ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକ ବାଲିଯାତ୍ରା ଉଦ୍‌ଯାପିତ

କଟକ : ବାଲିଯାତ୍ରାର ଇତିହାସ ଓ ପରମ୍ପରା ଅତି ପ୍ରାଚୀନ ଓ ଗୌରବମୟ। ଏଥିରୁ ପ୍ରେରଣା ସଂଗ୍ରହ କରି ଉଜ୍ଜ୍ବଳ ଭବିଷ୍ୟତ ଗଠନର ସଂକଳ୍ପ ‌ନେବା ଉଚିତ। ବାଲିଯାତ୍ରା ସଂସ୍କୃତି ଓ ପ୍ରଗତିର ମିଳନସ୍ଥଳ। ଏହା ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ। ମଣିଷ ସମୁଦ୍ରକୁ ଡରୁଥିବା ବେଳେ ଉତ୍କଳବାସୀ ସମୁଦ୍ରକୁ ଅଧିକାର କରିଥିଲେ। ଏଥିପାଇଁ ଓଡ଼ିଶାବାସୀ କଳିଙ୍ଗା ସାହାସିକା ଭାବେ ପରିଚିତ ‌ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଗଲା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାକୁ ମିଳୁନାହାନ୍ତି ‘ନି-କ୍ଷୟ ମିତ୍ର’

ଭୁବନେଶ୍ବର : ଯକ୍ଷ୍ମା ରୋଗୀମାନଙ୍କୁ ଗୋଷ୍ଠୀସ୍ତରରେ ସହାୟତା ଯୋଗାଇଦେବା ଲାଗି କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଡିଜିଟାଲ ପ୍ଲାଟଫର୍ମ ନି-କ୍ଷୟ। ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ(ଏନ୍‌ଟିଇପି) ଅଧୀନରେ ଏହା କାର୍ଯ୍ୟ କରୁଥିବା ବେଳେ ‘ନି-କ୍ଷୟ ମିତ୍ର’ ପଞ୍ଜୀକରଣରେ ଓଡ଼ିଶାରେ ସେତେଟା ଉତ୍ସାହ ଦେଖିବାକୁ ମିଳୁନାହିଁ। କର୍ପୋରେଟ୍ ସଂସ୍ଥା କି ରାଜନୈତିକ ବ୍ୟକ୍ତିବିଶେଷ ଏଥିପାଇଁ ନିଜଆଡ଼ୁ ଆଗ୍ରହ ଦେଖାଉ ନାହାନ୍ତି। ଗତ ଅକ୍ଟୋବର ୧୫ତାରିଖ ସୁଦ୍ଧା ରାଜ୍ୟରେ ୬୯ଜଣ ସଂସ୍ଥା/ବ୍ୟକ୍ତି ଯକ୍ଷ୍ମା ରୋଗୀଙ୍କୁ ସହାୟତା ଯୋଗାଇଦେବା ଲାଗି ପଞ୍ଜୀକରଣ […]

ଅପରାଧ ରାଜ୍ୟ

ବେଆଇନ ଅଳଙ୍କାର ଚାଲାଣ ବେଳେ ମୋହନା ପୋଲିସକୁ ସଫଳତା, ଯାଞ୍ଚ କରିବାରୁ ଗାଡିରୁ ମିଳିଲା ଅଳଙ୍କାର

ମୋହନା ୧୮/୧୧: ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ନାକା ପଏଣ୍ଟରେ ପୋଲିସର ତନଖି ବେଳେ ସ୍କର୍ପିଓ ଗାଡିରୁ ଜବତ ହେଲା ୧୮୭ ଗ୍ରାମ ସୁନା , ୨କେଜି ୭୦୦ ଗ୍ରାମ ରୁପା । ଗାଡି ଡ୍ରାଇଭର ସହ ଜଣକୁ ଥାନାରେ ଅଟକ ରଖିଛି ତଦନ୍ତ ଚଳାଇଛି ମୋହନା ପୋଲିସ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଶିବାନି ଜୁଏଲର୍ସରୁ ଉକ୍ତ ସୁନା ,ରୁପା ମୁନିଗୁଡାକୁ ବେଆଇନ ଭାବେ ଚାଲାଣ ହେଉଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଗ୍ନିବୀର ବାୟୁ ନିଯୁକ୍ତିରେ ମହିଳାଙ୍କୁ ସୁଯୋଗ

ଭୁବନେଶ୍ବର : ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ପରୀକ୍ଷା ୨୦୨୩ ଜାନୁଆରି ୧୮ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏଥିରେ ମହିଳାମାନଙ୍କୁ ସୁଯୋଗ ଦିଆଯାଇଛି। ଅନ୍‌ଲାଇନ୍‌ରେ ପଞ୍ଜୀକରଣ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ୱେବ୍‌ସାଇଟ୍‌ରେ ଲଗ୍‌ଇନ୍ କରି ପ୍ରାର୍ଥୀମାନେ ପଞ୍ଜୀକରଣ କରିପାରିବେ। ଏହି ସୁବିଧା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୦୦୨ ଜୁନ୍‌ ୨୭ରୁ ୨୦୦୫ ଡିସେମ୍ବର ୨୭ ତାରିଖ ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ପ୍ରାର୍ଥୀମାନେ ଏଥିରେ ଭାଗ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ଓ୍ବେରେ ଭୟଙ୍କର ଦୁର୍ଘଟଣା, ୫ଜଣଙ୍କ ମୃତ୍ୟୁ, ୩ଜଣ ଗୁରୁତର

ମୁମ୍ବାଇ: ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ହାଇଓ୍ବେରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ୩ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁଇଟି କାର୍ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଏହି ସଡ଼କ ଦୁର୍ଘଟଣା ଶୁକ୍ରବାର ଭୋରୁ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ହାଇଓ୍ବେର ଖୋପୋଲି ନିକଟରେ ଘଟିଛି । ଗୋଟିଏ କାର୍ ଅନ୍ୟ ଏକ କାରକୁ ପଛପଟୁ ଧକ୍କା ଦେବା ଯୋଗୁ ଦୁର୍ଘଟଣା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଲତା ମଙ୍ଗେଶକର ଗୀତରେ ପାକିସ୍ତାନୀ ଯୁବତୀ କଲେ ଡ୍ୟାନ୍ସ, ଭାବୁକ ହେଲେ ଫ୍ୟାନ୍ସ

ମୁମ୍ଵାଇ ୧୮।୧୧: ଭାରତ ଏବଂ ପାକିସ୍ତାନ। ଦୁଇ ଦେଶ ମଧ୍ୟରେ ସବୁବେଳେ ତିକ୍ତତା ରହିଆସିଛି। କିନ୍ତୁ ଉଭୟ ଦେଶକୁ ସଙ୍ଗୀତ ସବୁବେଳେ ପରସ୍ପରକୁ ଯୋଡି ରଖିଛି। ଉଭୟ ଦେଶର ଲୋକମାନେ ସର୍ବଦା ପରସ୍ପରର ସଙ୍ଗୀତକୁ ଉପଭୋଗ କରି କଳାକାରମାନଙ୍କୁ ପ୍ରଶଂସା କରନ୍ତି। କିଛି ମାସ ପୂର୍ବେ କୋକ୍ ଷ୍ଟୁଡିଓର ଗୀତ ‘ପାସୁରୀ’ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଥିଲା ​​। ଯାହାକୁ ଦେଖିବ ସେହି ଗୀତରେ ରିଲ୍‌ସ୍‌ କରି ସୋସିଆଲ୍‌ ମିଡିଆରେ ଅପଲୋଡ୍‌ କରୁଥିଲେ। ହେଲେ ବର୍ତ୍ତମାନ ଜଣେ […]

ଅପରାଧ ରାଜ୍ୟ

ରାଗିଂ ମାମଲାରେ କଡ଼ା ପଦକ୍ଷେପ: କଲେଜରୁ ବିତାଡ଼ିତ ହେବେ ସବୁ ଅଭିଯୁକ୍ତ

ବ୍ରହ୍ମପୁର : ସ୍ଥାନୀୟ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ନବାଗତା ଛାତ୍ରୀଙ୍କୁ ରାଗିଂ କରି ଭିଡିଓ ଭାଇରାଲ୍‌ କରିବା ମାମଲାରେ ବ୍ରହ୍ମପୁର ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ୨ ନାବାଳକ ଅଭିଯୁକ୍ତଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ଼(ଜେଜେବି)ରେ ହାଜର କରାଯାଇଥିଲା। ପରେ ଉଭୟ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଅଭି‌ଷେକ ନାହାକ(୨୪), ଶ୍ରୀଧର ନାହାକ (୨୧), ଆଦିତ୍ୟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାକାଶରେ ବିକ୍ରମ-ଏସ୍ ଦେଖାଇବ ବିରାଟ ରୂପ, ୧୧.୩୦ମିନିଟ୍‌ରେ ଶ୍ରୀହରିକୋଟରୁ ଲଞ୍ଚ୍

ନୂଆଦିଲ୍ଲୀ: ମହାକାଶରେ ଭାରତର ଆଧିପତ୍ୟ ବିସ୍ତାର । ସ୍ପେସ୍ ସାଇନ୍ସରେ ଆଉ ପାଦେ ଆଗକୁ ବଢିଲା ଭାରତ । ଶୁକ୍ରବାର ଦେଶର ପ୍ରଥମ ବେସରକାରୀ କମ୍ପାନୀ ଦ୍ବାରା ନିର୍ମିତ ରକେଟ୍‌ର ଉତ୍‌କ୍ଷେପଣ ହେବ । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସତିଶ୍ ଧବନ ଲଞ୍ଚ୍ ପ୍ୟାଡରୁ ବିକ୍ରିମ-ଏସ୍‌କୁ ଲଞ୍ଚ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶୁକ୍ରବାର ୧୧.୩୦ ମିନିଟରେ ବିକ୍ରିମ-ଏସ୍‌କୁ ଲଞ୍ଚ କରାଯିବ । ୪ବର୍ଷ ପୁରୁଣା ବିକ୍ରିମ-ଏସ୍‌କୁ ପ୍ରଥର ଥର ଉତ୍‌କ୍ଷେପଣ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୧୯ ବର୍ଷ ପରେ ଜେଲରୁ ମୁକୁଳିବେ ଅଭିଯୁକ୍ତ

କଟକ : ଆଜୀବନ କାରାଦଣ୍ଡ ଭୋଗ କରୁଥିବା ଜଣେ ବ୍ୟକ୍ତି ୧୯ ବର୍ଷପରେ ଜେଲରୁ ମୁକୁଳିବାକୁ ଯାଉଛନ୍ତି। ପତ୍ନୀଙ୍କୁ ହତ୍ୟା ଅଭିଯୋଗ ମାମଲାରେ ନିମ୍ନ ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ସନ୍ତୋଷ କୁମାର ନାୟକ ଆଜୀବନ ସଶ୍ରମ କାରାଦଣ୍ଡ ଭୋଗ କରୁଥିଲେ। ୨୦୦୫, ଫେବ୍ରୁଆରି ୧୯ରେ ସନ୍ତୋଷଙ୍କୁ ପତ୍ନୀଙ୍କ ହତ୍ୟା ମାମଲାରେ କେନ୍ଦୁଝର ଆଡ୍‌-ହକ୍ ଅତିରିକ୍ତ ଦୌରା ଜଜ୍ (ଫାଷ୍ଟ ଟ୍ରାକ୍) ଅଦାଲତ ଆଇପିସିର ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇସ୍ରାଏଲ ଗାଜାପଟ୍ଟିରେ ଭୟାବହ ଅଗ୍ନିକାଣ୍ଡ, ଶରଣାର୍ଥୀ ଶିବିରରେ ନିଆଁ ଲାଗି ୨୧ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଇସ୍ରାଏଲର ଗାଜାପଟ୍ଟିରେ ଭୟଙ୍କର ଅଗ୍ନିକାଣ୍ଡ । ଶରଣାର୍ଥୀ ଶିବିରରେ ନିଆଁ ଲାଗିବା ଯୋଗୁ ୨୧ଜଣଙ୍କ ମୃତ୍ୟୁ ହୋଇଛି । ଗୁରବାର ରାତିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ସ୍ଥାନୀୟ ପ୍ରଶାସନ ଓ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ଏଥିରେ ଚାରି ମହଲା ବିଶିଷ୍ଟ କୋଠା ସମ୍ପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି । ସମାଚାର ଏଜେନ୍ସି ରାଇଟର୍ସ ଅନୁଯାୟୀ, ଏହି ଭୟାବହ ଅଗ୍ନିକାଣ୍ଡ ଇସ୍ରାଏଲର ଗାଜାପଟ୍ଟି ଜନବସତି ଅଞ୍ଚଳରେ ଥିବା ଶରଣାର୍ଥୀ ଶିବିରରେ […]