ରାଜ୍ୟ

ନିର୍ବାଚନୀ ପ୍ରସଙ୍ଗ ହେବ ତ ମହାନଦୀ?

ଝାରସୁଗୁଡ଼ା: ଗତ ଦୁଇଦଶନ୍ଧି ହେବ ରାଜ୍ୟ ରାଜନୀତିରେ ଏକ ପ୍ରମୁଖ ପ୍ରସଙ୍ଗର ସ୍ଥାନନେଇଛି ମହାନଦୀ। ଏବେ ମହାନଦୀ ସହିତ ହୋଇଥିବା ଅନ୍ୟାୟ ସମ୍ପର୍କରେ ବିରୋଧୀ ପଦୁଟିଏ କହୁ ନ ଥିବାବେଳେ ସରକାର ମଧ୍ୟ ଏହି ପ୍ରସଙ୍ଗରେ ଚୁପ୍‌ ରହିଛନ୍ତି। ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଶୁଖାସୋଢ଼ା ଓଡ଼ିଶାରେ ମହାନଦୀର ପ୍ରବେଶସ୍ଥଳ ହୋଇଥିବା ବେଳେ ଖରାଦିନ ପାଇଁ ଏଠାରେ ବି ଜଳଧାର ଶୁଖିବାକୁ ବସିଲାଣି। ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀର ତଣ୍ଟି ଚିପି ଦେଇଛି ଛତିଶଗଡ଼। ତଥାପି ବି ସମସ୍ତେ ଚୁପ୍‌। […]

ରାଜ୍ୟ

ଡବ୍ଲୁଓଡିସି ସିଇଓ ଅଜିତ ମିଶ୍ରଙ୍କ ଇସ୍ତଫା: ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି!

ଭବାନୀପାଟଣା: ଡବ୍ଲୁଓଡିସି ସିଇଓ ଡ. ଅଜିତ ମିଶ୍ର ବୁଧବାର ରାତିରେ ନିଜ ପଦରୁ ଇସ୍ତଫା ଦେବାନେଇ ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହାପରେ କଳାହାଣ୍ଡି ରାଜନୀତି ସରଗରମ ହେବାରେ ଲାଗିଛି। ସେ ବିଜେଡିରୁ ଲୋକସଭା ପ୍ରାର୍ଥୀ କିମ୍ବା ନର୍ଲା ବିଧାନସଭା ପାଇଁ ପ୍ରାର୍ଥୀ ହେବେ ବୋଲି ଅନୁମାନ କରାଯାଉଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଧିବାସୀ ଡ. ଅଜିତ ମିଶ୍ର ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇ ସରକାରୀ ଚାକିରିରୁ ଅବସର ନେଇଥିଲେ। ଏହାପରେ ରାଜ୍ୟ […]

ରାଜ୍ୟ

କୋଟପାଡ଼ ବିଧାନସଭା: ବିଜେଡି ଟିକେଟ୍‌ ଦୌଡ଼ରେ ପଦ୍ମିନୀ, ଚନ୍ଦ୍ରଶେଖର

କୋଟପାଡ଼: ୨୦୨୪ ନିର୍ବାଚନ ମତଦାନ ପୂର୍ବରୁ କୋଟପାଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଚକ ସ୍ଥିତି ଦେଖିବାକୁ ମିଳିଛି। ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ବିଜେପିରେ ଟାଣୁଆ ଆଶାୟୀ ପ୍ରାର୍ଥୀ ଥିବାରୁ ଏହି ଆସନ କାହାହାତକୁ ଯିବ ତାହା ଆକଳନ କରିବା ମୁସ୍କିଲ୍। ବିଜେଡି ବର୍ତ୍ତମାନର ବିଧାୟିକା ପଦ୍ମିନୀ ଦିଆନ୍‌ଙ୍କ ବଦଳରେ ନୂଆ ମୁହଁକୁ ଟିକେଟ୍ ଦେବା ଆପାତତଃ ସ୍ଥିର ହୋଇଛି। ସେହିପରି ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ପରେ ଅନାମ ଦିଆନ୍ […]

ରାଜ୍ୟ

ଭୋଗରାଇ ନିର୍ବାଚନମଣ୍ଡଳୀ: ଏବେ ନୁହେଁ ତ କେବେ ନୁହେଁ!

ଭୋଗରାଇ: ୨୪ ମହାସମର ପାଇଁ ତାରିଖ ଘୋଷଣା ପରେ ବି ଭୋଗରାଇ ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀଙ୍କୁ ନେଇ ଅଙ୍କ ଛିଣ୍ଡୁନି। କାରଣ, ତିନି ପ୍ରମୁଖ ଦଳରେ ଏକାଧିକ ଆଶାୟୀ ଥିବାବେଳେ ସମସ୍ତେ ନିଜ ନିଜର ସଙ୍ଗଠନ ଜରିଆରେ ସମର୍ଥନ ଜୁଟାଇବାରେ ଲାଗି ପଡ଼ିଛନ୍ତି। ଏଭଳି ପରିସ୍ଥିତିରେ କାହା ଭାଗରେ ଟିକେଟ୍‌ ପଡ଼ିବ ଓ କାହାର କଟିବ, ତାକୁ ନେଇ ସମସ୍ତେ ସନ୍ଦିହାନ ଥିଲେ ମଧ୍ୟ କେହି ଆଶା ଛାଡ଼ିନାହାନ୍ତି। ଜୁନ୍‌ ୧ ତାରିଖରେ ବାଲେଶ୍ୱର ଜିଲ୍ଲାର ୮ଟିଯାକ […]

ରାଜ୍ୟ

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ଶୁକ୍ରବାର ସକାଳ ୫ଟା ୨୩ ମିନିଟ ସମୟରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଛନ୍ତି। ଗତ ୧୮ ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଦାମ ରାଉତଙ୍କ ଚିକିତ୍ସା ଜାରି ରହିଥିଲା। ହୃଦଘାତ ପରେ ଦାମୋଦର ଗୁରୁତର ହୋଇଥିଲେ। ତିନିମାସ ତଳେ […]

ରାଜ୍ୟ

ଧରାପଡ଼ିଲେ ନକଲି ଆର୍‌ଟିଓ ଓ ଏମ୍‌ଭିଆଇ: ଓଡ଼ିଶା ସୀମାନ୍ତରେ ଖୋଲିଥିଲେ ଜାଲି ଅଫିସ

ବାଲେଶ୍ୱର: ନକଲି ଆରଟିଓ ଓ ମୋଟର ଯାନ ନିରୀକ୍ଷକ (ଏମ୍‌ଭିଆଇ) ସାଜି ଜାତୀୟ ରାଜପଥରେ ଗାଡ଼ି ଯାଞ୍ଚ ଆଳରେ ଟଙ୍କା ଆଦାୟ କରୁଥିବା ୨ ଜଣ ଧୂର୍ତ୍ତ ଯୁବକଙ୍କୁ ଆଜି ବାଲେଶ୍ୱର ପୁଲିସ ବାନ୍ଧିଛି। ୨ ଅଭିଯୁକ୍ତଙ୍କ ମଧ୍ୟରୁ ଆରଟିଓ ସାଜିଥିବା ଯୁବକ ଜଣକ ଜଳେଶ୍ବର ଥାନା ଅଞ୍ଚଳର ତୁଷାର ରଞ୍ଜନ ପରିଡ଼ା (୩୪) ଓ ନିଜକୁ ଏମ୍‌ଭିଆଇ ପରିଚୟ ଦେଉଥିବା ଶମ୍ଭୁ ସାହୁ (୨୭)ଙ୍କ ଘର ଝାଡ଼ଖଣ୍ଡ ସିଂହଭୂମି ଜିଲ୍ଲା ବରସୋଲ ଥାନା ଅଞ୍ଚଳରେ ବୋଲି […]

ଦେଶ ବିଦେଶ

‘ନିର୍ବାଚନୀ ବଣ୍ଡ୍‌’କୁ ପ୍ରସଙ୍ଗ କରିବେ ବିରୋଧୀ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ୍‌ରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ଅଧିକ ଆୟ ପ୍ରସଙ୍ଗ ଆଗାମୀ ଲୋକସଭା ନିର୍ବାଚନରେ ବିରୋଧୀଙ୍କ ପାଇଁ ଏକ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ହେବାକୁ ଯାଉଛି। ୨୦୧୭ ମସିହାରେ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ପ୍ରଦାନ ପାଇଁ ଏଭଳି ବ୍ୟବସ୍ଥା ବିଜେପି ପ୍ରଚଳନ କରିଥିଲା ଏବଂ ଏହାକୁ ନିର୍ବାଚନୀ ଦାନ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ଏକ ସଂସ୍କାର ବୋଲି ଦର୍ଶାଇଥିଲା। ତେବେ ଏହି ଯୋଜନାର ସମାଲୋଚନା ସତ୍ତ୍ୱେ ସରକାର ଏହା ସପକ୍ଷରେ ଦୃଢୋକ୍ତି ପ୍ରକାଶ […]

ରାଜ୍ୟ

ସଦ୍‌ଗୁରୁ ଜାଗି ବାସୁଦେବଙ୍କ ମସ୍ତିଷ୍କରେ ଜରୁରୀ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଦିଲ୍ଲୀର ଏକ ହସ୍ପିଟାଲରେ ସଦ୍‌ଗୁରୁ ଜାଗି ବାସୁଦେବଙ୍କ ମସ୍ତିଷ୍କରେ ଜରୁରୀ ଅସ୍ତ୍ରୋପଚାର କରାଯାଇଛି। ମସ୍ତିସ୍କରେ ରକ୍ତସ୍ରାବ ହେବାରୁ ଅସ୍ତ୍ରୋପଚାର କରାଯାଇଛି ବୋଲି ସଦ୍‌ଗୁରୁଙ୍କ ‘ଈଶ’ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି। ‘ସେ ସୁସ୍ଥ ହେଉଛନ୍ତି ଏବଂ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି’ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। । ସଦ୍‌ଗୁରୁ ଟ୍ବିଟ୍‌କରି ପରିହାସରେ କହିଛନ୍ତି, ‘ଆପୋଲୋ ହସ୍ପିଟାଲର ନ୍ୟୁରୋ ସର୍ଜନମାନେ ମୋ ମୁଣ୍ଡକୁ କାଟି କିଛି ଖୋଜିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ କିଛି ପାଇଲେ ନାହିଁ…ଏହା […]

ରାଜ୍ୟ

ମୋଦୀଙ୍କୁ ପୁଟିନ, ଜେଲେନସ୍କିଙ୍କ ନିମନ୍ତ୍ରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରୁଷ୍‌ ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହୋଇ ଦୁଇଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଶାନ୍ତି ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଉଭୟ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜ ନିଜ ଦେଶକୁ ନିମନ୍ତ୍ରଣ କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ପୁଟିନଙ୍କ ସହ କଥା ହୋଇଛନ୍ତି ଏବଂ […]

ରାଜ୍ୟ

ନିର୍ବାଚନ କମିସନର ନିଯୁକ୍ତିରେ ପ୍ରଧାନ ବିଚାରପତିଙ୍କ ଆବଶ୍ୟକତା ନାହିଁ: କେନ୍ଦ୍ର

ନୂଆଦିଲ୍ଲୀ: ନିର୍ବାଚନ କମିସନରଙ୍କ ନିଯୁକ୍ତିକୁ ନେଇ ଦେଶରେ ଅଯଥା ବିବାଦ ସୃଷ୍ଟି କରିବାକୁ ଉଦ୍ୟମ ହେଉଛି ଏବଂ ଏଥିପାଇଁ ନିର୍ବାଚନ କମିସନରଙ୍କ ନିଯୁକ୍ତିକୁ କୋର୍ଟରେ ଚ୍ୟାଲେଂଜ କରାଯାଇଛି ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି। ସୁସ୍ଥ ଗାଣତାନ୍ତ୍ରିକ ପ୍ରକ୍ରିୟାରେ ହେଉଥିବା ନିରପେକ୍ଷ ନିଯୁକ୍ତିକୁ ବିବାଦୀୟ କରିବା ପାଇଁ କିଛି ଲୋକ କୋର୍ଟର ଆଶ୍ରୟ ନେଉଥିବାରୁ ଏଭଳି ଆବେଦନକୁ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ ବୋଲି ଦର୍ଶାଇ ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। […]