KKଙ୍କୁ ମନେ ପକାଇଲେ ଗୁଲଜାର, କହିଲେ-‘ବୋଧ ହୁଏ ଅଲବିଦା କହିବାକୁ ଆସିଥିଲେ’
ମୁମ୍ବାଇ ୦୯।୦୬ : ବଲିଉଡ୍ର ପ୍ରସିଦ୍ଧ କଣ୍ଠଶିଳ୍ପୀ କେ.କେ ଆଉ ନାହାଁନ୍ତି । ଗତ ମେ ୨୯ ତାରିଖରେ ସେ ଦୁନିଆକୁ ଅଲବିଦା କହିଥିଲେ । ତାଙ୍କ ମୃତ୍ୟୁରେ ବଲିଉଡ୍ର ଅନେକ ସେଲେବ୍ ତଥା ଫ୍ୟାନ୍ସ ଫଲୋର୍ସଙ୍କୁ ଶକ୍ତ ଝଟକା ଲାଗିଛି । ଏହି ସମୟରେ ଗୁଲଜାର ତାଙ୍କୁ ମନେ ପକାଇଛନ୍ତି । ମୃତ୍ୟୁ ପୂର୍ବରୁ ସେ ଗୁଲଜାରଙ୍କୁ ଭେଟି ତାଙ୍କ ସହ ଶେଷ ଗୀତ ଗାଇଥିଲେ। ତାଙ୍କୁ ଭେଟିବା ଅତ୍ୟନ୍ତ ଆନନ୍ଦଦାୟକ ବୋଲି ଗୁଲଜାର କହିଛନ୍ତି। […]