ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୂର୍ବତନ ପୋପ୍‌ ବେନେଡିକ୍ଟଙ୍କ ପରଲୋକ

ଭାଟିକାନ ସିଟି : ପୂର୍ବତନ ପୋପ୍‌ ବେନେଡିକ୍ଟ ଷୋଡ଼ଶଙ୍କର ଶନିବାର ଦିନ ୯୫ ବର୍ଷ ବୟସରେ ପରଲୋକ ଘଟିଛି। ୨୦୦୫ରୁ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ଥିବା ବେନେଡିକ୍ଟ ୨୦୧୩ରେ ଇସ୍ତଫା ଦେଇଥିଲେ। ଭାଟିକାନ ମୁଖପାତ୍ର ମାଟେଓ ବ୍ରୁନି ଆଜି ଏକ ବିବୃତି ଜାରି କରି ପୋପ୍‌ ଏମରେିଟସ ବେନେଡିକ୍ଟ ଷୋଡ଼ଶଙ୍କର ମୃତ୍ୟୁ ଖବର ଘୋଷଣା କରିଛନ୍ତି। ବେନେଡିକ୍ଟ ଗୁରୁତର ଅସୁସ୍ଥ ଥିବା ନେଇ ପୋପ୍‌ ଫ୍ରାନସିସ୍‌ ଡିସେମ୍ବର ୨୮ ତାରିଖରେ ଘୋଷଣା କରିଥିଲେ। ଏହାପରେ ଆଜି ତାଙ୍କର […]

ଅପରାଧ ଦେଶ ବିଦେଶ

ବସ ଡ୍ରାଇଭରଙ୍କୁ ହୃଦ୍‌ଘାତ, ଏସ୍‌ୟୁଭି ସହ ଧକ୍କା; ୯ ମୃତ, ୩୨ ଆହତ

ନୂଆଦିଲ୍ଲୀ : ଗୁଜରାଟର ନବସାରୀରେ ଶନିବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ଏବଂ ଏସ୍‌ୟୁଭି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୨ ଜଣ ଆହତ ହୋଇଛନ୍ତି। ‌ଭୋର୍‌ ପ୍ର‌ାୟ ୩.୨୦ ସମୟରେ ଭେସ୍‌ମା ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଛି। ବସ୍‌ଟି ଭଲସାଦ ଅଭିମୁଖେ ଯାତ୍ରା କରୁଥିବା‌ ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଏସ୍‌ୟୁଭି କାର୍‌ (ଟୟୋଟା ଫର୍ଚୁନର) ବସ୍‌ରେ ପିଟି ହୋଇଯାଇଥିଲା। ଫଳରେ ୯ ଜଣଙ୍କ ମୃତ୍ୟୁ […]

ଦେଶ ବିଦେଶ ରାଜନୀତି

କ’ଣ କରିଛନ୍ତି ଜାତିର ନୂଆ ଜନକ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି କହିଲେ ନୀତୀଶ କୁମାର

ନୂଆଦିଲ୍ଲୀ: ଜାତି ପାଇଁ ନୂଆ ଭାରତର ନୂଆ ଜନକ କ’ଣ କରିଛନ୍ତି ପଚାରି ଶନିବାର ଦିନ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଅମୃତା ଫଡ଼ନବୀସଙ୍କ ‘ନବ ଭାରତର ଜାତିର ଜନକ’ ଉକ୍ତିକୁ ଉଦ୍ଦେଶ୍ୟ କରି ନୀତୀଶ କୁମାର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କ ପତ୍ନୀ ଡିସେମ୍ବର ୨୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନବ ଭାରତର ଜାତିର ଜନକ ବୋଲି କହିଥିଲେ। ସେ […]

ଦେଶ ବିଦେଶ ରାଜନୀତି

ଦେଶବାସୀଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସମସ୍ତଙ୍କ ସୁଖ ଓ ସଫଳତା କାମନା କରି ଆଜି ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମ‌ୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟର୍‌ରେ ନବ ବର୍ଷର ଶୁଭେଚ୍ଛା ବାର୍ତ୍ତାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି: ସମସ୍ତଙ୍କ ପାଇଁ ହର୍ଷୋତ୍‌ଫୁଲ୍ଲ ନବବର୍ଷ। ଭାରତରେ ଓ ବିଦେଶରେ ଥିବା ଦେଶର ନାଗରିକମାନଙ୍କ ପ୍ରତି ଅଭିନନ୍ଦନ ଓ ଶୁଭେଚ୍ଛା। ବର୍ଷ ୨୦୨୩ ଆମ୍ଭମାନଙ୍କ ଜୀବନରେ ନୂଆ ପ୍ରେରଣା, ଲକ୍ଷ୍ୟ ଏବଂ କୃତ୍ବିତ୍ବ ଆଣି ଦେଉ। ଚାଲନ୍ତୁ, ଜାତିର ଏକତା, ଅଖଣ୍ଡତା ଏବଂ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଉତ୍ତରପ୍ରଦେଶରେ ଘନକୁହୁଡ଼ି ପାଇଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ନୂଆଦିଲ୍ଲୀ : ପ୍ରବଳ ଶୀତ ଲହରି ଜାରି ରହିଥିବା ଏବଂ ଉତ୍ତରପ୍ରଦେଶର କିଛି ଅଂଶରେ ଘନ କୁହୁଡ଼ି ପାଇଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୂରନ୍ତୋ, ହିମଗିରି, ଶ୍ରମଜୀବୀ ସମେତ ୧୨ରୁ ଅଧିକ ଟ୍ରେନ୍‌ ବିଳମ୍ବରେ ଚାଲୁଛି। ରାସ୍ତାରେ ଡ୍ରାଇଭ୍‌ କରୁଥିବ‌ା ଲୋକମାନେ ବି ଘନ କୁହୁଡ଼ି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୁହୁଡ଼ି ପାଇଁ ଉତ୍ତରପ୍ର‌ଦେଶ ଏବଂ ବିହାର ଦେଇ ଯାତ୍ରା କରୁଥିବା ଅନେକ ଟ୍ରେନ୍‌ ବିଳମ୍ବ ଅଛି। କିଛି ଟ୍ରେନ୍‌ ୧୦ ଘଣ୍ଟାରୁ ଊର୍ଦ୍ଧ୍ବ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଷ୍ଟେଟ୍‌ ବ୍ୟାଙ୍କ, ଏଲ୍‌ଆଇସିକୁ ମିଳିବେ ନୂଆ ମୁଖ୍ୟ

ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କ ଓ ବୀମା କଂପାନିଗୁଡ଼ିକର ନେତୃତ୍ବରେ ୨୦୨୩ରେ ପରିବର୍ତ୍ତନ ହେବ। ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଅଧ୍ୟକ୍ଷ ବଦଳିବେ। ବର୍ଷର ପ୍ରଥମ ତିନି ମାସରେ କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁଖ୍ୟ ମଧ୍ୟ ବଦଳିବେ। ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ପଦରୁ ଦୀନେଶ ଖାରା ୨୦୨୩ ଅକ୍ଟୋବର ୬ରେ ଅବସର ନେବେ। ସେହିପରି ଏଲ୍‌ଆଇସି ଅଧ୍ୟକ୍ଷ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବୁଲେଟ ପ୍ରୁଫ୍‌ କାର୍‌ରେ ଭାରତ ଯୋଡ଼ୋ ଯାତ୍ରା ସମ୍ଭବ ନୁହେଁ : ରାହୁଲ

ନୂଆଦିଲ୍ଲୀ : ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ନେଇ କଂଗ୍ରେସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିବାପରେ ସିଆରପିଏଫ୍‌ ରାହୁଲଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଥିଲା। ରାହୁଲ ନିଜେ ୧୦୦ରୁ ଅଧିକ ଥର ସୁରକ୍ଷା ନିର୍ଦ୍ଦେଶାବଳି ଉଲ୍ଲଂଘନ କରିଛନ୍ତି ବୋଲି ସିଆରପିଏଫ୍‌ ଅଭିଯୋଗ କରିଛି। ଏହାର ଜବାବ ଦେଇ ରାହୁଲ ଗାନ୍ଧି କହିଛନ୍ତି, ମୁଁ ବୁଲେଟ୍‌ ପ୍ରୁଫ୍‌ କାର୍‌ରେ ଭାରତ ଯୋଡ଼ୋ ଯାତ୍ରା କରିବାପାଇଁ ସରକାର ଚାହାନ୍ତି। କିନ୍ତୁ ଏହା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୋଭିଡ ଓ ଯୁଦ୍ଧ ଆତଙ୍କ ମଧ୍ୟରେ ନୂଆବର୍ଷକୁ ସ୍ବାଗତ

ନୂଆଦିଲ୍ଲୀ: ବିଶ୍ବର ୮୦୦ କୋଟି ଲୋକ କରୋନା ମହାମାରୀ ଏବଂ ଯୁଦ୍ଧ ଆତଙ୍କ ମଧ୍ୟରେ ନୂଆବର୍ଷ-୨୦୨୩କୁ ସ୍ବାଗତ କରିଛନ୍ତି। ନୂଆ ବର୍ଷ ପାଇଁ ଅନେକ ନୂଆ ଆଶା ରହିଛି। ୟୁରୋପରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ଥମିବାର ସବୁଠାରୁ ବଡ଼ ଆଶା ବିଶ୍ବ ପାଇଁ ଆଶ୍ବସ୍ତି ଆଣିପାରେ। କିନ୍ତୁ ଉଭୟ ୟୁକ୍ରେନ ଏବଂ ରୁଷ୍‌ ଶାନ୍ତି କଥାବାର୍ତ୍ତା ପାଇଁ ଆଗଭର ନଥିବାରୁ ଆଗକୁ କ’ଣ ହେବ ତା’ ଉପରେ ସାରା ବିଶ୍ବର ନଜର ରହିଛି। ବର୍ଷ ଶେଷରେ ଚୀନ୍‌ ସମେତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୫ ଦେଶ ପାଖରେ ବିଶ୍ବ ଜିଡିପିର ଅଧାରୁ ଅଧିକ

ୱାସିଂଟନ : ୨୦୨୨ ମସିହା ବିଶ୍ବ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ ଥିଲା। ଏହି ବର୍ଷ ବିଶ୍ବର ଜନସଂଖ୍ୟା ୮୦୦ କୋଟି ଟପିଛି। ଏଥିସହିତ ବିଶ୍ବ ଅର୍ଥନୀତିର ଆକାର ୧୦୦ ଲକ୍ଷ କୋଟି ଡଲାର ଅତିକ୍ରମ କରି ୧୦୧.୬ ଲକ୍ଷ କୋଟି ଡଲାରରେ ପହଞ୍ଚିଛି। ‌ବିଶ୍ବର ଦ୍ବିତୀୟ ବୃହତ୍ ଜନବହୁଳ ଦେଶ ଭାରତ ଚଳିତବର୍ଷ ବିଶ୍ବର ପଞ୍ଚମ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଛି। ବ୍ରିଟେନକୁ ଅତିକ୍ରମ କରି ଭାରତ ଏହି ସ୍ଥାନ ହାସଲ କରିଛି। ତେବେ ବିଶ୍ବ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନୂଆବର୍ଷରେ ଫୁଲ ନୁହେଁ, ଚାରା ଉପହାର ଦିଅ

ଭୁବନେଶ୍ବର : ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରେରଣା’ ପକ୍ଷରୁ ନୂଆବର୍ଷରେ ଫୁଲ ନୁ‌ହେଁ, ଗଛ ଚାରା ଉପହାର ପ୍ରଦାନ କରିବା ଓ ୨୦୨୩ ମସିହାକୁ ସବୁଜ ବର୍ଷ ଭାବେ ପାଳନ କରିବା ପାଇଁ ନିବେଦନ କରାଯାଇଛି। ଆଜି ପ୍ରାରମ୍ଭିକ ପର୍ଯ୍ୟାୟରେ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଏକ ଗଛଚାରା ଓ ଖୋର୍ଦ୍ଧାବୀର ପଗଡ଼ି ପିନ୍ଧାଇ ଅଭିନନ୍ଦନ ଜଣାଇଛନ୍ତି ‘ପ୍ରେରଣା’ ଆନ୍ତର୍ଜାତିକ ସେବାବାହିନୀର ମୁଖ୍ୟ ତଥା ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନ। ଡ. ଶ୍ରୀଚନ୍ଦନଙ୍କ ସମେତ ଜାନକୀବଲ୍ଲଭ […]