ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀ : ଖଟିଖିଆ ଲୋକ। ଖଟୁଛୁ, ଖାଉଛୁ। ଶ୍ରମିକ ପରିଚୟ ପତ୍ର କ’ଣ ଜାଣିନୁ, କି ଆମକୁ କେହି ଜଣାଇନାହାନ୍ତି। ବଡ଼ଦାଣ୍ଡରେ ସକାଳୁ ଖରାବେଳ ଯାଏ ଅପେକ୍ଷା କଲେ କେବେ କାମ ମିଳେ, କେବେ ମିଳେନି। ଆମେ ଅପାଠୁଆ, ତେଣୁ ଏତେ କଥା କାହୁଁ ଜାଣିବୁ? ଏ କଥା ଓ ବ୍ୟଥା ବଡ଼ଦାଣ୍ଡରେ ନିଜକୁ ୮ ଘଣ୍ଟା ପାଇଁ ବିକ୍ରି କରିବାକୁ ସକାଳୁ ସଂଘର୍ଷ କରୁଥିବା ବାଲୁଗାଁ’ର ଝାଡ଼େଶ୍ବର ପଲେଇଙ୍କର। ସେ ବହୁଦିନ ହେଲା ମଜୁରି କରି […]

ରାଜ୍ୟ

ବଢ଼ୁଛି ଉପକୂଳ ଓଡ଼ିଶା ତାତି: ରାଜ୍ୟର ଉତ୍ତପ୍ତ ସହର ଭୁବନେଶ୍ବର

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ କାଳବୈଶାଖୀ ବର୍ଷା ଜାରି ରହିଥିବା ବେଳେ ଭୁବନେଶ୍ବରରେ ଟାଣ ଖରା ପୁଣି ରାଜଧାନୀବାସୀଙ୍କୁ ଆଜି ଅସ୍ତବ୍ୟସ୍ତ କରିଛି। ରାଜଧାନୀର ସର୍ବୋଚ୍ଚ ଦିନ ତାପମାତ୍ରା‌ ରବିବାର ଦିନ ୩୯.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଏହା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ଏହାପଛକୁ ରହିଥିଲା ଜଗତସିଂହପୁର ଜିଲ୍ଲା। ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ରେକର୍ଡ ହୋଇଛି। ଉପକୂଳ ଓଡ଼ିଶାରେ ଏବେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହୁଥିବ‌ା ବେଳେ ପଶ୍ଚିମ […]

ରାଜ୍ୟ

ଆଜିଠୁ ଆରମ୍ଭ ହେଲା ଏସଇବିସି ସର୍ଭେ: ବିଜେପିର ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଏସଇବିସି ସର୍ଭେ। ସାରା ରାଜ୍ୟର ଏହି ସର୍ଭେ ଚାଲିଛି। ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇ କହିଛନ୍ତି, ଭୁବନେଶ୍ୱରର ୭୦ ସ୍କୁଲର ୧୦୧ଟି ସେଣ୍ଟର୍ ରେ ହେଉଛି ସର୍ଭେ। ଭୋଟର ଆଇ କାର୍ଡ, ପାସପୋର୍ଟ, ପ୍ୟାନ କାର୍ଡ, ଆଧାର କାର୍ଡ ମଧ୍ୟରୁ ଯେ କୌଣସି ଗୋଟିଏ ତଥ୍ୟ ଦେଇ ସର୍ଭେରେ ନିଜ ନାଁ ସାମିଲ କରୁଛନ୍ତି ଏହି ବର୍ଗର ଲୋକେ। ନୋଡାଲ ଅଫିସର, ମେୟର ସେଣ୍ଟର୍ ଗୁଡ଼ିକ ବୁଲି […]

ରାଜନୀତି ରାଜ୍ୟ

ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା: ଇସ୍ତଫା ଦେଲେ ଝାରସୁଗୁଡ଼ା ଜିଲ୍ଲା ସଭାପତି

ଝାରସୁଗୁଡ଼ା: ଉପନିର୍ବାଚନ ପୂର୍ବରୁ ଜିଲ୍ଲା କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି। ଝାରସୁଗୁଡ଼ା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ ମିଶ୍ର। ଶ୍ରୀ ମିଶ୍ର ଆଜି ପିସିସି ସଭାପତିଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି। ତେବେ କେଉଁ କାରଣ ପାଇଁ ଶ୍ରୀ ମିଶ୍ର ଇସ୍ତଫା ଦେଲେ ସ୍ପଷ୍ଟ କରିନାହାନ୍ତି। ତେବେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟତା ଏବେ ବି ରଖିଛନ୍ତି ଓ ଏବେ ବି କଂଗ୍ରେସରେ ଅଛନ୍ତି ବୋଲି ସମ୍ବାଦକୁ କହିଛନ୍ତି। ଚଳିତ […]

ରାଜ୍ୟ

ଟ୍ରେନ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ରେଳରୋକ

ବେତନଟୀ ସଦର: ସୋମବାର ସକାଳ ପ୍ରାୟ ସାଢ଼େ ୬ଟାରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ରେଳ ଷ୍ଟେସନ ନିକଟରେ ସ୍ଥାନୀୟ ଟୁଙ୍ଗାଧୁଆ ଗ୍ରାମର ବୁଧୁରାମ ମହାନ୍ତଙ୍କ ୩୫ ବର୍ଷୀୟ ପୁଅ ନିରଞ୍ଜନ ନିଜ ମୋଟର ସାଇକେଲରେ ରେଳ ଧାରଣା ପାର ହେବା ସମୟରେ କଲିକତାରୁ ବାରିପଦା ଆସୁଥିବା ଶାଲିମାର ସୁପରଫାଷ୍ଟ ଟ୍ରେନ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ସୂଚନା ଅନୁଯାୟୀ, ପୂର୍ବରୁ ଉକ୍ତ ସ୍ଥାନରେ ରେଳ ଫାଟକ ଥିଲା, ହେଲେ […]

ଅପରାଧ ରାଜ୍ୟ

ବଡ଼ବିଲରେ ଗୁଳିକାଣ୍ଡ: ଯୁବକ ମୃତ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ବଡ଼ବିଲ: ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା ସମୟରେ ଏକ ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ବଡ଼ବିଲ ମୋନି ଟାୱାର ଛକ ନିକଟରେ ଏହି ଗୁଳିକାଣ୍ଡ ଘଟିଥିବାବେଳେ, ଅପରାଧୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ପୁଲିସ ଗୋଟିଏ ଖୋକା ଜବତ କରିଛି। ମିଳିଥିବା ଖବର ଅନୁଯାୟୀ ଆଜି ୯ ଘଟିକା ସମୟରେ ସୁନୀଲ ସିହ୍ନା ଓରଫ ଭୋଲା ଡାକ୍ତରଖାନା ନିକଟରେ ଥିବା ତାଙ୍କ ଭାଇଙ୍କ ଘରକୁ ଯାଇଥିଲେ। ସେଠାରୁ କାମ ସାରି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ପରିବହନ ମନ୍ତ୍ରୀ: ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଦାବି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର: ରାଜ୍ୟରେ ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ। ସେ ପୁରୀରୁ ରାୟପୁର, ସମ୍ବଲପୁର ଦେଇ ପୁରୀରୁ ରାଉରକେଲା ଓ ଭୁବନେଶ୍ୱରରୁ ହାଇଦ୍ରାବାଦକୁ […]

ରାଜ୍ୟ

ସରକାରୀ ଅର୍ଥତୋଷାରପାତ ମାମଲା: ଏସିଏଫ୍‌ ଓ ବନ ଠିକାଦାରଙ୍କୁ ୨ବର୍ଷ କାରାଦଣ୍ଡ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜୟପୁର: ବହୁ ଚର୍ଚ୍ଚିତ ୨୮ବର୍ଷ ତଳେ ବିନା ଅନୁମତିରେ ତଥା ଜାଲ କାଗଜପତ୍ର ତିଆରି କରି ମାଲକାନଗିରି ଜିଲ୍ଲା ଅଂଚଳରେ ଥିବା ଜଙ୍ଗଲ ଜମିରେ ଥିବା ଗଛ ଗୁଡିକୁ କାଟି ସରକାରୀ ଅର୍ଥତୋଷାରପାତ ମାମଲାର ରାୟ ପ୍ରକାଶ ପାଇଛି। ଦୁଇ ଅଭିଯୁକ୍ତଙ୍କୁ […]

ଅପରାଧ ରାଜ୍ୟ

ଜାଲ୍ ସାର୍ଟିଫିକେଟ୍ କେଳେଙ୍କାରୀ: ୫ ଜଣଙ୍କୁ ଉଠାଇ ନେଇ କ୍ରାଇମବ୍ରାଞ୍ଚର ଜେରା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ବଲାଙ୍ଗୀରର ମନୋଜ କୁମାର ମିଶ୍ର ଓ ସହଯୋଗୀ ଆଲୋକ ରଞ୍ଜନ ଉଦଗାତା ଗଲା ୮ ବର୍ଷ ହେବ ଓଡ଼ିଶାରେ ଜାଲ୍ ସାର୍ଟିଫିକେଟ୍ ବିକ୍ରି କରିଆସୁଛନ୍ତି। ସେମାନେ ୫ ହଜାରରୁ ଉର୍ଦ୍ଧ୍ବ ସାର୍ଟିଫିକେଟ୍ ବିକ୍ରି କରିଥିବା ବେଳେ ଯେଉଁ ଶିକ୍ଷା […]

ରାଜ୍ୟ

କୋରାପୁଟକୁ ଲେଉଟିଲା ଆନ୍ଥ୍ରାକ୍ସ, ୩ ଆକ୍ରାନ୍ତ ଚିହ୍ନଟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ବୈପାରିଗୁଡ଼ା : କୋରାପୁଟ ଜିଲ୍ଲାକୁ ପୁଣି ଲେଉଟିଛି ମାରାତ୍ମକ ରୋଗ ଆନ୍ଥ୍ରାକ୍ସ। ବୈପାରିଗୁଡ଼ା ବ୍ଲକ୍‌ ଦଣ୍ଡାବାଡ଼ି ପଞ୍ଚାୟତର ଭିଙ୍ଗରାଯୋଡ଼ି ଗ୍ରାମରୁ ୩ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଦୁଇଟି ବଳଦ ମରିବା ପରେ ମାଂସ ଖାଇବାରୁ ସେମାନେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। […]