପରେ ଚଢାଉ କରିଥିଲା। ଚଢାଉ ବେଳେ ୪୦ରୁ […]