ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଏନ୍‌ସିଟିଇର ବିଏଡ୍ ଝଟକା: ୮ କଲେଜକୁ ମିଳିଲାନି ଅନୁମତି

ଭୁବନେଶ୍ବର : ବିଜ୍ଞପ୍ତିରେ କୁହାଗଲା ୨୮ ଶିକ୍ଷାନୁଷ୍ଠାନର ୨୬୫୦ ବିଏଡ୍‌ ଓ ବିଏଚ୍‌ଏଡ୍‌ ସିଟ୍‌ରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା କରାଯିବ। ତେଣୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ିଲା। ୧ ଲକ୍ଷ ୩ ହଜାର ୬୮୪ ଛାତ୍ରଛାତ୍ରୀ ଆବେଦନ କଲେ ଏବଂ ପରୀକ୍ଷା ଦେଲେ ୯୦ ହଜାର। ଆଶା କରାଯାଉଥିଲା ଯେ ଏବର୍ଷ ୨୬୫୦ ଛାତ୍ରଛାତ୍ରୀ ପଢ଼ିବାର ସୁଯୋଗ ପାଇବେ। ମାତ୍ର ସେଭଳି କିଛି ହେଲା ନାହିଁ। ଭିତ୍ତିଭୂମି ନ ଥିବାରୁ ନ୍ୟାସନାଲ କାଉନସିଲ୍‌ ଫର୍‌ ଟିଚର […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଜି ୨୦୨ ନୂଆ କରୋନା ସଂକ୍ରମିତ: ୪୫ ଜଣ ୧୮ ବର୍ଷରୁ କମ୍ ବୟସର

ଭୁବନେଶ୍ବର: ଆଜି ବି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ ଶହ ଉପରେ ରହିଛି। ଗତକାଲି ୨୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୪୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର […]

ଅପରାଧ ରାଜ୍ୟ

ବ୍ୟାଗ୍‌ରୁ ମିଳିଲା ନବଜାତର ମୃତଦେହ, ମେଡିକାଲ ପରିସରରେ ଦେଖି ପୋଲିସକୁ ଖବର ଦେଇଥିଲେ ଲୋକେ

ଭଦ୍ରକ ୨୩।୦୯ : ମେଡିକାଲ ପରିସରରୁ ନବଜାତ ଉଦ୍ଧାର । ଜନ୍ମ ପରେ ନବଜାତକୁ ବ୍ୟାଗ୍‌ରେ ଫିଙ୍ଗି ଦେଇଛନ୍ତି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା । ଖବର ଅନୁଯାୟୀ, ମେଡିକାଲ ପରିସରରେ ଥିବା ଶୌଚାଳୟ ନିକଟରେ ବାଇକ ପାର୍କିଂ ପାଇଁ ଯିବା ବେଳେ କେତେକ ଲୋକେ ଏକ ବ୍ୟାଗ ଦେଖିଥିଲେ । ଦୀର୍ଘ ସମୟ ପରେ ବ୍ୟାଗକୁ କେହିନନେବାରୁ ଲୋକେ ଖୋଲି ଦେଖିଥିଲେ । ବ୍ୟାଗ ଭିତରେ ଏକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଅଭିନେତା ବାବୁସାନ୍‌ ମହାନ୍ତି ଅସୁସ୍ଥ, ମେଡିକାଲରେ ଚାଲିଛି ଚିକିତ୍ସା

ଭୁବନେଶ୍ୱର ୨୩।୦୯: ଓଡ଼ିଆ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ତଥା ଲୋକପ୍ରିୟ ଅଭିନେତା ବାବୁସାନ୍‌ ମହାନ୍ତି ଅସୁସ୍ଥ । ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ବୁଧବାର ସନ୍ଧ୍ୟାରେ ସେ ଡାକ୍ତରଖାନା ବେଡ୍‌ରେ ଶୋଇଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି ‘ଦମନ’ର ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ । ସେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ତୁମ ବିନା ‘ଦମନ’ର ପ୍ରଚାର ଅସମ୍ପୂର୍ଣ୍ଣ । ପ୍ରାର୍ଥନା କରୁଛି, ରକେଟ୍‌ ବେଗରେ ସୁସ୍ଥ […]

ଅପରାଧ ରାଜ୍ୟ

ରେଶମ ସହରର ବିଭିନ୍ନ ଜୁଆ ଆଡ୍ଡାରେ ପୋଲିସ ରେଡ୍, ବିପୁଳ ପରିମାଣର ଟଙ୍କା ଜବତ

ବ୍ରହ୍ମପୁର ୨୩/୦୯: ପାର୍ବଣରେ ଅପରାଧୀଙ୍କୁ ଚେକ୍ ଦେବାକୁ ପୋଲିସର ଅଭିଯାନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପୋଲିସ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ବିଶେଷ କରି ଜୁଆ ଆଡ୍ଡା ଉପରେ ପୁଲିସ୍ ଏହି ଚଢାଉ କରିଛି । ଗୋପାଳପୁର ଥାନା ଅନ୍ତର୍ଗତ ଟାଟା କଲୋନୀ ଜୁଆ ଆଡ୍ଡା ଉପରେ ଚଢାଉ ହୋଇଥିଲା । ଏହି ଚଢାଉରେ ୩୬,୩୫୦ ଟଙ୍କା, ତିନୋଟି ମୋବାଇଲ୍ ଫୋନ୍, ଦୁଇଟି ମୋଟରସାଇକେଲ ଜବତ କରାଯାଇଛି । ଘଟଣାରେ […]

ଅପରାଧ ରାଜ୍ୟ

ବାଇକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର

ରାଜକନିକା: ଗତକାଲି ରାତି ୧୧ ଟା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଶିହପଡ଼ା ରାସ୍ତାରେ ତିନିଜଣ ଯୁବକ ନିଜ ନିଜ ଘରକୁ ଏକ ବାଇକରେ ଫେରୁଥିବା ସମୟରେ ଅଘଟଣ ଘଟିଲା। ପେଗରପଡ଼ା ପୋଲ ନିକଟରେ ଉକ୍ତ ବାଇକଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ପଡ଼ିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ତିନିଜଣଙ୍କୁ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ବାଇକ ଦୁର୍ଘଟଣାରେ ଆହତ ହୋଇଥିବା ପେଗରପଡ଼ା ଗାଁର କିଶୋର ପଣ୍ଡାଙ୍କ ଏକମାତ୍ର ପୁଅ କୌଶିକ […]

ଅପରାଧ ରାଜ୍ୟ

ଅଜଣା ଗାଡି ଧକ୍କାରେ ଦୁଇ ମୃତ, ବାଇକରେ ଘରକୁ ଫେରୁଥିବାବେଳେ ଦୁର୍ଘଟଣା

ପଟ୍ଟାମୁଣ୍ଡାଇ୨୩/୦୯: ଅଜଣା ଗାଡି ଧକ୍କାରେ ଦୁଇ ମୃତ ଜଣେ ଗୁରୁତର । ରାଜକନିକା ପେଗର ପଡା ଚଡେଇଖିଆ ନାଳ ପାଖରେ ଅଘଟଣ । ତିନି ଜଣ ସାଙ୍ଗ ଗୋଟିଏ ବାଇକ ନିଜ ଘରକୁ ଫେରିବା ସମୟରେ ଅଘଟଣ । କେହି ଅଜଣା ଗାଡି ପିଟି ଚାଲି ଯାଇଥିବା ସନ୍ଦେହ । ମୃତକ ହେଲେ ପେଗରପଡ଼ା ଗାଁର ଦୋଳ ଗୋବିନ୍ଦ ସାହୁ କୌଶିକ ପଣ୍ଡା । ସେହିଭଳି ଗୁରୁତର ହେଲେ ଗୁରିଆ ସାହୁ । ଚିକିତ୍ସା ପାଇଁ ସେ […]

ଅପରାଧ ରାଜ୍ୟ

ସାଇବର୍ ଠକେଇ: ୧୦୦ କୋଟି ଠକେଇ ପଛରେ ବ୍ୟାଙ୍କ୍ ପିଅନ; ଓଡ଼ିଶାରୁ ଖାଇଛନ୍ତି ଦେଢ଼ କୋଟି

କଟକ: ଦେଶରେ ପାଖାପାଖି ୧୦୦ କୋଟିରୁ ଅଧିକ ଟଙ୍କାର ସାଇବର୍ ଠକେଇ ପଛରେ ଜଣେ ବ୍ୟାଙ୍କ ପିଅନର ସମ୍ପୃକ୍ତି ଥିବା ଘଟଣା ଚକିତ କରିଛି। ବିହାର ଭୋଜପୁର ଜିଲ୍ଲାରେ ଏକ ଉପାନ୍ତ ଅଞ୍ଚଳରେ ଥିବା ବ୍ୟାଙ୍କ ଅଫ୍ ବରୋଦା ଶାଖାରେ କାର୍ଯ୍ୟରତ ପିଅନ ବିକାଶ ସିଂହ (୩୦)କୁ କଟକ କମିସନରେଟ୍ ପୁଲିସର ସାଇବର୍ ଥାନା ପୁଲିସ ରିମାଣ୍ଡରେ ଆଣିବା ପରେ ଏଭଳି ତଥ୍ୟ ହସ୍ତଗତ ହୋଇଛି। କେବଳ ଓଡ଼ିଶାରୁ କଟକ ସମେତ ଜଗତସିଂହପୁର ଓ ସୁବର୍ଣ୍ଣପୁର ଜିଲ୍ଲାରୁ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

କୁବେର ଅତିରିକ୍ତ ତହସିଲଦାର, ଭିଜିଲାନ୍ସ ପାଇଛି ୫ କୋଟିରୁ ଅଧିକ ସମ୍ପତ୍ତିର ଠିକଣା

ସୁନ୍ଦରଗଡ଼ ୨୩।୦୯: କୁବେର ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ୫ କୋଟି ୨ ଲକ୍ଷ ୬୦ ହଜାର ଟଙ୍କାର ସଂପତ୍ତିର ଠିକଣା ପାଇଛି ଭିଜିଲାନ୍ସ। ଏଥିସହ କୁଳମଣି ପଟେଲଙ୍କୁ ଗିରଫ କରାଯାଇଛି। ଅତିରିକ୍ତ ତହସିଲଦାର ବାବୁ ଏତେ ଖାଇଛନ୍ତି ଯେ, ସଂପତ୍ତି ତାଲିକା ପ୍ରସ୍ତୁତ କରିବାକୁ ଭିଜିଲାନ୍ସକୁ ଲାଗିଥିଲା ୩୦ ଘଣ୍ଟାରୁ ଅଧିକ ସମୟ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଟାଙ୍ଗରପାଲି ତହସିଲ୍ ର ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ବୁଧବାର ଭିଜିଲାନ୍ସ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଏଣିକି ଓଡ଼ିଆ ଭାଷାରେ ଓଏଏସ୍‌ ପରୀକ୍ଷା

ଭୁବନେଶ୍ବର : ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ ଇଂରାଜୀ ଭାଷା ବାଧକ ସାଜିବ ନାହିଁ। ଏଣିକି ଓଡ଼ିଆରେ ପ୍ରସ୍ତୁତ ହେବ ଓଏଏସ ପ୍ରଶ୍ନପତ୍ର। ଓଡ଼ିଆ ଭାଷାରେ ଉତ୍ତର ଲେଖିପାରିବେ ପରୀକ୍ଷାର୍ଥୀ। ୨୦୧୭ରେ ଇଂରାଜୀରେ ପ୍ରଶ୍ନପତ୍ର ଆସୁଥିବା ବେଳେ ଓଡ଼ିଆ ଭାଷାରେ ଉତ୍ତର ଲେଖିବାକୁ ଅନୁମତି ଦିଆଯାଇଥିଲା। ମାତ୍ର ସଚେତନତା ଅଭାବରୁ ଅନେକ ପରୀକ୍ଷାର୍ଥୀ ଏନେଇ ଅବଗତ ହୋଇପାରି ନଥିଲେ। ଉତ୍ତର ବି ଲେଖି ନ ଥିଲେ। ‌ତେଣୁ ଏବେ ପୁଣିଥରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଆ ଭାଷାରେ […]