ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୪।୦୫ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୩୯୦ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ଜଣେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ହୋଇଥିବା […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ହେମ୍ଲିଂ ଟନ୍‌ ସୁନ୍ଦରୀ ଆମ୍ବ ବାଗାନ: ଖାଇବାବାଲା ଖାଉଛନ୍ତି, ସରକାରଙ୍କ ଭାଗରେ ଟାକୁଆ!

ବାରିପଦା: ଏକର ଏକର ଜାଗାର ସୁନ୍ଦରୀ ଆମ୍ବ ବାଗାନ। ଯାହାର ପରିଚାଳନା ଦାୟିତ୍ବ ଟ୍ରଷ୍ଟକୁ ଦେଇଥିଲେ ତତ୍‌କାଳୀନ ମୟୂରଭଞ୍ଜ ମହାରାଜା। ଟ୍ରଷ୍ଟ ଭାଙ୍ଗିଯିବା ପରେ ବାଗାନ ଦାୟିତ୍ବ ରାଜ୍ୟ ସରକାର ନେଲେ। ତାକୁ ଲିଜ୍‌ ଦେଲେ। ହେ‌ଲେ ପରେ ଲିଜ୍‌ ପ୍ରକ୍ରିୟା ବନ୍ଦ ହୋଇଗଲା। ତଥାପି ଲିଜ୍‌ଧାରୀମାନେ ବାଗାନ ଆମ୍ବରୁ ରୋଜଗାର କରୁଥିବା ବେଳେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। କେବଳ ସେତିକି ନୁହେଁ, ଆମ୍ବ ବାଗାନର ଅନେକ ଜାଗା ଏବେ ଜବରଦଖଲକୁ ଚାଲିଯାଇଛି। […]

ଅପରାଧ ରାଜ୍ୟ

ରାସ୍ତା ସମସ୍ୟା ଲାଗି ଆସିପାରିଲାନି ଆମ୍ୱୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ

ଯାଜପୁର ୨୫/୦୫: ଖଟିଆରେ ବୁହା ହେଲେ ରୋଗୀ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଲେମ୍ୱୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳପଳାଖଳି ଗାଁରେ । ଆଜି ସକାଳେ ଗାଁର କୁଁଆର ମୁଣ୍ଡାଙ୍କ ସ୍ତ୍ରୀ ବାସନ୍ତୀ ମୁଣ୍ଡାଙ୍କ ଦେହ ହଠାତ ଅସୁସ୍ଥ ହୋଇଯିବାରୁ ଗ୍ରାମବାସୀ ତୁରନ୍ତ ସରକାରୀ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ସୂଚନା ପାଇ ତୁରନ୍ତ ତଳପଳାଖଳି ଗ୍ରାମରକୁ ଯିବା ବେଳେ ଗ୍ରାମକୁ ରାସ୍ତା ସଠିକ୍ ନଥିବାରୁ ଆମ୍ବୁଲାନ୍ସଟି […]

ଅପରାଧ ଦେଶ ବିଦେଶ

ଚତୁର୍ଥ ମାସରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ: ମାରିୟୁପୋଲ୍‌ରୁ ମିଳିଲା ୨୦୦ ମୃତଦେହ

କିବ୍‌: ୟୁ‌କ୍ରେନ୍‌ ଯୁଦ୍ଧ ଚତୁର୍ଥ ମାସରେ ପ୍ରବେଶ କରିଛି । ଫେବ୍ରୁଆରି ୨୪ରେ ରୁଷ୍‌ ୟୁକ୍ରେନ୍‌ରେ ଯୁଦ୍ଧ ଆରମ୍ଭ କରିଥିଲା। ଯୁଦ୍ଧ ପାଇଁ ୟୁକ୍ରେନ୍‌ର ପ୍ରମୁଖ ଅଞ୍ଚଳ ଛାରଖାର ହୋଇଯାଇଛି। ୟୁକ୍ରେନରେ ବଡ଼ଧରଣର ମାନବୀୟ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଲକ୍ଷାଧିକ ଲୋକ ବାସହରା ହୋଇ ରାସ୍ତାକଡ଼ ଶିବିରରେ ଆଶ୍ରୟ ନେଇଛନ୍ତି। ଲୁହାଂନସ୍କ ଦଖଲ କରିବାପାଇଁ ରୁଷ୍‌ ୧୨୫,୦୦୦ରୁ ଅଧିକ ସୈନିକଙ୍କୁ ନିୟୋଜିତ କରିଛି। ରୁଷ୍‌ ଦିନକୁ ଦିନ ଏହାର ଆକ୍ରମଣକୁ ଜୋରଦାର କରୁଥିବା ବେଳେ ମାରିୟୁପୋଲ୍‌ରେ ଆଜି […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ବୁଧବାର ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ ୨୫/୦୫: ଆଜି ବୁଧବାର ଜ୍ୟେଷ୍ଠ କୃଷ୍ଣ ଦଶମୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନରେ ୪ ଘଣ୍ଟା ପାଇଁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସ୍ୱତନ୍ତ୍ର ନୀତି ପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ଵିତୀୟ […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ଜ୍ଞାନବାପି ମସଜିଦ ମାମଲା: ମେ’ ୨୬ରେ ମୁସଲିମ ପକ୍ଷ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ଜ୍ଞାନବାପି-ଶ୍ରୀଙ୍ଗାର ଗୌରୀ ପରିସରର ବୈଧତା ପ୍ରସଙ୍ଗରେ ଶୁଣାଣି ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାରଣାସୀ ଜିଲ୍ଲା କୋର୍ଟର ବିଚାରପତି ଏ କେ ବିଶ୍ବେସ ଏହି ମାମଲାର ଶୁଣାଣି କରିବେ। ଅନ୍ୟପକ୍ଷେ କୋର୍ଟ ଜ୍ଞାନବାପି ମସଜିଦ ମାମଲାରେ ଦାଖଲ ହୋଇଥିବା ଭିଡିଓଗ୍ରାଫି ସର୍ଭେ ରିପୋର୍ଟ ନେଇ ଉଭୟ ହିନ୍ଦୁ ଓ ମୁସ୍‌ଲିମ ପକ୍ଷ ସେମାନଙ୍କ ଅଭିଯୋଗ ଦାଖଲ କରିବାପାଇଁ କୋର୍ଟ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି। ଗତକାଲି ପ୍ରଥମ ପର୍ଯ୍ୟାୟ ଶୁଣାଣି ଶେଷ ହୋଇଥିବା […]

ଅପରାଧ ରାଜ୍ୟ

ଦନ୍ତାହାତୀ ଆକ୍ରମଣରେ ମହିଳା ଗୁରୁତର, ନଦୀକୁ ଯିବାବେଳେ ଶୁଣ୍ଢରେ ଟେକି କଚାଡିଦେଲା

ଟାଙ୍ଗୀ ୨୫/୦୫: ମାତିଲା ଦନ୍ତାହାତୀ । ଶୁଣ୍ଢରେ ମହିଳାଙ୍କୁ ଟେକି କରି ଫୋପାଡ଼ି ଦେଲା । ହେଲେ ମହିଳା ଜଣକ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ । ଆଜି ସକାଳୁ ସକାଳୁ ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ଅଧିନ ବରିକୋ-ବଧିସାହି ଗ୍ରାମରେ । ମହିଳା ଜଣକ ଗୁରୁତର ଆହତ ହୋଇ ଏକ ଗଛରେ ଲଟକି ଥିବା ବେଳେ ମହିଳାଙ୍କର ଆର୍ତ୍ତ ଚିତ୍କାର ଶୁଣି କିଛି ଲୋକ ମହିଳାଙ୍କୁ ଉଦ୍ଧାର କରି ଟାଙ୍ଗୀ […]

ଅପରାଧ ରାଜ୍ୟ

କାଜୁ ଜଙ୍ଗଲରୁ ଝୁଲୁଛି ଯୁବକଙ୍କ ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ପାଟଣା ୨୫/୦୫: କେନ୍ଦୁଝର ଜିଲ୍ଲା ପାଟଣା ଥାନା ମୂଷାଖୋରୀ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଧନୁର୍ଯ୍ୟୟପୁର ଗ୍ରାମର ସଞ୍ଜନ ମହାରଣା ବୋଲି ଜଣା ପଡିଛି । ସଞ୍ଜନକୁ କେହି ହତ୍ୟା କରି ଗଛରେ ଝୁଲାଇ ଦେଇ ଆତ୍ମହତ୍ୟା କରିଥିବାର ରୂପ ଦିଆ ଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅପରାଧ ରାଜ୍ୟ

ପୁରୀରେ ଯୁବକଙ୍କୁ ଛୁରାମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

ପୁରୀ ୨୫।୦୫: ପୁରୀରେ ଛୁରାମାଡରେ ଯୁବକ ଗୁରୁତର ହେବା ଘଟଣା । ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଗୋଖା ସାହିର ଦୁପୁନା ବେହେରା ସହ ବିଭୁନା ଭୋଇ ଓ ଶିବୁନା ପାତ୍ର ଗିରଫ । ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ପୋଲିସର ପକ୍ଷରୁ ସୂଚନା ମିଳିଛି । ଖବର ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ବଡଦାଣ୍ଡ ମାଉସୀ ମା ମନ୍ଦିର ସମ୍ମୁଖରେ ଛୁରାମାଡରେ ସୂର୍ଯ୍ୟନାରାୟଣ […]

ଅପରାଧ ଦେଶ ବିଦେଶ

ଟେକ୍‌ସାସ୍‌ ସ୍କୁଲ୍‌ରେ ଗୁଳି ଚଳାଇଲେ ତରୁଣ ବନ୍ଧୁକଧାରୀ; ୧୮ ପିଲାଙ୍କ ସମେତ ୨୧ ନିହତ

ୟୁଭାଲ୍‌ଡି (ଯୁକ୍ତରାଷ୍ଟ୍ର ଆମେରିକା): ମଙ୍ଗଳବାର ଦିନ ଟେକ୍‌ସାସ୍‌ ଅନ୍ତର୍ଗତ ୟୁଭାଲ୍‌ଡି କାଉଣ୍ଟିସ୍ଥିତ ଏକ ଏଲିମେଣ୍ଟାରି ସ୍କୁଲ୍‌ରେ ଜଣେ ତରୁଣ ବନ୍ଧୁକଧାରୀ ଗୁଳି ଚଳାଇବାରୁ ୨୧ଜଣ ନିହତ ହୋଇଥିବା କଥା ଟେକ୍ସାସ୍‌ର ଗଭର୍ଣ୍ଣର୍‌ ଗ୍ରେଗ୍‌ ଆବୋଟ୍‌ କହିଛନ୍ତି। ନିହତମାନଙ୍କ ମଧ୍ୟରେ ଅଛନ୍ତି ୧୮ଜଣ ସାନ ପିଲା ଏବଂ ୩ଜଣ ପ୍ରାପ୍ତବୟସ୍କ। ସାଲ୍‌ବାଡର୍‌ ରାମୋସ୍‌ ନାମଧ୍ୟେୟ ଉକ୍ତ ୧୮ ବର୍ଷିୟ ସନ୍ଦିଗ୍ଧ ବନ୍ଧୁକଧାରୀଜଣଙ୍କ ଘଟଣାସ୍ଥଳରେ ପୁଲିସ ଅଧିକାରୀଙ୍କ ଗୁଳି ଚୋଟରେ ପ୍ରାଣ ହରାଇଥିବା କଥା ଆବୋଟ୍‌ କହିଛନ୍ତି। ଆତତାୟୀଙ୍କ ପାଖରେ […]