ଫାଟିଲା ପାରାଦୀପ ହଳଦିଆ ପାଇପ ଲାଇନ, ଘଟଣାସ୍ଥଳରେ ତେଲର କୃତ୍ରିମ ବନ୍ୟା ପରିସ୍ଥିତି
ପାରାଦୀପ: ଫାଟିଲା ପାରାଦୀପ ହଳଦିଆ ପାଇପ ଲାଇନ। ପାଇପ୍ ଫାଟିବା ପରେ ଆଇ.ଓ.ସି.ଏଲ ଟାଉନସିପ୍ ରାସ୍ତା ପାର୍ଶ୍ଵରେ ତେଲର କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପାରାଦୀପ ତୈଳ ବିଶୋଧନାଗାର କର୍ମଚାରୀ ଉପସ୍ଥିତ ରହି ପାଇପ ଲିକ ବନ୍ଦ କରିବାକୁ ଲାଗି ପଡ଼ିଥିବା ବେଳେ ଏହା କାଠିକର ପାଠ ହୋଇପଡିଛି। ପାରାଦୀପ ତୈଳବିଶୋଧନାଗାର ଟାଉନସିପ ନିକଟରେ ଏହି ପାଇପଲାଇନ ଫାଟିଥିବା ସୂଚନା ରହିଛି। ହଳଦିଆ ପୋର୍ଟରୁ ପାରାଦୀପ ତୈଳବିଶୋଧନାଗାରକୁ ଆସିଥିବା ଅଶୋଧିତ ତୈଳର […]