ଗିରିଙ୍ଗାପୁଟରେ ବାର୍ହା ଆତଙ୍କ, ସ୍ତ୍ରୀକୁ ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର
ମେଣ୍ଢାଶାଳ : ସ୍ତ୍ରୀକୁ ରକ୍ଷା କରିବାକୁ ଯାଇ ସ୍ବାମୀ ବାର୍ହା ଆକ୍ରମଣର ଶିକାର ହୋଇଛନ୍ତି। ମେଣ୍ଢାଶାଳ ପଞ୍ଚାୟତ ଗିରିଙ୍ଗାପୁଟ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବାର୍ହା ଆକମ୍ରଣରେ ସ୍ବାମୀ ବିଜୟ କୁମାର ନାୟକ (୪୫) ଗୁରୁତର ଆହତ ହୋଇଥିବା ବେଳେ ସ୍ତ୍ରୀ ଟିକି ନାୟକ (୪୦) ତଳେ ପଡ଼ିଯାଇ ଆହତ ହୋଇଛନ୍ତି। ବିଜୟଙ୍କୁ ଉଦ୍ଧାର କରି ଗ୍ରାମବାସୀ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଘଟଣାରୁ […]