ହଜିଗଲା ମାନବିକତା: ୫୦ ହଜାର ଟଙ୍କା ପାଇଁ ବନ୍ଧା ପଡିଛି ଗେହ୍ଲା ପୁଅର ମରଶରୀର, କାନି ପତାଇ ଭିକ ମାଗିଲେ ଦମ୍ପତ୍ତି
ସମସ୍ତିପୁର ୦୯/୦୬: ହଜିଯାଇଛି ମାନବିକତା, ମରିଗଲାଣି ମଣିଷପଣିଆ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଭିକ ମାଗୁଥିବାର ଦେଖିବାକୁ ମିଳିଛି । ନିଜ ପୁଅର ଶବକୁ ମେଡିକାଲରୁ ଆଣିବା ପାଇଁ ସେ ଭିକ ମାଗୁଥିବା ଜଣାପଡିଛି । ବିହାର ସମସ୍ତିପୁରରେ ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ପୁଅର ଶବ ପାଇଁ ମେଡିକାଲ କର୍ମଚାରୀ ୫୦ ହଜାର ଟଙ୍କା ଦାବି କରୁଛନ୍ତି । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ […]