ଦେଶ ବିଦେଶ ମନୋରଞ୍ଜନ

ଏହି OTTରେ ରିଲିଜ୍‌ ହେଲା ‘କାନ୍ତାରା’, ଏବେ ବି ବକ୍ସଅଫିସ୍‌ରେ ଭାଙ୍ଗୁଛି ରେକର୍ଡ

ମୁମ୍ଵାଇ ୨୪।୧୧: ଋଷିଭ ଶେଟ୍ଟୀଙ୍କ ନିର୍ଦ୍ଦେଶିତ କାନ୍ତାରା ବକ୍ସ ଅଫିସରେ ଧମାଲ କରୁଛି। କନ୍ନଡ ଭାଷାରେ ନିର୍ମିତ ଏହି ଚଳଚ୍ଚିତ୍ର ଏହାର ଡବଡ୍ ଭର୍ସନ ସହିତ ବିଶ୍ୱବ୍ୟାପୀରେ ବି ବହୁତ ଭଲ ବ୍ୟବସାୟ କଲାଣି। ‘କାନ୍ତାରା’ର OTT ରିଲିଜ୍ ପାଇଁ ଦର୍ଶକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ । ବର୍ତ୍ତମାନ ଏହା ନିଶ୍ଚିତ ହୋଇସାରିଛି । ଏହି ଚଳଚ୍ଚିତ୍ର ଡିଜିଟାଲ ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଛି। ଦେଶ ବିଦେଶରେ ଫିଲ୍ମ କାନ୍ତାରା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

TATA ର ହେବ ୩୦ ବର୍ଷ ପୁରୁଣା Bisleri, ୭୦୦୦ କୋଟିରେ ହେବ ଡିଲ୍

ନୂଆଦିଲ୍ଲୀ, ୨୪/୧୧: ଭାରତର ପ୍ରୁମଖ ପ୍ୟାକେଜ୍ ଓ୍ବାଟର କମ୍ପନୀ ବିସଲେରିକୁ କିଣିବ ଟାଟା। ଟାଟା କନଜ୍ୟୁମର ପ୍ରୋଡକ୍ଟସ ଲିମିଟେଡ(ଟିସିପିଏଲ) ପ୍ରାୟ ୬୦୦୦-୭୦୦୦ କୋଟିରେ ଏହାକୁ କିଣିବାକୁ ଯାଉଛି। ତେବେ ଟାଟା ବିସଲେରିକୁ କିଣିବା ପରେ ଆଗାମୀ ଦୁଇ ବର୍ଷ ଯାଏଁ ବର୍ତ୍ତମାନର ମ୍ୟାନେଜମେଣ୍ଟ କାମ କରିବ। ବିସଲେରୀ ଭାରର ସବୁଠୁ ବଡ଼ ପ୍ୟାକେଜ୍ ଓ୍ବାଟର କମ୍ପାନୀ ଅଟେ। ଟାଟାର ହେବ ବିସଲେରି। ଥମ୍ପସ ଅପ୍‌, ଗୋଲ୍ଡ ସ୍ପଟ ଲିମକାକୁ କୋକା-କୋଲାକୁ ବିକିବାର ପ୍ରାୟ ତିନି ଦଶନ୍ଧି ପରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇପିଏଫଓ ଉପରେ କେନ୍ଦ୍ର ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି, କର୍ମଚାରୀଙ୍କ ହେବ ଅଧିକ ସଞ୍ଚୟ

ନୂଆଦିଲ୍ଲୀ, ୨୪/୧୧: ଇପିଏଫଓ ଉପରେ ନେଇପାରନ୍ତି ବଡ଼ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ଖୁବଶୀଘ୍ର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ର ରିଟାୟାରମେଣ୍ଟ ସେଭିଙ୍ଗ ସ୍କିମ୍ ପାଇଁ ବେତନ ସୀମାରେ ପରିବର୍ତ୍ତନ କରିପାରନ୍ତି। ଏହାଦ୍ବାରା କର୍ମଚାରୀ ଏବଂ କମ୍ପାନୀ ଉଭୟଙ୍କ ଯୋଗଦାନରେ ବୃଦ୍ଧି ହେବ। ଯାହଦ୍ବାରା କର୍ମଚାରୀ ଅବସର ପାଇଁ ଅଧିକ ସଞ୍ଚୟ କରିବାରେ ସହଯୋଗ ହେବ। ଏହି ବୃଦ୍ଧିରେ ଇପିଏଫଓ ସାମାଜିକ ସୁରକ୍ଷା କଭର ଅନୁଯାୟୀ ଅଧିକ କର୍ମଚାରୀ ସାମିଲ ହୋଇପାରିବେ। […]

ରାଜନୀତି ରାଜ୍ୟ

ଅଧିବେଶନର ପ୍ରଥମ ଦିନରେ ଭାବବିହ୍ୱଳ ହେଲେ ଧାମନଗର ବିଧାୟକ, କହିଲେ ମୁଁ ଗର୍ବୀତ

ଭୁବନେଶ୍ୱର ୨୪/୧୧: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳିନ ଅଧିବେଶନ । ଧାମନଗର ଉପନିର୍ବାଚନରେ ବିଜୟ ପରେ ଆଜି ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ । ତେବେ ପ୍ରଥମ ଦିନରେ ଟିକିଏ ଭାବବିହ୍ୱଳ ହୋଇପଡିଥିଲେ ସୂରଜ । ସେ କହିଥିଲେ ପ୍ରଥମ ଦିନ ହୋଇଥିବାରୁ ଏହା ମୋ ପାଇଁ ସ୍ମରଣୀୟ ଦିନ । ଦିବଙ୍ଗତ ସଦସ୍ୟଙ୍କୁ ଗୃହରେ ଶୋକ ପ୍ରସ୍ତାବ ଆଗତ ହେଉଥିବା ବେଳେ ତନ୍ମ ମଧ୍ୟରେ ମୋ ପିତା ସ୍ୱର୍ଗତଃ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଇଡି କରୁଛି ଖୋଳତାଡ଼, ଅର୍ଚ୍ଚନା ନାଗ ମାମଲାରେ ଆଗକୁ କାହା ପାଳି ?

ଭୁବନେଶ୍ୱର ୨୪।୧୧ : ଖୋଲୁଛି ନାଗ ପେଡି । ଫଶୁଛନ୍ତି ବଡ଼ ବଡ଼ ଚେହେରା । ଫିଲ୍ମ ପ୍ରଯୋଜକ, କାର୍‌ ସୋରୁମ୍‌ ମାଲିକ, ସହଯୋଗୀଙ୍କୁ ଜେରା ସରିଲାଣି । ଏବେ ଆଗକୁ କାହା ପାଳି ? ରାଜନେତା ନା ବ୍ୟବସାୟୀ ନା ଓକିଲ ନା ଆଉ କିଏ । ତାହା ଦେଖିବାକୁ ବାକି ରହିଲା । ଖବର ଅନୁଯାୟୀ, ଝାରପଡ଼ା ଜେଲ୍‌ରେ ଅଛନ୍ତି ଅର୍ଚ୍ଚନା ନାଗ । ବାହାରେ ଇଡି କରୁଛି ଖୋଳତାଡ଼ । ଯେବେଠୁ ଅର୍ଚ୍ଚନା […]

ଅପରାଧ ଦେଶ ବିଦେଶ

ଅଫତାବ୍ ମୋ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଦେବ, ଭାଇରାଲ ହେଉଛି ଶ୍ରଦ୍ଧା ଓ୍ୱାକରଙ୍କ ୨୦୨୦ର ଚିଠି

ନୂଆଦିଲ୍ଲୀ ୨୪/୧୧: ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକରଙ୍କ ହତ୍ୟାକାଣ୍ଡ ମାମଲାରେ ବୁଧବାର ନୂଆ ଖୁଲାସା ହୋଇଛି । ଲିଭ୍‌-ଇନ୍‌ ପାର୍ଟନର ଅଫ୍‌ତାବ ଅମିନ୍‌ ପୁନାୱାଲାର ହିଂସାତ୍ମକ ବ୍ୟବହାର ସଂପର୍କରେ ଶ୍ରଦ୍ଧା ୨ ବର୍ଷ ପୂର୍ବରୁ ମୁମ୍ବାଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଅଫ୍‌ତାବ ତାଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟିପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ । ମହାରାଷ୍ଟ୍ର ପୁଲିସ ଅନୁସାରେ, ୨୦୨୦ ନଭେମ୍ବର ୨୩ରେ ମୁମ୍ବାଇର ତୁଲିଞ୍ଜ ପୁଲିସକୁ ଶ୍ରଦ୍ଧା ଏକ ଚିଠି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମେଘାଳୟରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୪

ନୂଆଦିଲ୍ଲୀ, ୨୪/୧୧: ମେଘାଳୟର ତୁରାରେ ଗୁରୁବାର ସକାଳେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ସକାଳ ୩:୪୬ ସମୟରେ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ଥିଲା। ଭୂମିକମ୍ପର ଗଭୀରତା ୫ କିମି ରହିଥିଲା। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଏହି ଭୂମିକମ୍ପ ତୁରା ଠାରୁ ୩୭ କିମି ଦୂର ଉତ୍ତର-ପୂର୍ବରେ ହୋଇଥିଲା। ଏହା ପୂର୍ବରୁ ୨୩ ନଭେମ୍ବରରେ ମହାରାଷ୍ଟ୍ରର ନାସିକରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ୪.୪ ସମୟରେ ଆସିଥିଲା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏଣିକି ସହଜ ହେବ ଟ୍ୟାକ୍ସ ମାମଲାର ଶୁଣାଣି

ନୂଆଦିଲ୍ଳୀ, ୨୪/୧୧: କରଦାତାଙ୍କ ସଂଖ୍ୟା ବଢ଼ାଇବା ପାଇଁ ସରକାର ଲଗାତାର ପ୍ରୟାସ କରୁଛନ୍ତି। ଅଧିକରୁ ଅଧିକ ଲୋକଙ୍କୁ କର ଅଧୀନକୁ ଆଣିବା ପାଇଁ ପ୍ରୟାସ ଜାରି ରହିଛି। କିନ୍ତୁ ବର୍ତ୍ତମାନ ଦେଶରେ ଯେଉଁ ଟ୍ୟାକ୍ସ ମାମଲା ବାକି ରହିଛି ତାହା ସରକାରଙ୍କ ସହ କୋର୍ଟ ପାଇଁ ଅସୁବିଧାର କାରଣ ହୋଇରହିଛି। ଏହି ସମସ୍ୟାକୁ ଧ୍ୟାନରେ ରଖି ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସପ୍ତାହରୁ କେବଳ ଟ୍ୟାକ୍ସ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଏକ ସ୍ବତନ୍ତ୍ର […]

ଦେଶ ବିଦେଶ ରାଜନୀତି

ଭାରତ ଜୋଡ଼ୋ ଯାତ୍ରାରେ ପହଞ୍ଚିଲେ ପ୍ରିୟଙ୍କା ଗାନ୍ଧୀ, ରାହୁଲଙ୍କ ସହ ଏକାଠି ଚାଲିଲେ ଭିଣୋଇ ରବର୍ଟ ଭଦ୍ରା

ନୂଆଦିଲ୍ଳୀ, ୨୪/୧୧: ଭାରତ ଜୋଡ଼ୋ ଯାତ୍ରାରେ ପ୍ରିୟଙ୍କା ଗାନ୍ଧୀ ପତି ରବର୍ଟ ଭଦ୍ରାଙ୍କ ସହ ପହଞ୍ଚିଛନ୍ତି। ମଧ୍ୟପ୍ରଦେଶର ଖଣ୍ଡବାରେ ରାହୁଲ ଗାନ୍ଧୀଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏବଂ ଭିଣୋଇ ରବର୍ଟ ଭଦ୍ରା ଯୋଗ ଦେଇଛନ୍ତି। ରାହୁଲଙ୍କ ସହ ଉଭୟ କଦମତାଲ କରୁଥିବାର ନଜର ଆସିଛନ୍ତି। ଏହି ସମୟରେ ପ୍ରିୟଙ୍କା ଏବଂ ରବର୍ଟ ଭଦ୍ରାଙ୍କ ପଛରେ ତାଙ୍କ ପୁଅ ରେହାନ ମଧ୍ୟ ନଜର ଆସିଥିଲେ। କଂଗ୍ରେସର ଭାରତ ଜୋଡ଼ୋ ଯାତ୍ରା ବୁଧବାର ମଧ୍ୟପ୍ରଦେଶରେ ପ୍ରବେଶ କରିଛି। ୩୫୭୦ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାକିସ୍ତାନ ସେନାର ନୂଆ ‘BOSS’, ବାଜଓ୍ୱାଙ୍କ ସ୍ଥାନ ନେବେ ମୁନିର

ନୂଆଦିଲ୍ଲୀ ୨୪।୧୧: ବାଜଓ୍ୱାଙ୍କ ସ୍ଥାନ ନେବେ ମୁନିର । ପାକିସ୍ତାନର ସେନା ମୁଖ୍ୟ ଜେନେରାଲ୍‌ ବାଜଓ୍ୱାଙ୍କ ସ୍ଥାନ ନେବେ ଜେନେରାଲ ଅସୀମ୍‌ ମୁନିର୍‌ । ପାକିସ୍ତାନ ସେନାର ସାଜିବେ ନୂଆ କମାଣ୍ଡର । ଏନେଇ ପ୍ରଧାନମନ୍ତ୍ରୀ ଶହବାଜ୍‌ ସରିଫ୍‌ ଘୋଷଣା କରିଛନ୍ତି । ତେବେ ପାକିସ୍ତାନର ସେନା ମୁଖ୍ୟ ରେସ୍‌ରେ ଅନେକ ନାମ ସାମିଲ ଥିଲା । କିନ୍ତୁ ପାକିସ୍ତାନ ସରକାରୀ ଜେନେରାଲ୍‌ ମୁନିରଙ୍କୁ ଏହି ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଛି । ଏହାପୂର୍ବରୁ ମୁନିର ପାକିସ୍ତାନର […]